ଘରବାରି ପଟା ଦାବିନେଇ ଆଦିବାସୀ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ତ

ମାଲକାନଗିରି, ୨୭ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସଦର ମହକୁମା ଓ ପୌରପରିଷଦ ଅଧିନରେ ଥିବା ବସ୍ତିବାସିନ୍ଧା ମାନଙ୍କୁ ସରକାରଙ୍କ ପକ୍ଷରୁ ଘରବାରିପଟା ଦେବାପାଇଁ ଗତ କିଛିମାସ ତଳେ ଡ୍ରୋନ କ୍ୟାମେରାରେ ସର୍ଭେ କାର୍ଯ୍ୟ ଚାଲିଥିଲା। ପୌରପରିଷଦ ଅଧିନରେ ଥିବା ୧୫ଟି ଓ୍ୟାର୍ଡ ସାହିବସ୍ତିଗୁଡିକରେ କ୍ୟାମେରା ଆକାଶ ମାର୍ଗରୁ ସର୍ଭେ କରାଯାଇଥିବା ବେଳେ ଆର୍ଶିବାଦ କଲୋନୀ ନିକଟରେ ଥିବା ସାପକୋଲନିରେ ଡ୍ରୋନକ୍ୟାମେରା ବୁଲି ନାହିଁକି ସେଠାରେ ଥିବା ୩୦ଟି ଘରକୁ ସର୍ଭେ କରାଯାଇ ନଥିବାର ଗ୍ରାମର ବାସୀମାନେ ଅଭିଯୋଗ କରିଛନ୍ତି। ବହୁବର୍ଷ ଧରି ଉକ୍ତ କଲୋନିର ଅଧିବାସୀଙ୍କୁ ଘରବାରି ପଟା ଦିଆଯାଇ ନଥିବାରୁ ସାପକଲୋନିର ଜୟନ୍ତି ବେହେରା, ନିଳାସୁନା, ଫଲମତି ମାଝି, ସେବତି ମୁଦୁଲି, ପାର୍ବତୀ ମୁଦୁଲି, ଭବାନି ଜାନି ସାହିର ଅନ୍ୟାନ ମହିଳା ମାନେ ଆଜି ମାଲକାନଗିରି ଜିଲ୍ଲାପାଳଙ୍କୁ ଭେଟି ଦରଖାସ୍ତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *