ଓଡ଼ିଶା

ଗ୍ୟାଙ୍ଗଷ୍ଟର ଟିଟୋର ବିଜେଡି ଲିଙ୍କ୍ ସମ୍ପର୍କରେ ଭାଗବତ ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡା ୭ /୯ (ଓଡ଼ିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ)- କେନ୍ଦ୍ରାପଡା ଅଧିବାସୀ ପୂର୍ବତନ ମନ୍ତ୍ରୀ ଭାଗବର ପ୍ରସାଦ ମହାନ୍ତି ଟିଟୋର କେନ୍ଦ୍ରାପଡା ଜିଲା ଓ ଜିଲା ବାହାରେ ପ୍ରାୟ ୨୦ବର୍ଷର ଅପରାଧିକ ସାମ୍ରାଜ୍ୟ ସମ୍ପର୍କରେ ଆଜି ସ୍ଥାନୀୟ ଅର୍ବାନ ବ୍ୟାଙ୍କରେ ଏକ ସାମ୍ବାଦିକ ସମ୍ମିଳନୀ ଆହୁତକରି କହିଥିଲେ ଯେ ଦୀର୍ଘ ୧୮ବର୍ଷହେବ କେନ୍ଦ୍ରାପଡାର ବିଜେଡି ବିଧାୟକ ଏବଂ ନେତାମାନଙ୍କ ସହିତ ଗ୍ୟାଙ୍ଗଷ୍ଟର ଟିଟୋର ଠିକାଦାରୀ, ଟେଣ୍ଡର ଫିକ୍ସିଂ, ବୋମାମାଡ ଏବଂ ଠିକାଦାରମାନେ ଦାଦାବଟି ନ ଦେଲେ ସେମାନଙ୍କ କ୍ୟାମ୍ପ ପୋଡିବା ସହିତ ଜେସିବି ମେସିନ ପୋଡିବାର ବହୁ ଦୃଷ୍ଟାନ୍ତର ରହିଛି। ଗ୍ୟାଙ୍ଗଷ୍ଟର ଟିଟୋ ଟେଣ୍ଡର ଫିକ୍ସିଂ କରି କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ ହାତେଇ ନେବାର ସହିତ ନିଜ ମନୋନିତ ଠିକାଦରମାନଙ୍କ ଦ୍ୱାରା ସେହି କାମ ଗୁଡିକ ଅତି ନିମ୍ନମାନର କରିଥିବା ଏବଂ ଯନ୍ତ୍ରୀମାନେ ସେ ସବୁ ଘଟଣାରେ ଆଖିବୁଜିଦେଇଥିବା ସହସ୍ର ଦୃଷ୍ଟାନ୍ତର ରହିଛି। ବାଲି ଘାଟ ଗୁଡିକୁ ଟିଟୋ ଯେଭଳି ଭାବେ ତହସିଲଦାରମାନଙ୍କୁ ଧରି ସାଗ, ମାଛ ମୂଲ୍ୟରେ ନେଇ ଅନ୍ୟମାନଙ୍କୁ କୋଟି କୋଟି ଟଙ୍କାରେ ବିକ୍ରି କରିଦେଇଥିବା ବହୁ ନଜିର ରହିଛି। ଟିଟୋର ରାଜସ୍ୱ ହାନି ଘଟାଇବା ସହିତ ରାହାଜାନି, ହତ୍ୟା, ଡକାୟତି ଉଦ୍ୟମ କରିବା, ବେଆଇନଭାବେ ଅସ୍ତ୍ରସସ୍ତ୍ର ରଖିବା ଓ ଚୋରା କାରବାର କରି ତାହାର ଅପରାଧିକ ସାମ୍ରାଜ୍ୟ ବିସ୍ତାରକରି ହଜାର ହଜାର କୋଟି ଟଙ୍କାର ମାଲିକ ହେବା ପଛରେ ଶାସକ ଦଳର ନେତା, ବିଧାୟକ ଓ ଅଫିସରମାନଙ୍କର ପ୍ରତ୍ୟକ୍ଷ ସହଯୋଗଥିବା ସେ ଅଭିଯୋଗ କରିଥିଲେ। ଟିଟୋର ଶାସକ ବିଜୁ ଜନତାଦଳର ନେତାମାନଙ୍କ ସହ ପ୍ରତ୍ୟକ ସମ୍ପର୍କକୁ ପ୍ରମାଣିତ କରିଛି ଯେ ଗତ ଅପ୍ରେଲମାସ ୯ତାରିଖରେ ନବୀନ ନିବାସରେ ଏକ ମିଶନ ପର୍ବରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଟିଟୋର ସାନଭାଇ ସୟଦ୍ ଆହେଶନ ଅଲ୍ଲୀ ଓରଫ ଟୁନାବାବୁକୁ ବିଜେଡିରେ ମିଶାଇବାରେ କେନ୍ଦ୍ରାପଡା ବିଧାୟକ କିଶୋର ତରାଇ ଓ ମହାକାଳପଡା ବିଧାୟକ ଅତନୁ ସର୍ବସାଚୀ ନାୟକ ଉପସ୍ଥିତଥିବା ଏହି ମିଶଣ ପର୍ବ ସମୟର ଉପସ୍ଥିତଥିବା ଫଟୋଚିତ୍ର ସର୍ବସାଧାରଣରେ ପ୍ରଚାରିତ ଓ ପ୍ରସାରିତ ହୋଇଛି। ଏହି ଟୁନାବାବୁଙ୍କୁ କେନ୍ଦ୍ରାପଡା ସହରରେ ସରକାରୀ ଖୁଚରା ବିକ୍ରେତା ଭାବେ ନିଯୁକ୍ତି ଦିଆଯାଇଥିଲା। ଯୋଗାଣ ବିଭାଗ ପକ୍ଷରୁ ତଦନ୍ତ ସମୟରେ ତାଙ୍କଠାରୁ ବହୁ ନକଲି ରାସନକାର୍ଡ ଯବତ ହୋଇଥିଲା। ଆହୁରି ମଧ୍ୟ ଟିଟୋର ଭିଣୋଇ ମୀର ମୁସ୍ତାକ ବକ୍ସକୁ ବିଜୁ ଜନତା ଦଳର ସଂଖ୍ୟାଲଘୁ ସେଲର ଆବାହକଭାବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଥିଲେ। ସେ ଭଦ୍ରକରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ·ଉଳ ତୋଷରପାତ ଦୁର୍ନିତୀରେ ଅଭିଯୁକ୍ତ ହୋଇ ଶେଷରେ ନିଜ ପଦବୀରୁ ଇସ୍ତବା ଦେଇଥିଲେ। ପୁଣି ଶ୍ରୀ ମହାନ୍ତି କହିଥିଲେ ଯେ ବଡଚଣା ବିଧାୟକ ଅମର ଶତପଥୀଙ୍କ ବିରୋଧରେ ଟିଟୋ ଲିଙ୍କୁନେଇ ଅଭିଯୋଗ ହେବାରୁ ବିଧାୟକ ଶ୍ରୀ ଶତପଥୀ ଏକ ସାମ୍ବାଦିକ ସମ୍ମିଳନୀ ଆହୁତ କରି ତାଙ୍କ ବିରୋଧରେ ଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ। କିନ୍ତୁ କେନ୍ଦ୍ରାପଡାରେ ୨୦ବର୍ଷଧରି ଅପରାଧିକ ସାମ୍ରାଜ୍ୟ ବିସ୍ତାର କରି ହଜାର ହଜାର କୋଟି ଟଙ୍କାର ମାଲିକ ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ଟିଟୋ ସହିତ ପ୍ରତ୍ୟକ୍ଷ ସମ୍ପର୍କ ରଖିଥିବା କେନ୍ଦ୍ରାପଡାର ବିଧାୟକ ମାନେ ତାଙ୍କ ବିରୋଧରେ ଟିଟୋଲିଙ୍କ ସମ୍ପର୍କରେ ଉଠିଥିବା ଅଭିଯୋଗ ସମ୍ପର୍କରେ ଏପର୍ଯ୍ୟନ୍ତ ମୁହଁ ଖୋଲୁନାହାଁନ୍ତି। ଏହାର କାରଣ ମଧ୍ୟ ଅସ୍ପଷ୍ଟ। ରାଜ୍ୟ କ୍ରାଇମବ୍ରାଞ୍ଚ ପୁଲିସ ଏ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ପହଁଞ୍ଚିପାରିନଥିବାର