ଓଡ଼ିଶା

ଗ୍ଲୋବାଲ ମୋବିଲିଟି ସବମିଟ-୨୦୧୮: ସ୍ୱଚ୍ଛ, ଉଚ୍ଛ କ୍ଷମତାସମ୍ପନ୍ନ ଓ ସ୍ୱଳ୍ପ ମୂଲ୍ୟର ଇନ୍ଧନ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱ

– ପ୍ରତିଷ୍ଠା ହେବ ୧୦ ହଜାର ସିଏନଜି ଷ୍ଟେସନ
– ବାୟୋଏଟିଏଫ ଓ ବାୟୋ ସିଏନଜି ନୀତି ଖୁବଶୀଘ୍ର

ନୂଆଦିଲୀ/ଭୁବନେଶ୍ୱର, ୮ ସେପ୍ଟେମ୍ବର (ଓଡ଼ିଆ ପୁଅ) – ନୂଆଦିଲୀ ଠାରେ ଗ୍ଲୋବାଲ ମୋବିଲିଟି ସବମିଟ୨୦୧୮ରେ ଯୋଗଦେଇ ସ୍ୱଚ୍ଛ, ଉଚ୍ଛ କ୍ଷମତାସମ୍ପନ୍ନ ଓ ସ୍ୱଳ୍ପ ମୂଲ୍ୟର ଇନ୍ଧନ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦେଶରେ ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ହେବାର ଏହି ସବମିଟରେ ସୂଚନା ଦେଇଛନ୍ତି ଶ୍ରୀ ପ୍ରଧାନ। ଏହାସହ କେନ୍ଦ୍ର ସରକାର ଖୁବଶୀଘ୍ର ବାୟୋଏଟିଏଫ ଓ ବାୟୋ ସିଏନଜି ନୀତି ଆଣିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ସମ୍ମିଳନୀକୁ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତରେ ପ୍ରତିବର୍ଷ ପେଟ୍ରୋଲ ଓ ଡିଜେଲର ଆବଶ୍ୟକତାରେ ବାର୍ଷିକ ୫ ପ୍ରତିଶତ ବୃଦ୍ଧି ଘଟୁଛି। ବିଜୁଳିଚାଳିତ ଯାନର ସଂଖ୍ୟା ବୃଦ୍ଧିସତେ ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲର ଚାହିଦା ବୃଦ୍ଧି ଦୃଷ୍ଟିକୋଣରୁ ତୈଳ ବିଶୋଧନର କ୍ଷମତାକୁ ଦେଶରେ ବୃଦ୍ଦି କରିବାର ଆବଶ୍ୟକତା ରହିଛି। ବିଏସ-୪ ମାନର ଇନ୍ଧନରୁ ବିଏସ-୬ ମାନକୁ ପରିବର୍ତ୍ତନ ପାଇଁ ଉଦ୍ୟମ ଜାରି ରହିଛି। ନ୍ୟାସନାଲ କ୍ୟାପିଟାଲ ରିଜନରେ ବିଏସ-୬ ମାନର ଇନ୍ଧନର ବ୍ୟବହାର ଆରମ୍ଭ ହୋଇସାରିଛି।

ଶ୍ରୀ ପ୍ରଧାନ ଆହୁରି କହିଲେ ଯେ, ଦେଶରେ ମାଲ ପରିବହନ ଗାଡିରେ ସିଏନଜି, ଏଲଏନଜି ଓ ବାୟୋସିଏନଜି ବ୍ୟବହାର ଉପରେ ଗୁରୁତ୍ୱଆରୋପ କରାଯାଉଛି। ଦେଶର ଅଧେ ଅଂଚଳରେ ଆଗାମୀ କିଛି ବର୍ଷରେ ୧୦ ହଜାର ସିଏନଜି ଷ୍ଟେସନ ଖୋଲାହେବାର ବ୍ୟବସ୍ଥା କରାଯାଇଛି। ଦୂର ଯାତ୍ରା କରୁଥିବା ଭାରୀଯାନରେ ଏଲଏନଜି ବ୍ୟବହାର ପାଇଁ ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ ଓ ବେସରକାରୀ ସଂସ୍ଥା ମାନେ ଏଲଏନଜି ବିତରଣ ନେଟଓାର୍କ ତିଆରି କରିବା ପାଇଁ ଉଦ୍ୟମ ଜାରି ରହିଛି।

ଦେଶରେ ଆଜି ଦିନରେ ୧୨ଟି ବାୟୋରିଫାଇନାରୀ ପ୍ରତିଷ୍ଠା ହେବାସହ ୧୦ ପ୍ରତିଶତ ଏଥନଲ ମିଶ୍ରଣ ପାଇଁ ପ୍ରଚେଷ୍ଟା ଜାରି ରହିଛି। ଖୁବଶୀଘ୍ର ବାୟୋଏଟିଏଫ-ବାୟୋ ସିଏନଜି ପଲିସି ଘୋଷଣା ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଦିଲୀ ସରକାରଙ୍କ ଦ୍ୱାରା ଇଣ୍ଡିଆନ ଅଏଲ ମିଳିତ ସହଯୋଗରେ ୫୦ଟି ହାଇଡ୍ରୋଜେନ ସଂଯୁକ୍ତ ସିଏନଜି ବସ ଆସନ୍ତାବର୍ଷ ସୁଦ୍ଦା ଚାଲିବାର ଯୋଜନା ପ୍ରସ୍ତୁତ ହେଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top