ଓଡ଼ିଶା

ଗଡ଼ିଲା ରାଉରକେଲା-ସମ୍ବଲପୁର ମେମୁ ଟ୍ରେନ

ରାଉରକେଲା ୧୦ ଜୁଲାଇ (ଓଡ଼ିଆ ପୁଅ/ଶିବରାମ ପାତ୍ର):ବହୁଦିନର ପ୍ରତୀକ୍ଷା ପରେ ରାଉରକେଲା ଷ୍ଟେସନରେ ଚଳାଚଳ କରିଛି ବିଦ୍ୟୁତଚାଳିତ ମେମୁ ଟ୍ରେନ। ଏହି ପାସେଜଂର ଟ୍ରେନରେ ଯାତ୍ରୀ ମାନଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ଏହାକୁ ରାଉରକେଲା ତଥା ସମ୍ବଲପୁର ଯାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ରାଉରକେଲା- ସମ୍ବଲପୁର ନୂତନ ମେମୁ ଟ୍ରେନକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ସବୁଜ ପତାକା ଦେଖାଇ ରାଉରକେଲା ରେଳଷ୍ଟେସନ ଠାରେ ଶୁଭ ଉଦଘାଟନ କରିଥିଲେ। ସେ ଏହି ଅବସରରେ କହିଲେଯେ, ରାଉରକେଲା ଷ୍ଟେସନର ଅବସ୍ଥା ପୂର୍ବପେକ୍ଷା ଯଥେଷ୍ଟ ମାତ୍ରାରେ ସୁଧାର ଆସିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଷ୍ଟେସନରେ ବିଭିନ୍ନ ପ୍ରକାର ସୁବିଧା ଯାତ୍ରୀ ମାନଙ୍କ ପାଇଁ କରାଯାଇଛି। ଯାତ୍ରୀ ମାନଙ୍କ ବସିବା ନିମନ୍ତେ ୧୨୦ଟି ଚେୟାର, ଶାରୀରିକ ଦିବ୍ୟାଙ୍ଗ ମାନଙ୍କ ପାଇଁ ଚଳନ୍ତା ପାହାଚ, ଦ୍ୱିତୀୟ ପ୍ରବେଶ ପଥ ସହ ଷ୍ଟେସନରେ ସର୍ବାଧିକ ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯାଇଛି ବୋଲି ଶ୍ରୀ ଓରାମ ପ୍ରକାଶ କରିଥିଲେ। ଡିଜେଲ ଦରବୃଦ୍ଧି ଯୋଗୁ ବିଦ୍ୟୁଚାଳିତ ମେମୁ ଟ୍ରେନର ପରିକଳ୍ପନା କରାଯାଇଛି। ଏହି ମେମୁ ଟ୍ରେନ ଚାଲିଲେ ମଧ୍ୟ ରାଉରକେଲା- ଝାରସୁଗୁଡ଼ା ଡିଏମୟୁକୁ ପୁନଃ ପ୍ରଚଳନ କରାଯିବ। ଏହାପରେ ରାଉରକେଲା- ଚକ୍ରଧରପୁର ଦେଇ ମେମୁ ଟ୍ରେନ ଚଳାଚଳ କରାଯିବ ବୋଲି ସୂଚନା ମିଳିଛି। ବାସନ୍ତୀ କଲୋନୀ ଠାରେ ରେଲୱେ ଫ୍ଲାଏ ଓଭର ବ୍ରୀଜ ନିର୍ମାଣ ସରିଥିବା ବେଳେ ଆଇଟିଆଇ ଓ ଏସଟିଆଇ ଠାରେ ବ୍ରୀଜ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି। ପର୍ଯ୍ୟାୟକ୍ରମେ ରାଜଗାଙ୍ଗପୁର, କଲୁଙ୍ଗା ଓ କୁକୁଡ଼ା ଗେଟ୍ ଠାରେ ୩ଟି ଓଭରବ୍ରୀଜ କାର୍ଯ୍ୟ ଚାଲିବ ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସିକେପି ଏଡ଼ିଆରଏମ ଅନୁପ କୁମାର, ରାଉରକେଲା ଷ୍ଟେସନ ମ୍ୟାନେଜର ଅଭୟ କୁମାର ମିଶ୍ର, ସିସିଆଇ ଆର.କେ. ରାୟ, ଟି.କେ. ମଣ୍ଡଳଙ୍କ ସମେତ ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top