ଗଡ଼ିଲାନି ଅଟୋ, ଯାତ୍ରୀ ହନ୍ତସନ୍ତ

ରାଉରକେଲା ୮ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର): ବର୍ଦ୍ଧିତ ତୈଳ ଦର, ନିର୍ଦ୍ଧାରିତ ଭଡ଼ାବୃଦ୍ଧି, ସାମାଜିକ ସୁରକ୍ଷା, ପରିବହନ କଲ୍ୟାଣ ବୋର୍ଡ ଗଠନ, ସହରରେ ନିଶୁକ୍ଲ ପାର୍କିଂ ବ୍ୟବସ୍ଥା ଆଦି ଦାବିରେ ଅଖିଳ ଓଡ଼ିଶା ଅଟୋ ରିକ୍ସା ଓ ଟ୍ୟାକ୍ସି ଚାଳକ ମହାସଂଘ ଡାକରାରେ ୧୨ ଘଣ୍ଟିଆ ବନ୍ଦ ଡାକରାକୁ ରାଉରକେଲା ଅଟୋ ସଂଘ ପକ୍ଷରୁ ସମର୍ଥନ ଜଣାଇ ସହରରେ ୧୨ ଘଣ୍ଟା ସମସ୍ତ ଅଟୋ ଚଳାଚଳକୁ ବନ୍ଦ ରଖାଯାଇଥିଲା। ଫଳରେ ସହରର ବିଭିନ୍ନ ସ୍ଥାନକୁ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଅଟୋ ଚଳାଚଳ ବନ୍ଦ ରହିଥିଲା। ଏହା ଫଳରେ ଯାତ୍ରୀ ମାନଙ୍କୁ ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବିଶେଷ କରି ବୀରମିତ୍ରପୁର, ରାଜଗାଙ୍ଗପୁର, ନୂଆଗାଁ, ମନୋହରପୁର ଆଦି ଅଂଚଳରୁ ରାଉରକେଲା ସରକାରୀ ହସ୍ପିଟାଲ ଆସୁଥିବା ରୋଗୀ ମାନେ ଅଟୋ ଚଳାଚଳ ବନ୍ଦ ଯୋଗୁ ବାଧ୍ୟରେ ବହୁ କଷ୍ଟରେ ବସରେ ଯିବା ଦେଖିବାକୁ ମିଳିଥିଲା। ସହରର ରେଳ ଷ୍ଟେସନ, ନୂଆବସ ଷ୍ଟାଣ୍ଡ, ବିଶ୍ରା ଛକ, ଆମ୍ବାଗାନ, ଆଦି ଅଂଚଳରେ ଥିବା ଅଟୋ ଷ୍ଟାଣ୍ଡରେ ଅଟୋ ଗୁଡ଼ିକ ଛିଡ଼ା ହୋଇ ରହିବା ଫଳରେ ଅଟୋ ଚଳାଚଳ ପ୍ରଭାବିତ ହୋଇଥିଲା। ପ୍ରାୟ ୭ ହଜାର ଅଟୋ ଚାଳକ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *