ଗ୍ୟାସ ଚୁଲା ଅଗ୍ନିକାଣ୍ଡରୁ ମହିଳା ଗୁରୁତର

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଂଚାୟତ ମିିଟୁଆଣି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ରବିନ୍ଦ୍ର ବେହେରାଙ୍କ ପତ୍ନି ବେବୀଲତା ବେହେରା (୨୯) ଆଜି ଦିନ ବେଳା ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ ଚୁଲାରୁ ଅଗ୍ନିକାଣ୍ଡ ଘଟି ପୋଡ଼ିଯାଇଥିବା ଜଣାପଡ଼ିଛି। ଗୁରୁତର ଆହତ ଅବସ୍ଥାରେ ବେବୀଲତାଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ସେଠାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଦୁର୍ଘଟଣା ସଂପର୍କରେ ଖବରପାଇ ଥାନା ଅଧିକାରୀ ଅମିତ୍ ବିଶ୍ୱାଳ ତତ୍କ୍ଷଣାତ ଏ ବାବଦରେ ମାଜିଷ୍ଟ୍ରେଟ ତଥା ସ୍ଥାନୀୟ ତହସିଲଦାର ପ୍ରଣୟ ଜେନାକୁ ଅବଗତ କରିଥିଲେ। ଭଦ୍ରକ ଚିକିତ୍ସା କେନ୍ଦ୍ରରେ ମାଜିଷ୍ଟ୍ରେଟ ପହଁଚି ବେବୀଲତାଙ୍କ ଠାରୁ ବୟାନ ରେକର୍ଡ଼ କରିଥିଲେ। ବୟାନ ଅନୁଯାୟୀ ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ଘଟିବାରୁ ବେବୀଲତା ନିଅାଁରେ ପୋଡ଼ିହୋଇ ଯାଇଥିଲେ। ତାଙ୍କ ଶରୀର ପ୍ରାୟ ୭୫ ଭାଗରୁ ଅଧିକ ପୋଡ଼ିଯାଇଥିବା ଜଣାପଡ଼ିଛି। ଅବସ୍ଥା ଗରୁତର ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ବେବୀଲତାଙ୍କୁ ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *