ଘରୁ ଉଠାଇ ଶିକ୍ଷକଙ୍କୁ ତିନି ରାଉଣ୍ଡ ଗୁଳି ମାରିଲେ ଅଜଣା ଆତତାୟୀ, ବୁର୍ଲାରେ ଚିକିତ୍ସିତ ଶିକ୍ଷକ ବିପଦମୁକ୍ତ

ବୌଦ୍ଧ,୦୨ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଲୁଣିବାହାଲ ଗ୍ରାମର ବଜାର ଉପରେ ଗତକାଲି ବିଳମ୍ବିତ ରାତିରେ ଅଜଣା ଆତତାୟୀଙ୍କ ଗୁଳିମାଡ଼ରେ ଲୁଣିବାହାଲ ଗ୍ରାମର ବିମଳ ବେହେରା (୪୬) ଆହତ ହୋଇଛନ୍ତି । ତାଙ୍କୁ ପାଂଚ ରାଉଣ୍ଡ ଗୁଳି ମାରି ୩ ଜଣ ଅଜଣା ଆତତାୟୀ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ଜଣାପଡିଛି । ବିମଳଙ୍କ ପେଟ ,ଜଂଘ ଓ ହାତରେ ଗୁଳି ବାଜିଥିବା ବେଳେ ଘର କାନ୍ଥରେ ବାଜିଥିବା ଜଣାପଡ଼ିଛି । ଗୁରୁତ୍ତର ଶିକ୍ଷକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଚିକିସôା ପାଇଁ ପ୍ରଥମେ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯିବାପରେ ସେଠାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ ଲୁଣିବାହାଲ ଗ୍ରାମର ବିମଳ ନିକଟସ୍ଥ ବଡବନ୍ଧ ସେବାଶ୍ରମରେ ଶିକ୍ଷକତା କରନ୍ତି । ଏଥିସହିତ ସେ ଘରେ ଏକ ମେଡିସିନ ଦୋକାନ ମଧ୍ୟ ପରିଚାଳନା କରି ଛୋଟମୋଟ ଚିକିତ୍ସା ମଧ୍ୟ କରିଥାନ୍ତି । ଭୂବନେଶ୍ୱରରେ ପୁଅକୁ ଛାଡି ବିମଳ ପରିବାର ସହିତ ମଙ୍ଗଳବାର ରାତି ୮ରେ ଲୁଣିବାହାଲକୁ ଫେରିଥିଲେ । ରାତ୍ର ୧୧.୩୦ ମିନିଟରେ ନିଜ ବାସଭବନରେ ବିଶ୍ରାମ ନେଉଥିବା ସମୟରେ ହଠାତ୍ ତାଙ୍କ ଦାଣ୍ଡପଟ କବାଟରେ ଠକଠକ କରି କେହି ଡାକୁଥିବାର ଶୁଣି କେହି େଓøଷଧ ପାଇଁ ଆସିଥିବା ଭାବି ବିମଳ କବାଟ ଖୋଲି ବାହାରକୁ ଆସିଥିଲେ । କିନ୍ତୁ ସେ କିଛି ବୁଝିବା ପୁର୍ବରୁ ଆତତାୟୀମାନେ ତାଙ୍କ ଉପରକୁ ୫ ରାଉଣ୍ଡ ଆଖି ବୁଜା ଗୁଳି ମାଡ କରି ବାଇକ ଯୋଗେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ବୁର୍ଲାରେ ଅସ୍ତ୍ରପୋଚାର ପରେ ବିମଳଙ୍କ ପେଟରୁ ଗୁଳି ସବୁକୁ କଢା ଯାଇଥିବା ଜଣାଯାଇଛି ଏବଂ ସେ ବିପଦମୁକ୍ତ ବୋଲି ପରିବାର ଲୋକଙ୍କ ସୁତ୍ରରୁ ଜଣାପଡିଛି । ବୌଦ୍ଧ ଚିକିତ୍ସାଳୟରେ ପୁରା ହୋସରେ ଥିବାବେଳେ ବିମଳ କହିଥିଲେଯେ, ତାଙ୍କ ଉପରକୁ ଗୁଳି କରିଥିବା ଯୁବକମାନଙ୍କୁ ସେ ପୂର୍ବରୁ କେବେ ଚିହ୍ନି ନାହାନ୍ତି କି ତାଙ୍କର କାହା ସହିତ କିଛି ବି ଶତ୍ରୁତା ମଧ୍ୟ ନାହିଁ । ତେବେ ଆତତାୟୀମାନେ ନୟାଗଡ ଜିଲାର ହୋଇଥିବା ସେମାନଙ୍କ ଭାଷାରୁ ସେ ସନେ୍ଦହ ପ୍ରକାଶ କରିଛନ୍ତି । ଗୁଳି ଶବ୍ଦ ଶୁଣି ପାଖ ପୋଡଶି ମାନେ ଆସିବା ବେଳକୁ ବିମଳ ଗୁଳିମାଡ ଖାଇ ତଳେ ପଡିଥିବାର ଦେଖି ତାଙ୍କୁ ଉଦ୍ଧାର କରି ଚିକିସôା ପାଇଁ ବୌଦ୍ଧ ମେଡିକାଲକୁ ନେଇଥିଲେ । ଗୁରୁତ୍ୱପୁର୍ଣ୍ଣ କଥାହେଲା ଲୁଣିବାହାଲ ଗ୍ରାମ ଜନଗହଳି ପୁର୍ଣ୍ଣ ଏନଏଚ ୫୭ ଜାତୀୟ ରାଜପଥ କଡରେ ଅବସ୍ଥିତ । ଘଟଣା ସ୍ଥଳରୁ ପୁରୁଣାକଟକ ଥାନା ମାତ୍ର ୯ କିମି ଓ ବୌଦ୍ଧ ଟାଉନ ଥାନା ର ଦୂରତା ମାତ୍ର ୨୦ କିମି ହୋଇଥିବା ବେଳେ ଯୋଗାଯୋଗର ସମସ୍ତ ସୁବିଧା ଥାଇ ମଧ୍ୟ ଆତତାୟୀ ମାନେ ଏଭଳି ଘଟଣା ଘଟାଇ ଫେରାର ହେବାରେ ସକ୍ଷମ ହେବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ଦିନକୁ ଦିନ ହରଭଙ୍ଗା ବ୍ଲକରେ ରାହାଜାନୀ , ଡକାୟତି ,ଗଜେଂଇ କାରବାର ଓ ଖୋଲାଖୋଲି ଭାବେ ଜନଗହଳିପୁର୍ଣ୍ଣ ସ୍ଥାନ ମାନଙ୍କରେ ଅବାଧରେ ମଦ କାରବାର ଚାଲୁଥିଲେ ମଧ୍ୟ ପୋଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବାରୁ ଏଭଳି ଅଘଟଣା ମାନ ଘଟୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ବ୍ଲକର ତିଲେଶ୍ୱର ପଂଚାୟତ କୃଷ୍ଣପାଲି ଗ୍ରାମରେ ଘଟିଯାଇଥିବା ବହୁ ଚର୍ଚ୍ଚିତ ନର୍ମଦା ହତ୍ୟାକାଣ୍ଡ ଘଟଣାର ୧୪ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ପ୍ରଶାସନ ଅଭିଯୁକ୍ତକୁ ଧରିବା ତ ଦୂରର କଥା ହତ୍ୟାକାଣ୍ଡ ବିଷୟରେ କୌଣସି ସୁରାକ ବି ପାଇପାରିନାହିଁ । ଏବେ ବିମଳଙ୍କ ଉପରକୁ ଅଜଣା ଆତତାୟୀଙ୍କ ଗୁଳି ମାଡ ଘଟଣା ପୁଣିଥରେ ଅଚଂଳରେ ଚାଂଚଲ୍ୟ ସୃଷ୍ଟି କରିଛି । ଦଶପଲା ଠାରୁ ଚାରିଛକ ପର୍ଯ୍ୟନ୍ତ ୭୦ କିଲୋମିଟର ଜଙ୍ଗଲ ରାସ୍ତା ଦେଇ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଯାଇଥିବାବେଳେ ବେଳ ବୁଡିଲେ ଏହି ରାସ୍ତା ଦେଇ ଯିବା ଆସିବାକୁ ଯାତ୍ରୀମାନେ ଭୟ କରୁଥିବା ଜଣାଯାଇଛି । ପୂର୍ବରୁ ମାଓବାଦୀ ଅଂଚଳ ଭାବରେ ଚିହ୍ନଟ ହରଭଙ୍ଗା ବ୍ଲକରେ ପୋଲିସର ଅପାରଗତାରୁ ଜନସାଧାରଣଙ୍କ ଜୀବନ ଯାତ୍ରା ଅସୁରକ୍ଷିତ ହେବାରେ ଲାଗିଛି । ମାଓବାଦୀଙ୍କ ନାମରେ ସ୍ୱତନ୍ତ୍ର ଭତା ନେଉଥିବା ଥାନା ଫାଣ୍ଡିର କର୍ମଚାରୀମାନେ ବେଳ ବୁଡିଲେ ମୋବାଇଲ ଅଫ କରି ନିଜ ପାଇଁ ସୁରକ୍ଷିତ ସ୍ଥାନକୁ ଚାଲିଯାଉଥିବା ଅଭିଯୋଗ ହେଉଅଛି । ତେଣୁ ଏ ଦିଗରେ ଜିଲା ପୋଲିସ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ରାତିରେ ଯାନାବାହାନ ଯାଞ୍ଚ୍ ଓ ପେଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡାକଡି କରିବାକୁ ସାଧାରଣରେ ଦାବୀ ହେଉଛି । ଆଜି ଶିକ୍ଷକ ବିମଳଙ୍କୁ ଆକ୍ରମଣ କରି ଫେରାର ହେବାରେ ସଫଳ ହୋଇଥିବା ଆତାତାୟୀମାନେ ଆଗାମୀ ଦିନରେ ଅନ୍ୟ କୌଣସି ବଡ ଧରଣର କାଣ୍ଡ ନଘଟାଇବେ ଏହାକୁ କିଏ କହିପାରିବ ବୋଲି ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *