ଗ୍ୟାସ ନିଆଁରେ ଜଳି ଦୁଇ ଗୁରୁତର

ରାଉରକେଲା ୧୪-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଗତକାଲି ରାତିରେ ପ୍ଲାଂଟସାଇଟ ଥାନା ଅର୍ନ୍ତଗତ ଗୁରୁଦ୍ୱାର ରୋଡ଼ରେ ବିରିୟାନି ପ୍ରସ୍ତୁତି କରିବା ସମୟରେ ଗ୍ୟାସ ଲିକ ହେବାରୁ ନିଆଁ ଲାଗି ଘର ମାଲିକ ଅମରପ୍ରୀତ କୌର(୪୫) ଏବଂ ଭଡ଼ାଟିଆ ଅମରେଶ ପାଲ ଗୁରୁତର ଆହତ ହୋଇଛନ୍ତି। ଅମରପ୍ରୀତଙ୍କ ସ୍ୱାମୀ ବଲବିନ୍ଦରୀ ସିଂ ଅଳ୍ପକେ ବର୍ତି ଯାଇଛନ୍ତି। ଉଭୟଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ଜଳିଯାଇଛି। ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ସେଠାରେ ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପ୍ଲାଟ ସାଇଟ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସହରବ୍ୟାପୀ ଚାଚଂଲ୍ୟ ଖେଳାଇ ଦେଇଛି।

Leave a Reply

Your email address will not be published. Required fields are marked *