ଜିଲ୍ଲା ପରିକ୍ରମା

ଗ୍ୟାସ ବିତରଣ କର୍ମଚାରୀ ଓ ମେକାନିକ ଆସୋସିଏସନର ବୈଠକ

ରାଉରକେଲା ୯-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଉଦିତନଗର ସ୍ଥିତ ସୁବାଷ ବୋଷ ପାର୍କ ଠାରେ ଗତ ରବିବାର ଘରୋଇ ଗ୍ୟାସ ବିତରଣ କର୍ମଚାରୀ ଓ ମେକାନିକ ଆସୋସିଏସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଉପସ୍ଥିତ କର୍ମଚାରୀ କହିଥିଲେ ଯେ, ୧୩ ଦଫା ଦାବି ନେଇ ଚାଲିଥିବା ଆନ୍ଦୋଳନ ଆଜି ପର୍ଯ୍ୟନ୍ତ ସଫଳ ହୋଇ ପାରିନାହିଁ। ଏନେଇ ଏଜେନ୍ସି କର୍ତ୍ତୃପକ୍ଷଙ୍କ ଅସହଯୋଗ ଦାୟୀ। ଜିଲ୍ଲା ଶ୍ରମ ଦପ୍ତର ଠାରେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହେବା ସତ୍ୱେ ଏଜେନ୍ସି ମାଲିକ ଏହାକୁ ପାଳନ କରୁନାହାନ୍ତି। କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହହ କାର୍ଯ୍ୟ ନିର୍ଘଂଟ ୮ ଘଂଟା କରାଯିବା, ଛୁଟି ବ୍ୟବସ୍ଥା ପ୍ରଚଳନ, ସମସ୍ତ କର୍ମଚାରୀଙ୍କୁ ଇଏସଆଇ ଓ ଇପିଏଫ ଅର୍ନ୍ତଭୁକ୍ତ କରାଯିବା, ପରିଚୟପତ୍ର, ପିଲାଙ୍କ ପାଠପଢା ବୃତି, ଇପେମେଂଟ, ବ୍ୟବସ୍ଥା ପ୍ରଚଳନ ଓ ସୁରକ୍ଷା ଆଦି ନେଇ ସେତେବେଳେ ଆଲୋଚନା କରାଯାଇଥିଲା। ଏନେଇ ଏଜେନ୍ସି ମାଲିକଙ୍କ ଅଣଦେଖା ମନୋଭାବକୁ ଉପଦେଷ୍ଟା ବ୍ୟାସଦେବ ନାଥ କଡ଼ା ସମାଲୋଚନା କରିଥିଲେ। କର୍ମକର୍ତା ଶରତ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ସାମୁଏଲ ହରିପାଲ, କୃଷ୍ଣଚନ୍ଦ୍ର ନାୟକ, ତ୍ରିଲୋଚନ ଭୁୟାଁ, ଯାଦବ ସିଂ, ଅମୂଲ୍ୟ ପାତ୍ର, ବିପିନ ସୁନା ଓ ଗୌତମ ନାଗ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top