ଘଟଗାଁ ଅଂଚଳରେ ହାତୀ ଉପଦ୍ରବ, ବ୍ୟପକ ଫସଲ ନଷ୍ଟ

ଘଟଗାଁ,୨/୦୯(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ବ୍ଲକ ଅନ୍ତର୍ଗତ ବିଣାଝରୀ ଗ୍ରାମ ସମେତ ଆଖପାଖ ଗ୍ରାମ ଗୁଡିକରେ ଗତ ଦୁଇ ଦିନ ହେବ ହାତୀ ଉପଦ୍ରବ ଲାଗିରହିଛି । ବିଳମ୍ବିତ ରାତିରେ ୪ ରୁ ୫ଟି ହାତୀ ନିକଟସ୍ଥ ଜଙ୍ଗଲରୁ ବାହାରି ଧାନ ଫସଲ ଖାଉଥିବା ବେଳେ ଅଧିକାଂଶ ଫସଲକୁ ଦଳି ମକଚି ନଷ୍ଟ କରିଦେଇଥିବା ଜଣାପଡିଛି । ରାତ୍ରୀ ଉଜାଗର ହୋଇ ଗ୍ରାମବାସୀ ମାନେ ହାତୀକୁ ଘଉଡାଇବା ପାଇଁ ଚେଷ୍ଟା କରୁଥିବା ବେଳେ ବନବିଭାଗ ପକ୍ଷରୁ ବାଣ କିମ୍ବା ଲାଇଟର ବ୍ୟବସ୍ଥା କରାଯାଇନଥିବା ଯୋଗୁ ହାତୀ ଗୁଡିକୁ ଘଉଡାଇବାରେ ଗ୍ରାମବାସୀ ବିଫଳ ହେଉଥିବା କହିଛନ୍ତି । ସେହିପରି କେନ୍ଦୁଆପଡା,ରାଜପାଟ,କୋଳିପଶୀ ଆଦି ଗ୍ରାମଗୁଡିକର ଚାଷୀ ମଧ୍ୟ କ୍ଷତିଗ୍ରସ୍ଥ ହେଉଥିବା ପ୍ରକାଶ କରିଛନ୍ତି । ତେଣୁ ଘଟଗାଁ ବନବିଭାଗ ଏଥି ପ୍ରତି ଦୃଷ୍ଟିଦେଇ ହାତୀ ଘଉଡାଇବାରେ ସାହାଯ୍ୟ କରିବା ସହ ଅବଶ୍ୟକ ଉପକରଣ ଯୋଗାଇ ଦେବା ପାଇଁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *