ଗ୍ରାମ ସ୍ୱରାଜ ଅଭିଯାନ ସମୀକ୍ଷା

ପୁରୀ, ୨୬/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଗ୍ରାମ ସ୍ୱରାଜ ଅଭିଯାନ ଅଗ୍ରଗତି ସମ୍ପର୍କରେ ବୁଧବାର ସମୀକ୍ଷା ବୈଠକ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଗୃହ ନିର୍ମାଣ ଓ ସହରାଚଂଳ ବିକାଶ ମନ୍ତ୍ରଣାଳୟ ଉପଶାସନ ସଚିବ କଲ୍ୟାଣ କୁମାର ଆର୍ଚାର୍ଯ୍ୟ ସେଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ସୌଭାଗ୍ୟ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ସମ୍ପର୍କରେ ସେଥିରେ ଆଲୋଚନା କରାଯାଇଥିଲା। ଗ୍ରାମ ସ୍ୱରାଜ ଅଭିଯାନକୁ ସଂକଳ୍ପ ବଦ୍ଧ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ଆଚାର୍ଯ୍ୟ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।୧୧ଟି ବ୍ଲକର ୩୧ ଟି ଗ୍ରାମ ସେ ପରିଦର୍ଶନ କରିବେ। ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଡ଼ଃ ଉଦ୍ଧବ ଚନ୍ଦ୍ର ମାଝି, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ବ୍ରଜବନ୍ଧୁ ଦାଶ, ସେସୁ ନିର୍ବାହୀ ଯନ୍ତ୍ରୀ ଶିବ ପ୍ରସାଦ ସ୍ୱାଇଁ, ଓଡ଼ିଶା ଜୀବିକା ମିଶନ ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ବନଜା କାନ୍ତ ମାହାରୀ, ଅଗ୍ରଣୀ ବ୍ୟାଙ୍କ ମ୍ୟାନଜର ଏସ୍, ଏନ୍.ପଟ୍ଟନାୟକ, ମଧୁସ୍ମିତା ପାତ୍ର, ଏନ୍ଟିପିସି ମ୍ୟାନଜର ମନୋଜ ପାଲ, ରୋଜାଲିନ୍ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ବ୍ୟାଙ୍କ ଅଧିକାରୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *