ଅନୁଗୁଳ

ଘଂଟପଡା ଏଲ୍.ଆଇ.ସି. ମିନି ଅଫିସରେ ବୀମା ଦିବସ ପାଳିତ

ତାଳଚେର,୧/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଘଂଟପଡା ଗ୍ରାମସ୍ଥିତ ମିନି ଏଲ୍.ଆଇ.ସି. ଅଫିସ୍ ଠାରେ ଆଜି ୬୨ତମ ବୀମା ଦିବସ ପାଳିତ ହୋଇଯାଇଛି । ମିନି ଅଫିସ୍ ର ଆସୋସିଏଟ୍ ରାଜେନ୍ଦ୍ର ପ୍ରସାଦ ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ କୁମାର ପ୍ରଧାନ,ସମ୍ମାନୀତ ଅତିଥି ଭାବେ ଉମେଶ ପ୍ରସାଦ ମିଶ୍ର,ସମାଜସେବୀ କ୍ଷୀରୋଦ ସାହୁ ଓ ବସନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିଗଣ ଏଲ୍.ଆଇ.ସି. ପତାକା ଉତୋଳନ କରିବା ସହିତ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଦୀପ ପ୍ରଜ୍ୱଳନ କରି ବର୍ତମାନ ଯୁଗରେ ଜୀବନ ବୀମାର ଆବଶ୍ୟକତା ଉପରେ ଆଲୋଚନା କରିବାସହ ସମସ୍ତ ପରିବାରବର୍ଗ ବୀମା ଭୁକ୍ତ ହେବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଜୀବନ ବୀମା ଅଭିକର୍ତା ଧିରେନ୍ଦ୍ର ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ସହ ସହାୟକ ପିଙ୍କୁନ୍ କୁମାର ସାହୁ ସହଯୋଗ କରିଥିଲେ । ଏଥିରେ ମନୋଜ ଦାସ,ସତ୍ୟବ୍ରତ ସାହୁ,ବିଶ୍ୱଜିତ୍ ସାହୁ,ବସନ୍ତ ବାରିକ,  ଆନନ୍ଦ ସାହୁ ପ୍ରମୁଖ ବୀମାଧାରୀ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top