ad
ଅନୁଗୁଳ

ଘଂଟପଡା ନୋଡାଲ୍ ହାଇସ୍କୁଲ ୧୯୯୪ ମ୍ୟାଟ୍ରିକ୍ ବ୍ୟାଚ୍ ର ରୌପ୍ୟ ଜୟନ୍ତୀ ପାଳିତ

ତାଳଚେର, ୧୪/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା)ତାଳଚେର ବ୍ଲକ ଘଂଟପଡା ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ୧୯୯୪ ମ୍ୟାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଓ ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଆୟୋଜିତ ଗୁରୁ ପୂଜନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ମହେଶ ଚନ୍ଦ୍ର ପ୍ରଧାନ,ସମ୍ମାନୀତ ଅତିଥି ଭାବେ ବର୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ସାଗରିକା ହାଜରା,ପୂର୍ବତନ ପ୍ରଧାନଶିକ୍ଷକ ବିଭୂତି ଭୂଷଣ ପାଢ଼ୀ, ଅବସରପ୍ରାପ୍ତ ଶିକ୍ଷକ ସନାତନ ଧୀର, ପ୍ରାକ୍ତନ ଶିକ୍ଷକ ସନ୍ତୋଷ ପାଢ଼ୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଥିଲେ । ବିଦ୍ୟାଳୟ ହେଉଛି ଜୀବନର ପ୍ରଥମ ପାହାଚ । ବିଦ୍ୟାଳୟରେ ପଢ଼ୁଥିବା ସମୟରେ ଜଣାପଡେ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ସମ୍ପର୍କରେ । ୧୯୯୪ ବ୍ୟାଚ୍ ମ୍ୟାଟ୍ରିକ୍ ଛାତ୍ରଛାତ୍ରୀଙ୍କର ରୌପ୍ୟ ଜୟନ୍ତୀ ପାଳନ ହେଉଥିବାରୁ ଅତିଥିମାନେ ଏହାର ଭୂୟସୀ ପ୍ରଶଂସା କରିଥିଲେ । ଏହି ସଭାରେ ବିଦ୍ୟାଳୟର ବର୍ତମାନ ଓ ପ୍ରାକ୍ତନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଗୁରୁପୂଜନ କରାଯିବା ସହିତ ସ୍ୱର୍ଗତ ପୂର୍ବତନ ଶିକ୍ଷକମାନଙ୍କ ଉଦେ୍ଦଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବର୍ତମାନ ଓ ପୂରାତନ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମୋଟ୍ ୪୩ ଜଣ ଏବଂ ୬ ଜଣ ସ୍ୱର୍ଗତ ଶିକ୍ଷକ ସଂଖାଳି ସାହୁ,ଆନନ୍ଦ ଚନ୍ଦ୍ର ବିଶ୍ୱାଳ,ହରେଶ ଚନ୍ଦ୍ର ପଟ୍ଟାନାୟକ,ଦିଗାମ୍ବର ସାମଲ,ଉମେଶ ଚନ୍ଦ୍ର ରଥ,ବୀରବର ବିଶ୍ୱାଳଙ୍କ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ୪ର୍ଥ ଶ୍ରେଣୀର ଛାତ୍ରୀ ଶ୍ରୀମତୀ ବଦ୍ରାଙ୍କୁ ସାହସିକତା ପୁରସ୍କାର, ରେଳଧାରଣାରେ ଗୋଡ କଟି ଯାଇଥିବା ଘଂଟପଡା ସ୍କୁଲର ୬ଷ୍ଠ ଶ୍ରେଣୀ ଛାତ୍ରୀ ପ୍ରମିଳା ମୁଣ୍ଡାଙ୍କ ବାପାଙ୍କୁ ୧୦ ହଜାର ଟଙ୍କାର ଅର୍ଥ ରାଶି ସହାୟତା ପ୍ରଦାନ କରାଯାଇଥିଲା । ଏହାବ୍ୟତୀତ ୧୯୯୪ ମେଟ୍ରିକ୍ ବ୍ୟାଚ୍ ର ୬୦ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଏହି ସଭାରେ ଶିକ୍ଷକ ଉମେଶ ପ୍ରସାଦ ମିଶ୍ର,ଅଜୟ କୁମାର କର, ଅନ୍ତର୍ଯ୍ୟାମୀ ସାହୁ,ଦେବରାଜ ମହାରଣା,ପୁରାତନ ଛାତ୍ର ପ୍ରଶାନ୍ତ ମହାରଣା,ଅଲେଖ ଦେହୁରୀ,କୁନୀ ଝିଅ ସମନ୍ଥା ମହାରଣା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପ୍ରାକ୍ତନ ଛାତ୍ର ତଥା ସ୍ୱେଚ୍ଛାସେବୀ କ୍ଷୀରୋଦ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା ବେଳେ ଅନ୍ୟତମ ପ୍ରାକ୍ତନ ଛାତ୍ର ପ୍ରଶାନ୍ତ ମହାରଣା ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ସମାରୋହରେ ବିଭୁତି ସାହୁ,ଦୀପକ ସାମଲ, ରାମଚନ୍ଦ୍ର ସାହୁ,ବିଜୟ ଦାସ,ଯଶୋବନ୍ତ ସାହୁ,ରଞ୍ଜନ ବେହେରାଙ୍କ ସମେତ ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top