ଘରୋଇ କଳିରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଯୋଡା. ୨୦/୭। (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଶୁକ୍ରବାର ଯୋଡା ବ୍ଲକ ଅନ୍ତର୍ଗତ କ୍ୟାମ୍ପ ହଟିଂରେ ସାନିଆ ମୁଣ୍ଡା ନାମକ ଜଣେ ୧୮ ବର୍ଷ ବୟସ୍କ ଜଣେ ଯୁବତୀ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ହସ୍ତଗତ ହୋଇଛି। ଖବରୁ ଜଣାପଡିଛି ଯେ, ସାନିଆଙ୍କ ପିତା ଦୁଖିଆ ମୁଣ୍ଡାଙ୍କ ସହିତ କୌଣସି କାରଣ ବଶତଃ ଆଜି ପୂର୍ବାହ୍ନରେ ବଚସା ହୋଇଥିଲା। ଏହି ଘଟଣା ପରେ ସାନିଆ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଅତ୍ୟନ୍ତ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଚମ୍ପୁଆ ସ୍ଥିତ ଉପଖଣ୍ଡ ଚିକିତ୍ସାଳକୁ ନେଇଆସିଥିଲେ। ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ଡାକ୍ତରଙ୍କ କହିବା ମୁତାବକ ସାନିଆଙ୍କ ଦେହର ୭୫ ପ୍ରତିଶତ ଅଂଶ ଜଳିଯାଇଥିବା ବେଳେ ସେ ଅଳ୍ପକେ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି। ତେବେ ଉନ୍ନତ ଚିକିତ୍ସା ହୋଇପାରିଲେ ତାଙ୍କର ଜୀବନ ରକ୍ଷା କରାଯାଇପାରିବ।

Leave a Reply

Your email address will not be published. Required fields are marked *