ଜିଲ୍ଲା ପରିକ୍ରମା

ଘରୋଇ ଚିକିତ୍ସା ପ୍ରତିଷ୍ଠାନ ଫୋରମର ଧର୍ମଘଟ ଆଜି ବନ୍ଦ ରହିବ ୧୧ ନର୍ସିଂହୋମ, ୧୦ ଅଲଟ୍ରାସାଉଣ୍ଡ ଓ ୧୬ ଏକ୍ସ-ରେ କ୍ଲିନିକ

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାର ସମସ୍ତ ଘରୋଇ ଚିକିତ୍ସା ପ୍ରତିଷ୍ଠାନ ଆଜି ବନ୍ଦ। ‘ଅଲ ଓଡିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ’ର ଭଦ୍ରକ ଶାଖା ପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଥିଲା। ଆସନ୍ତାକାଲି ବାଧାପ୍ରାପ୍ତ ହେବାକୁ ଥିବା ସ୍ୱାସ୍ଥ୍ୟସେବା ପାଇଁ ଭଦ୍ରକ ଫୋରମ ଦୁଃଖ ପ୍ରକାଶ କରିବା ସହ ସମ୍ଭାବ୍ୟ ପରିସ୍ଥିତି ପାଇଁ ସରକାରକୁ ଦାୟୀ କରିଛି। ସଂଘ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆରୋପ କରାଯାଇଛି ଯେ, ସରକାର ପ୍ରକୃତ ସମସ୍ୟାକୁ ବୁଝିବାକୁ ନାରାଜ। ଘରୋଇ ଚିକିତ୍ସାନୁଷ୍ଠାନ(ନର୍ସିଂହୋମ)ର ପଞ୍ଜୀକରଣ ଲାଇସେନସ ନବୀକରଣ ପାଇଁ ସରକାର ଯେତକ ନିୟମ ପ୍ରଣୟନ କରିଛନ୍ତି ସେହିସବୁ ନିୟମ କିଭଳି କାର୍ଯ୍ୟକାରୀ ହେବ ସେଥିନେଇ ବ୍ୟବସ୍ଥା କରିନାହାନ୍ତି। ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଅଲଗା ନିୟମ ତ ଘରୋଇ ଚିକିତ୍ସାନୁଷ୍ଠାନ ପାଇଁ ଅଲଗା ନିୟମ। ଅଗ୍ନି ନିର୍ବାପକ ବ୍ୟବସ୍ଥା ହେଉ କି ବର୍ଜ୍ୟବସ୍ତୁ ପରିଚାଳନା କଥା ହେଉ, ଯେଉଁ ନିୟମ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଲାଗୁ ହେଉନାହିଁ ସେହି ନିୟମକୁ କବେଳ ଘରୋଇ ନର୍ସିଂହୋମ ପାଇଁ ସରକାର ଲାଗୁ କରିବାର ନିଷ୍ପତି କାହିଁକି ନେଉଛନ୍ତି ବୋଲି ଫୋରମ ପ୍ରଶ୍ନ କରିଛି। ଅନ୍ୟ ସମସ୍ତ ରାଜ୍ୟରେ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ସମାନ ନିୟମ ରହିଥିବା ବେଳେ ଓଡିଶାେରେ ବ୍ୟତିକ୍ରମ ଲଜ୍ଜାଜନକ ବୋଲି ଫୋରମ ଆରୋପ କରିଛି। ସରକାର ଯେଉଁ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ରୁଲ-୨୦୧୮ ପ୍ରଣୟନ କରିଛନ୍ତି ତାହା ତ୍ରୁଟିଯୁକ୍ତ। ନିୟମ ପ୍ରଣୟନ ପୂର୍ବରୁ ଘରୋଇ ନର୍ସିହୋମଠାରୁ ସଂଗୃହିତ ମତାମତକୁ ସରକାର ନିୟମରେ ଅନ୍ତର୍ଭୁକ୍ତ କରି ନଥିବା କୁହାଯାଇଛି। ଆସନ୍ତା ଏକ ମାସ ମଧ୍ୟରେ ରାଜ୍ୟର ଘରୋଇ ଡାକ୍ତରଖାନା ଓ ପରୀକ୍ଷା କେନ୍ଦ୍ରଗୁଡିକରେ ପଞ୍ଜିକରଣ ଓ ନବୀକରଣ କରିବାକୁ ଫୋରମ ଦାବି କରିଛି। ସେହିପରି କେନ୍ଦ୍ରୀୟ ନିୟମ ପରି ସରକାରୀ ବେସରକାରୀ ତାରତମ୍ୟ ଦୂରକରି ସରକାରୀ ଡାକ୍ତରଖାନାଗୁଡିକୁ କ୍ଲିନିକାଲ ଏଷ୍ଟାବ୍ଲିଶମେଂଟ ଆଇନର ଅନ୍ତର୍ଭୁକ୍ତ କରିବା, ସୁରକ୍ଷା ଆଇନ ସରକାରୀ କ୍ଷେତ୍ର ପରି ଘରୋଇ ଚିକିତ୍ସାନୁଷ୍ଠାନକୁ ଲାଗୁ କରିବା, ବୈଷୟିକଜ୍ଞାନ ସଂପନ୍ନ ଅଧିକାରୀଙ୍କୁ ପଞ୍ଜିକରଣ ଦାୟିତ୍ୱ ଦେବା, ଘରୋଇ ଚିକିତ୍ସାନୁଷ୍ଠାନଗୁଡିକ ପାଇଁ ଅଗ୍ନିଶମ ଓ ବର୍ଜ୍ୟବସ୍ତୁ ନିୟମ ସରଳୀକରଣ କରାଯିବା, ପଞ୍ଜିକରଣ ଓ ନବୀକରଣ ଆଳରେ ଜିଲ୍ଲା ଅଧିକାରୀମାନଙ୍କ ଦ୍ୱାରା ଅଯଥା ହଇରାଣ ଓ ଭୟ ପ୍ରଦର୍ଶନ ବନ୍ଦ କରିବା ଆଦି ଦାବି ଉପସ୍ଥାବପନ କରିଛି ଫୋରମ। ଏହିସବୁ ଦାବି ସଂପର୍କରେ ଆଲୋଚନା ପାଇଁ ଗତ ୨ବର୍ଷ ମଧ୍ୟରେ ରାଜ୍ୟ ଫୋରମ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟସଚିବ, ମୁଖ୍ୟସଚିବ ଆଦି ପଦସ୍ଥ ଅଧିକାରୀଙ୍କୁ ୫୦ରୁ ଅଧିକ ଥର ଭେଟି ଆଲୋଚନା କରିବା ପରେ ମଧ୍ୟ କିଛି ନିଷ୍କର୍ଷ ବାହାରି ନାହିଁ। ସରକାର କେବଳ ପଞ୍ଜୀକରଣ ହୋଇ ନଥିବା ପ୍ରତିଷ୍ଠାନକୁ ପଞ୍ଜୀକରଣ ହୋଇଛି ବୋଲି ଧରିନେବାକୁ ଏକ ନିୟମ କରି ପ୍ରକୃତପକ୍ଷେ ଏକ ଭୟର ବାତାବରଣ ସୃଷ୍ଟି କରିଛନ୍ତି। ଫଳତଃ ରାଜ୍ୟର ସମସ୍ତ ଛୋଟବଡ ଘରୋଇ ଚିକିତ୍ସାନୁଷ୍ଠାନ ବିନା ପଞ୍ଜୀକରଣରେ ‘ବେଆଇନ’ ଭାବେ ଚାଲୁଛି। ଫୋରମ ଦର୍ଶାଇଛି ଯେ, ରାଜ୍ୟର ୮୦ ପ୍ରତିଶତ ରୋଗୀ ସେବା ଘରୋଇ ଚିକିତ୍ସାନୁଷ୍ଠାନ ଉପରେ ନିର୍ଭର କରୁଥିବା ବେଳେ ସରକାରଙ୍କର ଏ ବାବଦୀୟ ମତିଗତି ଆଦୌ ଗ୍ରହଣୀୟ ନୁହେଁ। ଏଣୁ ସରକାରଙ୍କୁ ଚେତାଇଦେବା ଲକ୍ଷ୍ୟରେ କେବଳ ଦିନକ ପାଇଁ ପ୍ରତୀକ ଧର୍ମଘଟ ଭଳି ସମସ୍ତ ଘରୋଇ ନର୍ସିଂହୋମ ବନ୍ଦ ରଖାଯାଉଛି। ମାସକ ମଧ୍ୟରେ ଯଦି ସରକାର ନୀତିଗତ ନିଷ୍ପତି ନନିଅନ୍ତି ତେବେ ପରବର୍ତ୍ତୀ କାର୍ଯ୍ୟପନ୍ଥା ବାବଦରେ ଫୋରମ ନିଷ୍ପତି ନେବ ବୋଲି କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଫୋରମର ଡା. ପ୍ରଦୀପ ନାୟକ, ଡା. ପ୍ରଭାସ ମହାନ୍ତି, ଡା. ମୁକ୍ତିକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଫୋରମକୁ ଆନ୍ଦୋଳନକୁ ସମର୍ଥନ କରି ଭାରତୀୟ ଚିକିତ୍ସ କ ସଂଘର ଜିଲା ସଂପାଦକ ହରେକୃଷ୍ଣ ନାୟକ ଭାଷଣ ରଖିଥିଲେ। ଭଦ୍ରକ ନାଗରିକ ସମାଜ ପକ୍ଷରୁ ଆନ୍ଦୋଳନକୁ ସମର୍ଥନ ଘୋଷଣା କରାଯାଇଛି। ତେବେ ଏହି ଦିନିକିଆ ଧର୍ମଘଟ ଯୋଗୁ ଭଦ୍ରକ ଜିଲାର ୧୧ଟି ନିର୍ସିଂହୋମ ବନ୍ଦ ରହିବ। ତା’ଛଡା ଶତାଧିକ ପାଥୋଲୋଜି ସେଣ୍ଟର, ୧୦ଟି ଅଲଟ୍ରାସାଉଣ୍ଡ କ୍ଳିନିକ, ୧୬ଟି ଏକ୍ସ-ରେ କ୍ଲିନିକ ମଧ୍ୟ ବନ୍ଦ କରିବ ବୋଲି କୁହାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top