Home ଓଡ଼ିଶା ଘରେ ପସି ଦମ୍ପତିଙ୍କୁ ମରଣାତ୍ମକ ଆକ୍ରମଣ କଲେ ଦୁର୍ବୁତ

ଘରେ ପସି ଦମ୍ପତିଙ୍କୁ ମରଣାତ୍ମକ ଆକ୍ରମଣ କଲେ ଦୁର୍ବୁତ

129

ଘଟଗାଁ,୧୯/୦୨(ଓଡିଆପୁଅ/ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପାଟଣା ଗ୍ରାମରେ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ଗ୍ରାମର ବାଡିଆ ସେଠୀ ଓ ତାଙ୍କ ପତ୍ନୀ ସୁମିତ୍ରା ସେଠୀ ଦୁର୍ବୁତଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଗତକାଲି ରାତିରେ ବାଡିଆଙ୍କ ପରିବାର ଲୋକେ ଘରେ ଖାଇସାରି ଶୋଇବା ପରେ ଚାରିଜଣ ଦୁର୍ବୁତ ଘରର କବାଟ ଭାଙ୍ଗି ଘରେ ଚୋରି କରିବାକୁ ଉଦ୍ୟମ କରୁଥିବା ବାଡିଆଙ୍କ ପତ୍ନୀ ଦେଖିବାକୁ ପାଇ ପାଟିକରିବାରୁ ଦୁର୍ବୁତ ମାନେ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ବାଡିଆ ତାଙ୍କୁ ରକ୍ଷା କରିବାକୁ ଯାଇ ଦୁର୍ବୁତଙ୍କ ଆକ୍ରମଣର ଶିକାର ହୋଇଥିଲେ । ଦମ୍ପତିଙ୍କ ଚିକôାର ଶୁଣି ପଡୋଶୀ ଲୋକେ ଉଠିବାରୁୁ ଦୁର୍ବୁତ ମାନେ ସେଠାରୁ ଚମ୍ପଟ ମାରିଥିଲେ । ପଡୋଶୀଙ୍କ ସହାୟତାରେ ତାଙ୍କୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଜି ସକାଳୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ପୋଲିସ ଦୁର୍ବୁତଙ୍କ ଟେର ପାଇନଥିବା ବେଳେ ଏ ଘଟଣାରେ ଏକ ଏତଲା ରୁଜୁ କରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.