ଅନୁଗୁଳ

ଘଂଟପଡ଼ା ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନର ୨ୟ ବୈଠକ

ତାଳଚେର,୩୦/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ ଘଂଟପଡ଼ା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ସଭାଗୃହଠାରେ ମୋ ସ୍କୁଲ ଅଭିଯାନର ୨ୟ ବୈଠକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସାଗରିକା ହାଜରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୋ ସ୍କୁଲ ଅଭିଯାନ କମିଟିର ସଭାପତି ମନୋଜ ସାହୁ ମୂଖ୍ୟ ଅତିଥି ଓ ସମାଜସେବୀ କ୍ଷୀରୋଦ ସାହୁ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଏହି ବୈଠକରେ ଅଭିଯାନର ଅଗ୍ରଗତି ସମ୍ପର୍କରେ ଆଲୋଚନା ହେବାସହ ଭବିଷ୍ୟତରେ ଏହାକୁ କିପରି ଆହୁରି ଦୃଢ଼ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ପୁରାତନ ଛାତ୍ର ନିରଞ୍ଜନ ପ୍ରଧାନ ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ୧ହଜାର ଟଙ୍କାର ଅର୍ଥରାଶି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପ୍ରଦାନ କରିଥିଲେ । ସଭାପତି ଶ୍ରୀ ସାହୁ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ସହଯୋଗରେ ଏମ୍.ସି.ଏଲ ତରଫରୁ ବିଦ୍ୟାଳୟ ପେଣ୍ଡାଲରେ ଏକ ଟିଣ ସେଡ଼ ନିର୍ମାଣ ପାଇଁ ୫ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଛି ଓ ଖୁବ୍ ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସଭାପତି କହିଥିଲେ । ସଭା ପ୍ରାରମ୍ଭରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅଜୟ କୁମାର କର ଏହି ଅଭିଯାନର ଆଭିମୂଖ୍ୟ ଓ ଅଗ୍ରଗତି ସମ୍ପକରେ ସୂଚନା ଦେଇଥିଲେ । ପରିଶେଷରେ ଶିକ୍ଷକ ଉମେଶ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top