ଗ୍ରୀଷ୍ମପ୍ରବାହ ଓ ପ୍ରବଳ ଗରମ ଦାଉରୁ ରକ୍ଷା ପାଇବା ପାଇଁ ସତିଗୁଡା କେନାଲରେ ପିଲାମାନଙ୍କ ଜଳକ୍ରୀଡା

ମାଲକାନଗିରି,୧୦ା୩ (ଓଡିଆ ପୁଅ ) ଗତ କିଛିମାସହେଲା ମାଲକାନଗିରି ଜିଲ୍ଲାରେ ବର୍ଷା ଛାଡିଯାଇଥିବାରୁ ନଦୀନାଳ ପୋଖରୀଗୁଡିକ ଶୁଖିଗଲାଣି । ଗତ କିଛି ଦିନହେଲା ସମଗ୍ର ମାଲକାନଗିରି ଜିଲ୍ଲାରେ ତାପମାତ୍ରା ୩୮ଡିଗ୍ରୀ ଟପି ଯାଇ ପ୍ରବଳଗ୍ରୀଷ୍ମପ୍ରବାହ ସାଙ୍ଗକୁ  ଜଳ ସଙ୍କଟ ଦେଖାଦେଇଛି । ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ସତିଗୁଡା କେନାଲରେ ଚାଷପାଇଁ ଛଡା ଯାଇଥିବା ପ୍ରଭାହିତ ଜଳରେ ଗରମ ଓ ଗୁଳୁଗୁଳି ଦାଉରୁ ରକ୍ଷାପାଇବା ପାଇଁ ସହରର ପିଲାମାନେ ଜଳକ୍ରୀଡାରେ ମାତିଉଠିଛନ୍ତି ।ଆଜି ଶନିବାର ଥିବାରୁ ସ୍କୁଲ ଛୁଟିହୋଇ ଯିବାପରେ ପିଲାମାନେ ଏହି କେନାଲ ନିକଟରେ ରୁଣ୍ଡହୋଇ ଜଣଙ୍କ ପରେ ଜଣେ କେନାଲକୁ ଡେଇଁ ଗାଧୋଇବା ସହିତ ଆନ୍ଦରେ ଜଳକ୍ରୀଡା କରିବାଦୃଶ୍ୟକୁ ସେହିରାସ୍ତାରେ ଯାତାୟତ କରୁଥିବା ବାଟୋଇ ମାନେ ଦେଖି ବେଶ ଉପଭୋଗ କରିଥିଲେ ,

 

Leave a Reply

Your email address will not be published. Required fields are marked *