କେନ୍ଦୁଝର

ଘଟଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ଘଟଗାଁ,୦୨/୦୯- ଘଟଗାଁ ସୋଭାଗ୍ୟନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ସ୍କୁଲ ସମସ୍ତ ଛାତ୍ର ଛାତ୍ରୀ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ସ୍କୁଲ ପରିସରରେ ଏକତ୍ରିତ ଏହି ଉତ୍ସବକୁ ଖୁବ ଧୁମଧାମରେ ପାଳନ କରିଛନ୍ତି । ଜନ୍ମାଷ୍ଟମୀ ସକାଶେ କୁନୀ କୁନୀ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ରାଧାକୃଷ୍ଣ ବେଶ ପ୍ରତିଯୋଗିତା ଓ କୃଷ୍ଣଙ୍କ ଜନ୍ମ ବୃତାନ୍ତକୁ ନେଇ ଅଭିନୟ ଅନୁଷ୍ଠିତ ହୋଇଥିଲା । ଏଥିସହିତ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିବା ବେଳେ ଏହାକୁ ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର ପାତ୍ର, ଗୁରୁଜୀ ଧୃବଚରଣ ନାଏକ, ଡମ୍ବୁରଧର ବେହେରା,ରବିନ୍ଦ୍ର କୁମାର ମହାନ୍ତ,ହୃଦାନନ୍ଦ ମହାନ୍ତ ଓ ଗୁରୁମା ଅରୁନ୍ଧତୀ ଜେନା, ବବିତା ଗିରି ପ୍ରମୁଖ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top