କେନ୍ଦୁଝର

ଘଟଗାଁ ଯୁବସେବା ସଂଘ ପକ୍ଷରୁ କେରଳ ବନ୍ୟା ବିପନ୍ନଙ୍କ ପାଇଁ ସହାୟତା

ଘଟଗାଁ, ୨୩/୦୮(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁରେ ନୂତନ କରି ଗଢି ଉଠିଥିବା ଯୁବସେବା ସଂଘ କେରଳ ବନ୍ୟା ବିପନ୍ନଙ୍କୁ ସାହାଯ୍ୟର ହାତ ବଢାଇଛି। ଘଟଗାଁ ଅଂଚଳରେ ପୂର୍ବରୁ ବିଭିନ୍ନ ଜନହିତକର କାର୍ଯ୍ୟ କରି ଅଂଚଳରେ ଉଦାହରଣ ସାଜିଥିବା ବେଳେ ଏହି ସଂଘ ପକ୍ଷରୁ କିଛି ଦିନ ପୂର୍ବରୁ କାଉଡିଆ ମାନଙ୍କୁ ନିକଟସ୍ଥ ବାଣେଶ୍ୱର ମନ୍ଦିରରେ ପ୍ରସାଦ ସେବନ ବନ୍ଦୋବସ୍ତ କରାଇଥିବା ବେଳେ ବିଗତ ସ୍ୱାଧୀନତା ଦିବସ ଅବସରରେ ସଂଘର ସମସ୍ତ କର୍ମକର୍ତା ଉତ୍ସାହର ସହକାରେ ଘଟଗାଁ ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରରେ ଫଳ ବଣ୍ଟନ ଭଳି ସମାଜସେବା କାର୍ଯ୍ୟକରି ଅଂଚଳରେ ପ୍ରଶଂସିତ ହୋଇଥିଲେ। କେରଳ ବନ୍ୟା ବିପନ୍ନଙ୍କ ପାଇଁ ଘଟଗାଁ ବଜାରରେ ଦୋକାନ ଦୋକନ ବୁଲି କିଛି ଅର୍ଥରାଶି ସଂଗ୍ରହ କରିବା ପରେ କିଛି ନିଜଶ୍ୱ ଅର୍ଥ ମିଶାଇ କେରଳର ବନ୍ୟା ବିପନ୍ନ ସହାୟତା କେନ୍ଦ୍ରକୁ ସାହାର୍ଯ୍ୟ ସୂରୁପ ୧୦ହଜାର ଟଙ୍କା ପଠାଇଛନ୍ତି। ଏହି କାର୍ଯ୍ୟକ୍ରମକୁ ଯୁବ ସଂଘର ସଭାପତୀ ରଞିତ କୁମାର ସେଠୀ, ସମ୍ପାଦକ ରଞନ କୁମାର ସାହୁ ଓ ଆବାହକ ସମୀର ପ୍ରଧାନ ପରିଚାଳନା କରିଥିବା ବେଳେ ସଂଘ ସଦସ୍ୟ ତୁଫାନ ମୁଦୁଲି, ସନ୍ତୋଷ ସାହୁ, ରଞନ ବେହେରା, ଶକ୍ତି ପ୍ରସାଦ ରଣା, ନିରଞନ ପରିଡା, ମାନଓ ଦାସ, ରୁପ କୁମାର ସାହୁ, ବିଜୟ ବେଜ ପ୍ରମୁଖ ସହଯୋଗ କରିଥିଲେ। ଏହିପରି ସମାଜ ସେବା କାର୍ଯ୍ୟ ଆଗକୁ ଚାଲୁରହିବ ବୋଲି ସଂଘ ପକ୍ଷରୁ ପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top