ଗ୍ୟାସ ଲିକଘଟଣାରେ ମୃତା ତିନିଭଉଣୀ ଙ୍କ ଶୁଦ୍ଧିକ୍ରୀୟା ପାଇଁ ଘରୋଇବସ ମାଲିକ ସଂଘ ସହାୟତା ଯୋଗାଇଲେ

ମାଲକାନଗିରି,୨୪ା୪ (ଓଡିଆ ପୁଅ ) ମାଲାକନଗିରି ଜିଲ୍ଲାସଦର ମହକୁମା ଜଗନ୍ନାଥମନ୍ଦିର ସାହିରେ ବାପା ମାଙ୍କ ମୃତ୍ୟୁପରେ ଆସହାୟ ହୋଇ ଦାରିଦ୍ରର କଷାଘାତରେ ପେଷିହୋଇ ଗତ୧୮ତାରିଖରେ ବନ୍ଦକୋଠରୀ ମଧ୍ୟରେ ତିନିଭଉଣୀ ଗ୍ୟାସସଲିଣ୍ଡରରୁ ଗ୍ୟାସଲିକକରି ନିଆଁଲଗାଇ ଜୀବନ୍ତଦଗ୍ଧ ହୋଇଥିଲେ । ଏହି ଘଟଣା ସମଗ୍ର ମାଲାକନଗିରି ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଥିଲା । ହେଲେ ସେହି ତିନିଭଉଣୀ ଙ୍କ ଦଗ୍ଧଖପୁରୀ ଓ କଙ୍କାଳକୁ ଶ୍ମଶାନରେ ପୋଡିବା ପାଇଁ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାରେ ପ୍ରଶାସନ ପକ୍ଷରୁ ଟଙ୍କାଟିଏ ବି ମିଳିଲା ନାହିଁ ,  ବହୁକଷ୍ଟରେ ମାଗି ଯାଚି ଗରିବ ଭାଇମାନେ ଶବଦାହ କରିଦେଲେ । ହେଲେ ମୃତା ତିନି ଭଉଣୀଙ୍କ ର ଶୁଦ୍ଧିକର୍ମ ପାଇଁ  ଅଧିକ ଟଙ୍କାର ଆବଶ୍ୟକ ପଡୁଥିବାରୁ ଟଙ୍କା କେଉଁଠାରୁ ପାଇବେ ସେନେଇ ଭାଇମାନେ ଚିନ୍ତାରେ ଥିବାବେଳେ ଦେବଦୂତ ପରି ସେମାନଙ୍କ ନିକଟରେ ପହିଁଚି ଯାଇଥିଲେ ମାଲକାନଗିରି ଜିଲ୍ଲା ଘରୋଇ ବସ ମାଲିକ ସଂଘର କର୍ମକର୍ତାମାନେ ।

ମୃତା ତିନିଭଉଣୀ କେ.ମେନକା(୩୫),କେ.ରେଣୁକା(୩୨),କେ.ମାଙ୍ଗି(୨୬)ଙ୍କ ଶୁଦ୍ଧିକ୍ରୀୟା ପାଇଁ ସୋମବାର ଦିନ ମାଲାକନଗିରି ଘରୋଇବସ ମାଲିକ ସଂଘ ସଭାପତି ରମେଶପଟନାୟକ ନେତୃତ୍ୱରେ ସପାଂଦକ ତପନ ନାଥ,କୋଷାଧ୍ୟକ୍ଷ ସାଇ ବାବୁ,ଉପସଭାପତି ରାଜେଶ ପାତ୍ର,ସହସଂପାଦକ ଇ.ଭେଙ୍କଟ ରାଓ, ବସମାଲିକ ସପନ ଦତ ଓ ମାଲିକ ସଂଘର ଅନ୍ୟାନ ସଦସ୍ୟ ମାନେ ଜଗନ୍ନାଥ ମନ୍ଦିର ସାହିରେ ପହଁଚି ମୃତା ତିନିଭଉଣୀଙ୍କ ସୁଦ୍ଧିକ୍ରୀୟା ନିମନ୍ତେ ସେମାନଙ୍କ ଭାଇ ଙ୍କୁ୧୦ହଜାରଟଙ୍କା ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ । ଜିଲ୍ଲାସଦର ମହକୁମା ଟାରେ ଗୋଟିଏ ଦିନରେ ତିନିଜଣ ଯୁବତୀ ପୋଡି ହୋଇ ମୃତ୍ୟୁବରଣ କରିଥିଲେ ମଧ୍ୟ ଜିଲ୍ଲାପ୍ରଶାସନ କିମ୍ବା ସ୍ୱେଚ୍ଛାସେବି ଅନୁଷ୍ଟାନ ପକ୍ଷରୁ ସେମାନଙ୍କ ଶୁଦ୍ଧିକର୍ମପାଇଁ କୌଣସି ଆର୍ଥିକ ସହାୟତା ଦେଇନଥିବାବେଳେ ଘରୋଇବସ ମାଲିକ ସଂଘର ଏହି ସାହାଯ୍ୟକୁ ସାଧାରଣରେ ପ୍ରଶଂସା କରାଯିବାସହିତ ଏହି ଗରିବ ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ନିମନ୍ତେ ସହରବାସୀ ଜିଲ୍ଲାପ୍ରଶାସନ ନିକଟରେ ଦାବିକରିଛନ୍ତି ।

 

Leave a Reply

Your email address will not be published. Required fields are marked *