କାରଣ ଜଣାପଡୁନାହିଁ। ଶାସକ ଦଳର ଏଭଳି ନେତାଙ୍କୁ କ୍ରାଇମବ୍ରାଞ୍ଚ ପୁଲିସ ଘଣ୍ଟ ଘୋଡାଉଥିବା ସନ୍ଦେହ କରାଯାଉଛି। ପୁଣି ଶ୍ରୀ ମହାନ୍ତି କହିଥିଲେ ଯେ ସୋସିଆଲ ମିଡିଆରେ କେନ୍ଦ୍ରାପଡାର ଉପରୋକ୍ତ ବିଜେପି ନେତାମାନଙ୍କର ଟିଟୋ ସହ ଲିଙ୍କ ନେଇ ବାରମ୍ବାର ଫଟୋଚିତ୍ର ଓ ତଥ୍ୟ ପ୍ରଚାରିତ ହେଉଥିଲେ ମଧ୍ୟ ସେମାନେ ତାହାର ପ୍ରତିବାଦ କରିପାରୁନାହାଁନ୍ତି। ଏହା ବ୍ୟତୀତ କେନ୍ଦ୍ରାପଡା ସହରରେଥିବା ଟିଟୋର ବିବାଦୀୟ ପେଟ୍ରୋଲ ଟାଙ୍କି ଜମିଲିଙ୍କ ଅନୁମତି ଦେଇଥିବା କେନ୍ଦ୍ରାପଡାର ତତ୍କାଳୀନ ଜିଲାପାଳ ଦେବରାଜ ସେନାପତି ସମ୍ପ୍ରତି ବିଜୁ ଜନତାଦଳରେ ଯୋଗଦେବା ପ୍ରସଙ୍ଗଟି ସେ ସମୟରେ ଟିଟୋ ସମର୍ଥକଙ୍କ ସହ ପ୍ରତ୍ୟକ୍ଷ ସମର୍ଥନଥିବା ଫଳରେ ଟିଟୋ ତାହାର ସାମ୍ରାଜ୍ୟ ବିସ୍ତାର କରି ଚାଲିଥିଲା। ପୁନଶ୍ଚ ବିଜେଡିର କେନ୍ଦ୍ରାପଡା ଜିଲାର କୋଷାଧ୍ୟକ୍ଷଙ୍କର ଫଟୋ ଚିତ୍ର ଟିଟୋସହ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି। ଏହା ବ୍ୟତୀତ ବରଗଡଠାରେ ମହାନଦୀ ବଞ୍ଚାଅ ଅଭିଯାନପାଇଁ କେନ୍ଦ୍ରାପଡାରୁ ଯାଇଥିବା ବିଜେଡି ନେତାମାନଙ୍କୁ ଟିଟୋ ଗାଡି ଯୋଗାଇଦେଇଥିବା ଫଟୋମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହିସବୁ ପ୍ରମାଣକୁ ଆଧାରକରି ବିଜେଡି ନେତାମାନଙ୍କର ଓ ପ୍ରଶାସନିକ ଅଧିକାରୀମାନଙ୍କର ବିନା ସହଯୋଗରେ ଟିଟୋ ତାହାର ହଜାର ହଜାର କୋଟି ଟଙ୍କାର ସାମ୍ରାଜ୍ୟ ବିସ୍ତାର କରିପାରିନଥାନ୍ତା। ତେଣୁ ଶାସକ ଦଳର ନେତାମାନଙ୍କୁ ଟିଟୋ ଲିଙ୍କ ସମ୍ପର୍କରେ ଚାଲିଥିବା ତଦନ୍ତରେ ତୁରନ୍ତ ସାମିଲ କରିବାକୁ ଶ୍ରୀ ମହାନ୍ତି ଦାବି କରିବା ସହିତ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ୱରାନ୍ୱିତ କରିବାକୁ ମତାମତ ରଖିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଫକିର ଖଟୁଆ, ବସନ୍ତ ସେଠୀ, ବିଧୁଭୂଷଣ ମହାପାତ୍ର, ମହେନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top