ଓଡ଼ିଶା

ଗ୍ୟାଙ୍ଗଷ୍ଟାର ଟିଟୋକୁ ରାଜପଥରେ ଏନକାଉଂଟର କଲା ପୋଲିସ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ

ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା
ଯାଜପୁର, ୩୦/୬(ଓଡିଆ ପୁଅ/ମାନସ ରାଉତ)- ବହୁ ହତ୍ୟା, ଅପହରଣ, ଦାଦାବଟି ଆଦାୟ, ଟେଣ୍ଡର ଫିକ୍ସ୍ ଅପରାଧରେ ଜଡ଼ିତ ଥିବା କେନ୍ଦ୍ରାପଡ଼ାର ଦୃଦାନ୍ତ ଅପରାଧି ମୋଷ୍ଟ ୱାଣ୍ଟେଡ଼୍ ଗ୍ୟାଙ୍ଗଷ୍ଟାର ସେକ୍ ଉସ୍ମାନ୍ ଅଲ୍ଲି ଅଲିୟାସ ଓରଫ (ଟିଟୋ)କୁ ଆଜି ପୋଲିସ୍ ଏନ୍କାଉଣ୍ଟର କରିଛି। ଆଜି ଅପରାହ୍ନ ୩ ଘଟିକା ସମୟରେ ଘଟଣାରେ ଜଡ଼ିତ ଟିଟୋକୁ ନିଜ ବାସଗୃହରୁ ସ୍ପେସାଲ ଟ୍ୟାକ୍ସ ଫୋର୍ସ୍ ର ଏ.ଡ଼ି.ଜି ହିମାଂଶୁ ଲାଲ୍ ଏକ ଗାଡ଼ିରେ ଆଣୁଥିବା ସମୟରେ ଚଣ୍ଡିଖୋଲ ସନ୍ନିକଟ ଶ୍ରୀରାମପୁର ଟୋଲ ପ୍ଳାଜା ଓ ଚଣ୍ଡିଖୋଲ ମଧ୍ୟ ସ୍ଥଳରେ ଟିଟୋ ପୋଲିସକୁ ଚକମା ଦେଇ ଫେରାର ହେବାକୁ ଚେଷ୍ଟା କରି ପୋଲିସ୍କୁ ଅତ୍ତର୍କିତ ଆକ୍ରମଣ କରିଥିଲା। ଫଳରେ ପୋଲିସ୍ ନିଜକୁ ସୁରକ୍ଷା ଦେବାକୁ ଯାଇ ତାର ବାମ ଗୋଡ଼ରେ ଗୁଳି ଚଳାଇଥିଲା। ଘଟଣା ସ୍ଥଳରେ ଟିଟୋ ଆହତ ହୋଇଥିଲା। ଆହତ ଟିଟୋକୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ବଡ଼ଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ତତ୍ତ୍ୱାବଧାନରେ ଚିକିତ୍ସା କରାଯାଇ ଆମ୍ବୁଲାନସ୍ ଯୋଗେ ପୋଲିସ୍ ସୁରକ୍ଷା ବଳୟରେ କଟକ ବଡ଼ମେଡ଼ିକାଲକୁ ପଠାଇ ଦିଆଯାଇଥିଲା। ଖବର ପାଇ ଯାଜପୁର ଏସ.ପି ଚରଣ ସିଂ ମୀନା ବଡ଼ଚଣା ଥାନାରେ ପହଞ୍ଚି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେବା ସହିତ ତଦନ୍ତକୁ ତ୍ୱରାନିତ କରିଥିଲେ। ତେବେ ଅଧିକ ତଦନ୍ତ ପାଇଁ ଅଧିକ ସୂଚନା ଦିଆଯାଇନଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top