ରାୟଗଡା ୦୫/୦୬ (ଓଡିଆ ପୁଅ/ ରବିନ୍ଦ୍ର ପାଟଖଣ୍ତାଳ) ଗ୍ରୀନ ରାୟଗଡା ତରଫରୁ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଛି। ଗଜପତି ଛକ ଠାରୁ ମୁଖ୍ୟ ବଜାର ଦେଇ ମହାତ୍ମାଗାନ୍ଧୀ ପାର୍କ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରିନ ରାୟଗଡା ଆବାହକ କେ କେ ଜେନା ଓ ଯୋଗେଶ୍ବର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଗୁହାପୁନମ ତାପସ କୁମାର ଶୁଭ ଆରମ୍ଭ କରିଥିଲେ ଏବଂ ଆରକ୍ଷ ଅଧିକ୍ଷକ ପି ଆର ରାହୁଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ମହାତ୍ମାଗାନ୍ଧୀ ପାର୍କ ଠାରେ ମୁଖ୍ୟ ବକ୍ତା ଭାବରେ ଉପଜିଲ୍ଲାପାଳ ପ୍ରବୀଣ କୁମାର ନାୟକ ଅଭିଭାଷଣ ଦେଇଥିଲେ ମଣିଷ ପ୍ଲାଷ୍ଟିକର ବ୍ୟବହାର କିପରି ଦୂର କରିବ ଏବଂ ପ୍ଲାଷ୍ଟିକ ଦ୍ଵାରା ଆମର ପରିବେଶ ପ୍ରଦୂଷଣ ହେଉଥିବା ବିଷୟରେ ଜନସାଧାରଣଙ୍କୁ ଆଲୋକ ପାତ କରିଥିଲେ ଓ ବୃକ୍ଷ ରୋପଣ କରିବା ଦ୍ବାରା ଆମ ପରିବେଶ ସନ୍ତୁଳିତ ହେବ। ଆମେ ଯଦିଓ ପରିବେଶ ଉପରେ ଦୃଷ୍ଟି ନଦେବା ତେବେ ପୃଥିବୀ ଧ୍ବଂସ ହେବ। ଏହି ଶୋଭାଯାତ୍ରାରେ ରାୟଗଡାର ବରିଷ୍ଠ ନାଗରିକ ସଂଙ୍ଗଠନ, ଭାରତୀୟ ମଜଦୁର ସଂଙ୍ଗଠନ, ୱାର୍କର କ୍ଳବ, ସିଆରପିଏଫ ଯବାନ ମାନେ ଏବଂ ବିଭିନ୍ନ ସଂଙ୍ଗଠନ ସାମିଲ ହୋଇଥିଲେ। ବନ ବିଭାଗର କର୍ମଚାରୀ ଛାତ୍ର ଛାତ୍ରୀ ଯୋଗ ଦେଇ ପରିବେଶ ସୁରକ୍ଷାର ନାରାବାଜି ଦେଇ ସଚେତନ କରିଥିଲେ।
