କେନ୍ଦୁଝର

ଘଟଗାଁରେ ଆର୍ଟ ଅଫ୍ ଗିଭିଂ ଦିବସ ପାଳିତ

ଘଟଗାଁ୧୮.୦୫(ଓଡିଆ ପୁଅ/ଭବାନୀ ପ୍ରସାଦ)- କିଟ ଓ କିସର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ୨୦୧୩ ମସିହାରେ ବିଭିନ୍ନ ଜନହିତକର ତଥା ବିକାଶ ମୂଳକ କାର୍ଯ୍ୟର ଉଦେଶ୍ୟ ନେଇ ଆର୍ଟ ଅଫ ଗିଭିଂ ଦିବସ ପାଳନ। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁରପାଟଣା ରେ ଆର୍ଟ ଅଫ ଗିଭିଂ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷର ବାର୍ତ୍ତା ଥିଲା ‘ପ୍ୟାର ଭରା ପ୍ୟାକ’ ଅର୍ଥାତ ଲୋକମାନେ ଲୋକମାନଙ୍କୁ ଭୋଜନ ଦାନ କରିବେ। ଏହି ଅବସରରେ କାର୍ଯ୍ୟକ୍ରମକୁ ମୁକୁନ୍ଦପୁରପାଟଣା ଗ୍ରାମପଂଚାୟତ ସରପଂଚ ଅନ୍ନପୂର୍ଣ୍ଣା ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଟାନିକ ଶୁଭାରମ୍ଭ କରିଥିଲେ। ଏଥିରେ ମୁକନ୍ଦପୁରପାଟଣା ପଂଚାୟତ ରିଲିଫ ଫଣ୍ଡରୁ ୫ଶହରୁ ଉର୍ଦ୍ଧ ଜନସାଧାରଣଙ୍କୁ ଭୋଜନ ପ୍ରଦାନ କରାଯାଇଥିଲା। ମା’ତାରିଣୀ ୟୁଥ କ୍ଲବର ସଭାପତି ତଥା ସମାଜସେବୀ ସଞୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଅନ୍ନପୂର୍ଣ୍ଣା ଦେହୁରୀ ଆୟୋଜିତ ସଭାରେ କିଟ ଓ କିସ୍ର ପ୍ରତିଷ୍ଠାତା ତଥା ଶିକ୍ଷାବିତ ଡ.ଅଚ୍ୟୁତ ସାମନ୍ତଙ୍କ ସମାଜର ଦଳିତ ନିଷ୍ପେସିତ ଲୋକଙ୍କ ପାଇଁ ପଦକ୍ଷେପ ସଦୃଶ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଥିବା ବେଳେ ସମଗ୍ର ଓଡିଶା ତଥା ୮୦ଟି ଦେଶରେ ୫ମ ଆର୍ଟ ଅଫ ଗିଭିଂ ଦିବସ ପାଳନ କରାଯାଉଥିବାରୁ ବକ୍ତବ୍ୟ ମାଧ୍ୟମରେ ବେସ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମକୁ ମୁକୁନ୍ଦପୁରପାଟଣା ପଂଚୟତର ବହୁ ମହିଳା ସଂଗଠନ, ସ୍ୱେଚ୍ଛାସେବୀ ସଂଗଠନ, ପଂଚାୟତର ବହୁ କର୍ମଚାରୀ ମାନେ ପରିଚାଳନରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top