ଘଟଗାଁ ବ୍ଲକରେ ଦେଶୀ ଓ ବିଦେଶୀ ମଦ କାରବାର, ସବୁ ଜାଣି ଚୁପ ବସିଛି ପୋଲିସ ପ୍ରଶାସନ

ଘଟଗାଁ, ୨୩/୦୬( ଓଡିଆ ପୁଅ/ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକରେ ଏବେ ଚୋରା ମଦ ବେପାରୀ ସକ୍ରିୟ ହୋଇଉଠିଛନ୍ତି। ଏଠାରେ ଚୋରା ମଦ ବେପାରୀଙ୍କ ସହ ପୋଲିସର ମଧୁଚନ୍ଦ୍ରିକା ଯୋଗୁଁ ପୁରା ଅଂଚଳରେ ଦେଶୀ ଓ ବିଦେଶୀ ମଦ ବିକ୍ରି ଖୁଲମ ଖୁଲା ଚାଲୁଥିବା ବିଭିନ୍ନ ସୁତ୍ରରୁ ଜଣାପଡିଛି। ମଦବେପାରୀ ଖୁଲମଖୁଲା ଦିନଦିପହରେ ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଥିବାରୁ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯାହାର ପ୍ରଭାବରେ ଘଟଗାଁର ବିଭିିନ୍ନ ଅଂଚଳରେ ଏବେ ପରିସ୍ଥିତି ଅଶାନ୍ତ ହେବାର ଲାଗିଛି। ଯଦ୍ୱାରା ଝୀଅ-ବୋହୁ, ପିଲା ଛୁଆ ଆଦି ରାସ୍ତାରେ ଯିବାକୁ ଆଉ ସୁରକ୍ଷିତ ମଣୁନାହାଁନ୍ତି। ସବୁଠୁ ବଡ ପରିତାପର ବିଷୟ ମଦବେପାରୀ ମାନେ ସାଇକେଲ ଓ ବାଇକରେ ମଦ ଆଣି ବେପାର ଜମାଉଥିବା ବେଳେ ସେମାନଙ୍କ ପ୍ରତି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ବିଭିନ୍ନ ସୁତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ମଦବେପାରୀ ମାନେ ପୋଲିସକୁ ମାସିକିଆ ଧାର୍ଯ୍ୟ ଚାନ୍ଦା ଦେଉଥିବାର ଛକ ବଜାରରେ ଆଲୋଚନା ହେଉଛି। ଘଟଗାଁ ଅଂଚଳର ବିଭିନ୍ନ ଗାଁରେ ଏବେ ଜୋରଦାର ମଦକାରବାର ଚାଲିଥିବା ବେଳେ କିଛି ହୋଟେଲରେ ମଧ୍ୟ ବେଧଡକ ମଦକାର ବାର ଚାଲିଛି। ଏହା ଦେଖି ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ଆଖି ବୁଜି ଦେଇଥିବାର ଅନୁମାନ କରାଯାଉଛି। ଅପରପକ୍ଷେ ପୋଲିସ ବର୍ଷସାରା ମଦବେପାରୀଙ୍କୁ ସହଯୋଗର ହାତ ବଢାଉଥିବା ବେଳେ ଅଧେ ଲୋକଦେଖାଣିଆ ବିରୋଧ କରି ସମାଜ ଆଗରେ ମଦ ଜବତର ନାଟକ ସୃଷ୍ଟି କରୁଛି। ଯଦ୍ୱାରା ସ୍ଥାନୀୟ ଅଂଚଳ ମାନଙ୍କରେ ପୋଲିସ ପ୍ରତି ଜନସାଧାରଣଙ୍କ ଆସ୍ଥା ତୁଟିଯିବା ସଙ୍ଗେ ସଂଙ୍ଗେ ସାମାଜିକ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ରକ୍ଷା କରିବାର ଗୁରୁଦାୟିତ୍ୱ ବହନ କରୁଥିବା ପୋଲିସର ଏହି ମଦ ବେପାରୀଙ୍କ ପ୍ରୀତି ପ୍ରତି ଜନଅସନ୍ତୋଷର ଦାନା ବାନ୍ଧୁଛି।

Leave a Reply

Your email address will not be published. Required fields are marked *