ଘରୋଇ କଳିକୁ ନେଇ ଦାଦାର ତୀର ମାଡରେ ପୁତୁରା ଗୁରୁତର

ହରିଚନ୍ଦନପୁର, ୧୫.୦୪ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ଗ୍ରାମପଞ୍ଚାୟତ ଚାନ୍ଦପଶି ଗ୍ରାମର ବିଞ୍ଜାର ମାଝୀଙ୍କ ପୁଅ ଜଗା ମାଝୀ(୨୨) ତୀର ମାଡରେ ଗୁରୁତର ହେଇଛନ୍ତି। ସୂଚନା ମୁତାବକ ଗତ କିଛିଦିନ ହେବ କୌଣସି କାରଣକୁ ବିଞ୍ଜାର ମାଝୀଙ୍କ ସହ ଭାଇ ବୀର ମାଝୀଙ୍କର ଘରୋଇ କଳି ଲାଗିରହିଥିବା ଜଣାପଡିଛି। କଳିକୁ ନେଇ ରବିବାର ଦିନ ସକାଳ ସମୟରେ ବୀର ମାଝୀଙ୍କ ସହ ଜଗା ମାଝୀଙ୍କର ଝଗଡା ସୃଷ୍ଟି ହୋଇଥିଲା ଏବଂ ସନ୍ଧ୍ୟା ୭ଟା ୩୦ ସମୟରେ ବୀର ମାଝୀ ରାଗରେ ଜଗା ମାଝିକୁ ତୀର ମାରି ଗୁରୁତର କରିଥିବାର ଜଣାପଡିଛି। ସଙ୍ଗେ ସଙ୍ଗେ ପରିବାରର ଲୋକେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଅଧିକ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା କରିବା ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *