ଘଟଗାଁରେ ବ୍ଲକ ସ୍ତରିୟ ଶିଶୁ ଦିବସ

ଘଟଗାଁ,୧୪.୧୭(ଓଡିଆ ପୁଅ/ଭବାନୀ ପ୍ରସାଦ)-କେନ୍ଦୁଝର ଜିଲ୍ଲା ଘଟଗାଁ ରାଜୀବ ଗାନ୍ଧି ସେବା କେନ୍ଦ୍ରରେ ବେସ ଧୁମଧାମରେ ବ୍ଲକ ସ୍ତରିୟ ଶିଶୁ ଦିବସ ପାଳିତ ହୋଇଯାଇଛି । ପ୍ରଥମଥର ପାଇଁ ଏକ ଭିନ୍ନ ଢଙ୍ଗରେ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷତ୍ରୀ ଓ ସରକାରୀ କର୍ମଚାରୀ ମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଟିଭି ମାଧ୍ୟମରେ ଶିଶୁ ମାନଙ୍କୁ ଉଦବୋଧନ ଦେବା ସହ ଶିଶୁ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ବ୍ୟାଖ୍ୟା କରିଥିଲେ । ତେବେ କାର୍ଯ୍ୟକ୍ରମକୁ ଶିଶୁ ମାନଙ୍କ ନିକଟରେ ପହଚାଁଇବା ପାଇଁ ଘଟଗାଁ ରାଜୀବ ଗାନ୍ଧି ସେବା କେନ୍ଦ୍ରଠାରେ ଗୋଟିଏ ପ୍ରୋଜେକ୍ଟର ସହ ୭ଟି ଏଲସିଡି ଲଗା ଯାଇଥିଲା ଯେଉଁଠାରେ ଶିଶୁମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବା ସହ ଭଲ ପାଠ ପଢି ଉତମ ରାଷ୍ଟ୍ରର ଗଠନ କରିବା ପାଇଁ ଶପଥ ନେଇଛନ୍ତି ।

Leave a Reply

Your email address will not be published. Required fields are marked *