ad
ଅପରାଧ

ଘରପୋଡି ଘଟଣାରେ ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ

ଭୁବନେଶ୍ୱର/ଯାଜପୁର୬ା୩(ବିରଞ୍ଚିନାରାୟଣ ପତ୍ରୀ) ଆକ୍ରୋଶମୁଳକ ଭାବେ ଅନ୍ୟଜଣଙ୍କ ଘରେ ନିଅାଁଲଗାଇ ଦେବା ଅଭିଯୋଗରେ ପାଣିକୋଇଲି ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ଚଗୁଲୁ ବଳର ପୁଅ ଦୀପକ ବଳ । ଦୀପକ ଜଣେ ପେସାଦାର ଅପରାଧି ହୋଇଥିବା ବେଳେ ବହୁବାର ସେ ବିଭିନ୍ନ ଘଟଣାରେ ଗିରଫ ହୋଇ ଜେଲ ଯାଇଛି । ତେବେ ଗତ ୨୩ ତାରିଖ ଦିନ ଦୀପକ ପୁର୍ବଶତୃତାକୁ କେନ୍ଦ୍ର କରି ଫକୀରା ସାହୁ ନାମକବ୍ୟକ୍ତିଙ୍କ ଘରେ ନିଅାଁ ଲଗାଇ ଦେଇଥିଲା । ଫକୀରାଙ୍କ ଅଭିଯୋଗ ଅନୁସାରେ ପାଣିକୋଇଲି ଥାନାରେ ଏକ ମାମଲା ୩୦/୧୯ ଦଫା ୪୩୬ ଓ ୩୪ ଆଇପିସିରେ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ବେଳେ ଦୀପକର ସହଯୋଗୀ ଫେରାର ଥିବାରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ଥାନାର ସବଇନିସପେକ୍ଟର ତଥା ତଦନ୍ତକାରୀ ଅଧିକାରୀ କୈଳାସ ଭୋଇ ସୁଚନା ଦେଇଛନ୍ତି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top