ଗ୍ରେଟର ନୋଏଡା : ୬ ମହଲା ବିଲ୍ଡିଂ ଭୁଷୁଡ଼ିଲା, ଅନେକ ଲୋକ ଦବି ରହିଥିବାର ଆଶଙ୍କା, NDRFର ଟିମ ଡକାଗଲା

ନୂଆ ଦିଲ୍ଲୀ ୧୭-୭ (ଓଡ଼ିଆ ପୁଅ) ଦିଲ୍ଲୀ ନିକଟରେ ଗ୍ରେଟର ନୋଏଡାରେ ୬ ମହଲା ବିଲ୍ଡିଂ ଭୁଷୁଡ଼ିଯାଇଛି। ଏହି ବିଲ୍ଡିଂରେ ଅନେକ ଲୋକ ରହୁଥିଲେ। ଅନେକ ଲୋକଙ୍କର ଦବିରହିଥିବାର ହେବାର ଆଶଂକା କରାଯାଉଛି। ଉଦ୍ଧାର କାର୍ଯ୍ୟ ପାଇଁ NDRFର ଟିମ ଡକାଯାଇଛି। ଦୁର୍ଘଟଣାର ସୂଚନା ମିଳିବା ପରେ ପୁଲିସର ଟିମ ସେଠାରେ ପହଁଞ୍ଚିଛି। ତା’ ସହିତ ପ୍ରଶାସନିକ ଅଧିକାରୀମାନଙ୍କର ଟିମ ମଧ୍ୟ ପହଁଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଚି। ଆଖପାଖର ଲୋକଙ୍କ ମୁତାବକ ଏହି ବିଲ୍ଡିଂରେ ପ୍ରାୟତଃ ୫୦ ଲୋକ କାମ କରୁଥିଲେ। ଏମାନଙ୍କର ଏହି ଦୁର୍ଘଣାରେ ପ୍ରାୟତଃ ୨୦ରୁ ଅଧିକ ଲୋକ ଫସି ରହିଥିବାର ଆଶଂକା କରାଯାଉଛି। ପୁଲିସକୁ ମଧ୍ୟ ଭଗ୍ନ ବିଲ୍ଡିଂରେ ଦବି ରହିଥିବା ଅନେକ ଶବ ଦେଖାଯାଉଛି।

Leave a Reply

Your email address will not be published. Required fields are marked *