ଗ୍ୟାସସିଲିଣ୍ଡର ଲିକହୋଇ ନିଆଁଲାଗି ପୋଡି ୩ ବୋଲବମ କାଉଡିଆ ଆହତ

ମାଲକାନଗିରି, ୧୮ା୮ (ଓଡିଆ ପୁଅ ) ଆଜିସକାଳେ ଗ୍ୟାସଲଗାଇ ଜଳଖିଆ ତିଆରି କରୁଥିବା ବେଳେ ଅସାବଧାନତା ହେତୁ ଗ୍ୟାସସଲିଣ୍ଡର ଲିକ ହୋଇ ନିଆଁ ଲାଗି ୩ବୋଲବମ କାଉଡିଆ ଆହତ ହୋଇଥିବା ବେଳେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଅନ୍ୟ କାଉଡିଆମାନେ। ମାଲକାନଗିରି ଜିଲ୍ଲା ବାଲିମେଳା ଠାରୁ ବୋଲବମ କମଟିର ଶତାଧିକ ବୋଲବମ ଭକ୍ତମାନେ ଶ୍ରାବଣ ମାସ ଶେଷ ସୋମବାର ପାଇଁ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରରେ ଜଳାଭିଷେକ କରିବା ପାଇଁ ଆଜି ସକାଳେ ଯାତ୍ରା ଆରମ୍ଭ କରିଥିଲେ। ସେମାନେ ଜଳଖିଆ ଖାଇବା ପାଇଁ ଖଇରପୁଟ ଠାରେ ଏକ ଗଛମୁଳରେ ଗ୍ୟାସଲଗାଇ କିଛି ଭକ୍ତ ଜଳଖିଆ ପ୍ରସ୍ତୁତ କରୁଥିଲେ। ଅନ୍ୟ ଭକ୍ତମାନେ ଜଳଖିଆ ଖାଇବା ପାଇଁ ଗ୍ୟାସଚୁଲା ଚାରିପାଖରେ ବସିଥିଲେ। ଆସାବଧାନତା ହେତୁ ଗ୍ୟାସସିଲିଣ୍ଡର ପାଇପଟି ଲିକ ହୋଇ ସେଥିରେ ହଟାତ ନିଆଁଲାଗି ଯାଇଥିଲା। ନିଆଁ ହୁତୁ ହୁତୁ ହୋଇ ଜଳି ନିକଟରେ ରୋଷେଇ କରୁଥିବା ତନିଜଣ ଭକ୍ତ ପୋଡି ହୋଇଯାଇଥିଲେ। ଅନ୍ୟ ଭକ୍ତମାନେ ଗ୍ୟାସସିଲିଣ୍ଡର ଲାଗିଥିବା ନିଆଁକୁ ବହୁକଷ୍ଟରେ ଆୟତ କରି ଲିଭାଇଥିଲେ। ଆହତ ଭକ୍ତମାନଙ୍କୁ ନିକଟସ୍ଥ ଖଇରପୁଟ ଡାକ୍ତର ଖନାକୁ ନେଇ ଚିକିତ୍ସା କରିଛନ୍ତି। ଗ୍ୟାସସଲିଣ୍ଡରଟି ଫାଟିବା ଆଗରୁ ବୋଲବମ ଭକ୍ତ ମାନେ ଭଗବାନ ଶିବଙ୍କ ଦୟାରୁ ନିଆଁକୁ ଆୟତ କରି ବଞ୍ଚିଯାଇଚନ୍ତି, କୌଣସି ବଡଧରଣର ଦୁର୍ଘଟଣାରୁ ଭଗବାନ ଶିବ ଏହି ଭକ୍ତମାନଙ୍କୁ ରକ୍ଷାକରିଥିବାର ଅନ୍ୟଭକ୍ତ ମାନେ କହିଛନ୍ତି। ଆହତ ଭକ୍ତମାନେ ଚିକିତ୍ସା ପରେ ସେମାନଙ୍କ ଘରକୁ ଫେରିଯାଇ ଥିବା ବେଳେ ଅନ୍ୟଭକ୍ତ ମାନେ ଗୁପ୍ତେଶ୍ୱର ମନ୍ଦିର କୁ ଯାତ୍ରାକରିଥିଲେ।

Leave a Reply

Your email address will not be published. Required fields are marked *