ଓଡ଼ିଶା

ଗ୍ୟାସ ସିଲିଣ୍ଡର ଫାଟି ଛାତ ଉଡିଗଲା, ତିନି ଆହତ

କଳାହାଣ୍ଡି ୨୪-୬ – (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ବ୍ୟବସାୟୀକ ପ୍ରାଣ କେନ୍ଦ୍ର ଜୁନାଗଡ ସହର ସ୍ଥିତ ବ୍ଲକ ପଡାରେ ଏକ ଗ୍ୟାସ ସିଲିଣ୍ଡର ଫାଟିବାରୁ ସେହି ବିସ୍ଫୋରଣରେ ଘରର ଛାତ ଉଡି ଯିବା ସହିତ ତିନି ଜଣ ଆହତ ହୋଇଯାଇଛନ୍ତି। ଏହି ଘଟଣାରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଘଟଣାରୁ ପ୍ରକାଶ ଯେ, ଜୁନାଗଡ ବ୍ଲକ ପଡାରେ ଥିବା ଜିତେନ୍ଦ୍ର ହେଣ୍ଡିଆ ଙ୍କ ଘରେ ପ୍ରଭାତ ସିଂ ନାମକ ଜନୈକ ବ୍ୟକ୍ତି ଭଡାରେ ସପରିବାର ରହୁଥିଲେ। ଗୁପଚୁପ, ଚାର୍ଟ ଆଦି ବିକ୍ରି କରି ନିଜ ପରିବାର ପୋଷଣ କରୁଥିବା ବେଳେ ଗତ ଶନିବାର ମଧ୍ୟାହ୍ନରେ ଗୁପଚୁପ ତିଆରି କରୁଥିବା ବେଳେ କୌଣସି କାରଣରୁ ଗ୍ୟାସ ସିଲିଣ୍ଡର ପାଇପରେ ନିଆଁ ଲାଗିଯାଇଥିଲା। ପ୍ରଭାତ ତୁରନ୍ତ ନିଆଁ କୁ ଆୟତ କରିବାକୁ ଚେଷ୍ଟା କରିଥିଲେହେଁ ସଫଳ ହୋଇପାରିନଥିଲେ।

ପଡାବାସୀ ଏସଂପର୍କରେ ଜାଣିବାପରେ ଦମକଳ କେନ୍ଦ୍ରକୁ ଫୋନକରିଥିଲେହେଁ ଫୋନ ଲାଗିନଥିଲା। ଜଣେ କେହି ଦମକଳ କେନ୍ଦ୍ରକୁ ଯାଇ ଖବର ଦେବାପରେ ନିଆଁ ଲିଭା ଗାଡି ସହ କର୍ମଚାରୀମାନେ ଆସି ସିଲିଣ୍ଡରରେ ଲାଗିଥିବା ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଥିବା ବେଳେ ହଠାତ ଗ୍ୟାସ ସିଲିଣ୍ଡର ଫାଟିଯାଇଥିଲା। ଫଳତଃ ଘରର ଛାତ ଉଡିଯିବା ସମେତ ଆସବାବ ପତ୍ର ସବୁ ଛିନ୍ନଛତ୍ର ହୋଇଯାଇଥିଲା। ସେହିପରି ପ୍ରଭାତଙ୍କ ଛାତ ସହ ଯୋଡି ହୋଇ ଥିବା ଛବି ବିହାରୀଙ୍କ ଘରର ଆସବାବ ପତ୍ର ଆଦି ବିଭିନ୍ନ ସାମଗ୍ରୀ ଛିନ୍ନଛତ୍ର ହୋଇଯାଇଥିଲା। ଅଳ୍ପକେ ଦୁଇ ପରିବାର ଲୋକେ ବର୍ତି ଯାଇଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଘରର ଛାତରେ ଥିବା ଖପର ଗୁଡିକ ଉଡିଯାଇ ବିଭିନ୍ନ ଲୋକଙ୍କ ମୁଣ୍ଡ ଉପରେ ପଡିବାରୁ ଅନେକେ ଆହତ ହୋଇଥିବା ଜଣାପଡିଛି। ନିକଟରେ କଲିଆକୁଣ୍ଡଲ ଗ୍ରାମର ପବିତ୍ର ନାଏକ (୫୦) ନାମକ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ନିଆଁକୁ ଆୟତ କରିବାକୁ ଯାଇ ପ୍ରଭାତ ଓ ତାଙ୍କର ପୁଅ ଆହତ ହୋଇ ଜୁନାଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। କେଉଁ କାରଣରୁ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେଲା ତାହାର ଅନୁଧ୍ୟାନ କରିବା ପାଇଁ ଗ୍ୟାସ ବିଭାଗ କର୍ମଚାରୀମାନେ ପହଂଚିଥିଲେ।

ଅଗ୍ନିଶମ ବିଭାଗ ଭଲି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଫୋନ ନଲାଗିବା ଭଲି ଏକ ସଂଗୀନ ଅଭିଯୋଗ ହେବା ପରେ ଏନେଇୁନାଗଡ ଅଗ୍ନିଶମ ଅଧିକାରୀ ଙ୍କୁ ପଚାରିବାରୁ ସେ ବିଏସଏନଏଲ କୁ ଦୋଷ ଦେଇ ନେଟୱାର୍କ ସମସ୍ୟା ଯୋଗୁଁ ଫୋନ ଲାଗିପାରିନଥିଲା ବୋଲି କହିଥିଲେ। ଘଟଣା ସଂପର୍କରେ ଜାଣିବାପରେ ଜୁନାଗଡ ଅତିରିକ୍ତ ତହସିଲଦାର ଓ ସ୍ଥନୀୟ ଆରଆଇ ପୀଡିତ ପରିବାରକୁ ତାରପୋଲିନ ଯୋଗାଇ ଦେବା ସହ ସରକାରୀ ନିୟମାନୁସାରେ ଯାହା ସମ୍ଭବ ସହେଯାଗ କରିବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top