ତାଳଚେର, ୨୨/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଘଂଟପଡ଼ା ପଂଚାୟତ କାର୍ଯ୍ୟାଳୟଠାରେ ଶନିବାର ପୂର୍ବାହ୍ନରେ ଭୂମିହୀନ ବ୍ୟକ୍ତିମାନଙ୍କୁ ଜମି ଯୋଗାଇଦେବା ନିମନ୍ତେ ଆବେଦନକାରୀ ଫର୍ମ ପ୍ରଦାନ କରାଯାଇଥିଲା। ଘଂଟପଡ଼ା ସରପଂଚ ମନୋଜ ବେହେରା, ୱାର୍ଡÿମେମ୍ବର ନିରଞ୍ଜନ ସାହୁ, ପ୍ରତାପ ପରିଡ଼ା ଏବଂ ସାବିତ୍ରୀ ସାହୁଙ୍କ ଉପସ୍ଥିତିରେ ଆର, ଆଇ ପ୍ରଶାନ୍ତ କୁମାର ସିଂ ଯୋଗ ଦେଇ ଉକ୍ତ ପଂଚାୟତରେ ରହୁଥିବା ଭୂମିହୀନ ବ୍ୟକ୍ତିଙ୍କୁ ଜାଗା ଯୋଗାଇ ଦେବା ଉଦେ୍ଶ୍ୟରେ ଆବେଦନ ଫର୍ମ ପ୍ରଦାନ କରିଥିଲେ। ଏହି ଶିବିରରେ ପଂଚାୟତର ୩ଶହରୁ ଉର୍ଦ୍ଧ୍ୱ ବ୍ୟକ୍ତି ଉପସ୍ଥିତ ରହି ଆବେଦନ ଫର୍ମ ଗ୍ରହଣ କରିଥିଲେ। ଯଥାଶୀଘ୍ର ଆବଶ୍ୟକୀୟ ଅନୁଧ୍ୟାନ କରା ଯାଇ ଉପଯୁକ୍ତ ହିତାଧିକାରୀଙ୍କୁ ଜାଗା ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଥିଲା। ପ୍ରକାଶ ଥାଉକି, ରାଜ୍ୟ ସରକାରଙ୍କ ନିୟମ ମୁତାବକ ଭୂମିହୀନ ବ୍ୟକ୍ତିଙ୍କୁ ୮ ଡେସିମିଲ ଲେଖାଏଁ ନିୟମ ରହିଛି। ତେବେ ସମ୍ପୃକ୍ତ ଆବେଦନକାରୀ ଜଣକ ଏ ସମ୍ପର୍କିତ ସମସ୍ତ ନିୟମାବଳୀ ସମ୍ପର୍କରେ ଅବଗତ ହୋଇ ଫର୍ମକୁ ସତ୍ୟାସତ୍ୟା ଆଧାରରେ ପୂରଣ କରି ପଂଚାୟତ କାର୍ଯ୍ୟାଳୟରେ ଦାଖଲ କରିବାକୁ ଏହି ଅବସରରେ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା।
