ଗ୍ରୀଷ୍ମ ତାତିରେ ଏଟିଏମ ସମୁଖରେ ଲମ୍ବା ଧାଡି

ପାରଳାଖେମୁଣ୍ଡି,୨୦ା୪(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟାଳୟ ନିକଟରେ ଥିବା ଏଟିଏମ ସମୁଖରେ ଅସହ୍ୟ ଗ୍ରୀଷ୍ମ ତାତିରେ ମଧ୍ୟ ଲୋକମାନେ ଲମ୍ବା ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି । ତେବେ ପାରଳାଖେମୁଣ୍ଡି ସହରରେ ଦିର୍ଘ ଦିନ ହେବ ଏହିପରି ବ୍ୟବସ୍ଥା ସୁଧୁରିବାର ଦେଖିବାକୁ ମିଳୁନାହିଁ । ଅଧିକାଂଶ ସମୟରେ ଏଟିଏମରେ ପଇସା ରହୁନଥିବା ବେଳେ କେତେକ ସମୟରେ ନେଟୱର୍କ କାମ କରୁନାହିଁ । ତେଣୁ ଯେଉଁ ଅଳ୍ପ କିଛି ସମୟ ପଇସା ରହୁଛି ଲୋକମାନଙ୍କର ଲମ୍ବା ଧାଡି ଦେଖିବାକୁ ମିଳୁଛି । ଅସହ୍ୟ ଖରା ଯୋଗୁଁ ଲୋକମାନେ ପଦାକୁ ଯିବା ମୁସିକିଲ ହୋଇଥିବା ବେଳେ ନିଜ ପଇସା ଉଠାଇବା ପାଇଁ ଖରାରେ ମଧ୍ୟ ଲମ୍ବା ଧାଡିରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷରେ ସହରରେ ରହିଥିବା ସମସ୍ତ ଏଟିଏମଗୁଡିକ ଯଦି ସକି୍ରୟ ଭାବେ କାର୍ଯ୍ୟ କରନ୍ତା ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୁଅନ୍ତାନାହିଁ ବୁଦ୍ଧିଜୀବିମାନେ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *