ଓଡ଼ିଶା

ଘଟଗାଁ ରେ ମାତାରିଣୀଙ୍କ ୮୨ ତମଚଇତି ପର୍ବ ଆରମ୍ଭ

ଘଟଗାଁ, ୯.୦୪(ଓଡିଆ ପୁଅ/ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀ ଘଟଗାଁ ମା ତାରିଣୀଙ୍କ ୮୨ ତମ ଚଇତି ପର୍ବ ଆଜି ଠାରୁ ଆରମ୍ଭ ହୋଇଛି। ଏପ୍ରିଲ ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଘଟଗାଁରେ ମାହା ଆଡମ୍ବରରେ ପାଳିତ ହେବ। ଚଇତି ପର୍ବରେ ମା’ ତାରିଣିଙ୍କ ସୁନାବେଶ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ଭିଡକୁ ଲକ୍ଷ୍ୟ ରଖି ମନ୍ଦିର କର୍ତୁପକ୍ଷ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଉତ୍ସବ ମୂଖର ହେଇ ଉଠିଛି କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ଘଟଗାଁ ପିଠ। ଧୂପ, ଦ୍ୱୀପ, କର୍ପୂର ବାସ୍ନାରେ ମନ୍ଦିର ମହମହ ବାସି ଉଠୁଥିବା ବେଳେ ଶଂଙ୍ଖ, ହୁଳହୁଳି, ଯୋଡି ନାଗରା ଓ ମହୁରୀ ଶବ୍ଦରେ ବେଢା ଉଠୁଚି ପଡୁଛି। ମାଙ୍କ ନିତୀ ପୂଜା ସହିତ ପିଠରେ ଭାଗବତ ପାଠ, ଚଣ୍ଡି ପାଠ, ହୋମ ଯଜ୍ଞ ଓ ସତ୍ୟ ନାରାୟଣ ପୂଜା ଅନୁଷ୍ଟିତ ହୋଇଛି। ପ୍ରତ୍ୟକ ବର୍ଷ ଏପ୍ରିଲ ମାସ ୯ ରୁ୧୫ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପି ଘଟଗାଁରେ ଚଇତି ପର୍ବ ମାହା ଆଡମ୍ବରରେ ପାଳିତ ହେଉଛି। ଆଜି ଚଇଚି ପର୍ବର ପ୍ରଥମ ଦିନରେ ମାର ସୁନା ବେଶରେ ଭକ୍ତ ମନ ଛୁଇଁ ନେଉଛି। ଆଜି ସକାଳୁ ମାଙ୍କର ସ୍ନାନ କାର୍ଯ୍ୟ ସମାପନ କରାଯାଇ ସୁନାବେଶ କରାଯିବା ସହ ଯଥା ବିଧିରେ ପୂଜା ବିଧିରେ ସକାଳ ମଙ୍ଗଳ ଆଳତୀ କରାଯାଇଛି। ଚଇତି ପର୍ବର ପ୍ରଥମ ଦିନରେରେ ଆଜି ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ମାଙ୍କ ସୁନା ବେଶ ଦେଖିବା ପାଇଁ ଘଟଗାଁ ଆସିଥିଲେ। ଲୋକ ମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି, ଏହି ପର୍ବରେ ମାଙ୍କର ସୁନାବେଶ ଦେଖିଲେ ସେମାଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ। ବହୁ ସଖ୍ୟାରେ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ମା’ତାରିଣୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶୃଙ୍ଖଳା ଦର୍ଶନ ପାଇଁ ବ୍ୟାରିଗେଟ ବ୍ୟବସ୍ଥା କରାଯିବା ସହ ପୋଲିସ ଓ ସ୍ୱେଛାସେବୀ ମାନଙ୍କୁ ନିୟୋଜିତ କରାଯାଇଛି। ଏହି ପର୍ବରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଶିଳ୍ପିଙ୍କ କଳା ପ୍ରଦର୍ଶୀତ ବିଭିନ୍ନ ଜିଲ୍ଲାର ଲୋକ ନୃତ୍ୟ ପ୍ରଦର୍ଶିତ ହେବ। ଏଥି ସହିତ ଭକ୍ତ ମାନଙ୍କୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ସହ ପିଠରେ ପ୍ରତ୍ୟକ ଦିନ ଦିନରେ ସାଂସ୍କୃତୀକ କାର୍ଯ୍ୟକ୍ରମ ଓ ସଂନ୍ଧ୍ୟାରେ ଆଧ୍ୟତ୍ମିକ ପ୍ରବାଚନ, ବାଦି ପାଲା ଅନୁଷ୍ଟିତ ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top