ad
ଅନୁଗୁଳ

ଘଂଟପଡ଼ାରେ ମା’ ହିଙ୍ଗୁଳାଙ୍କ ୯ମ ବାର୍ଷିକ ଉତ୍ସବ ପାଳିତ

ତାଳଚେର, ୧୦/୩ (ଓଡ଼ିଆ ପୁଅ/ଅଜିତ୍ କୁମାର ବେହେରା) : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କର ନବମ ବାର୍ଷିକ ଉତ୍ସବ ଘଂଟପଡା ଗ୍ରାମରେ ଶନିବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଗୋପାଳପ୍ରସାଦସ୍ଥିତ ମା’ହିଙ୍ଗୁଳାଙ୍କ ପୀଠରୁ ଆଲମ ଅଣାଯିବା ସହ ଗ୍ରାମର ମହିଳାମାନେ ଦେଉଳ ପୋଖରୀରୁ କଳସରେ ଜଳ ଆଣି ଗ୍ରାମ ପରିକ୍ରମା କରିବାସହ ଯଜ୍ଞସ୍ଥଳରେ ପହଂଚିଥିଲେ। ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥିଙ୍କ ଦ୍ୱାରା ସୂର୍ଯ୍ୟ ପୂଜା, ଚଣ୍ଡିପୂଜା ଏବଂ ପରମ୍ପରା ରୀତିନୀତିରେ ପୂଜାର୍ଚ୍ଚନା କରିଥିଲେ।ଏହି ଯଜ୍ଞରେ କର୍ମକର୍ତାଭାବେ ପ୍ରମୋଦ ସାହୁ, ତାଙ୍କ ଧର୍ମପତ୍ନୀ ଅଞ୍ଜଳି ସାହୁ, କାର୍ତିକ ସାହୁ, ଅକ୍ଷୟ ସ୍ୱାଇଁ ଯୋଗଦାନ କରିଥିଲେ। ଅପରାହ୍ନ ରେ ଗ୍ରାମର ମୁଖିଆ ମହେଶ ଚନ୍ଦ୍ର ପ୍ରଧାନ ପୂର୍ଣ୍ଣାହୂତି ଦେଇଥିଲେ। ଏହି ଉପଲକ୍ଷେ ଘଂଟପଡା ଗ୍ରାମର ଭଗବତ ସାୟୀ, ବଉଳଛକ, ବାଘମରା, ଚାଳଗଡ଼ ଆଦି ଗ୍ରାମର ସଂକୀର୍ତନ ଦଳ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମର ଓ ଆଖପାଖ ଅଂଳଳର ବହୁ ସଂଖ୍ୟାରେ ଭକ୍ତମାନେ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ସାହୁ, ସନ୍ତୋଷ ସାହୁ, ଆରତ ପ୍ରଧାନ, ସହଦେବ ସାହୁ, ପ୍ରକାଶ ପ୍ରଧାନ, ଶରତ ଚନ୍ଦ୍ର ସାହୁ, ସୁକୁଟୁ ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top