ଘଣା ଲାଗିଲେ ମହାପ୍ରଭୁ

ପୁରୀ:୧୧/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ଆଷାଢ କୃଷ୍ଣ ତୟୋଦଶୀ ତିଥିରେ ଅଣସର ବିଜେ ଠାକୁର ମାନଙ୍କର ଘଣାଲାଗି ଅନୁଷ୍ଠିତ ହୋଇଯାଇଛି। ଅଣସର ଠାକୁର ଏହି ଦିନ ପାଟଡ଼ୋର, ଖଳିପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହୋଇଥିଲେ ୨୫ ହାତ ଲମ୍ବର ପାଟଡ଼ୋର ଠାକୁରଙ୍କୁ ଲାଗି କରାଯାଇଥିଲା। ଏହାକୁ ଘଣାଲାଗି କୁହାଯାଏ।ଘଣାଲାଗି ପରେ ମହାପ୍ରଭୁଙ୍କୁ ଖଳି ଲାଗି କରାଯାଇଥିଲା। ଏହି ଖଳିପ୍ରସାଦ ସୁଦ୍ଧ ସୁଆରଙ୍କ ଘରୁ ଘଣ୍ଟଛତା କାହାଳୀ ସହ ଶ୍ରୀମନ୍ଦିରକୁ ଆସିଥିଲଶ ଭୋଗମଣ୍ଡପ ପରେ ଦତ ମହାପାତ୍ରଙ୍କ ଘରୁ ଖଡ଼ି ପ୍ରସାଦ ମନ୍ଦିରକୁ ଆସିଥିଲା। ଖଳି ପ୍ରସାଦ ଲାଗିପରେ ମହାପ୍ରଭୁଙ୍କୁ ଖଡ଼ିପ୍ରସାଦ ଲାଗି କରାଯାଇଥିଲା। ମହାପ୍ରଭୁଙ୍କ ଶ୍ରୀମୁଖ ଓତା ଲାଗି କରାଯାଇଥିଲା। ଅଣସର ପିଣ୍ଡିରେ ଅଳିଆ ସବୁ ସଫା କରାଯାଇଥିଲା। ଏହା ପରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତି ସମ୍ପାଦିତ ହୋଇଥିଲା।

Leave a Reply

Your email address will not be published. Required fields are marked *