ଗ୍ରାମ ବିକାଶ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସ ପାଳିତ

ଦାରିଙ୍ଗବାଡ଼ି,୨୩ା୧୧(ଓଡ଼ିଆ ପୁଅ/ଅଶୋକ ମହାନ୍ତି), ଆର୍ନ୍ତାଜାତୀୟ ସ୍ୱେତ୍ସାସେବୀ ଅନୁଷ୍ଠାନ ଗ୍ରାମ ବିକାଶ ପକ୍ଷରୁ ଦାରିଙ୍ଗବାଡି ବ୍ଲକର ପତ୍ରମାହା ପଂଚୟାତର କର୍କେବାଡି ଗ୍ରାମରେ ବିଶ୍ୱ ଶୌଚାଳୟ ଦିବସ ପାଳୀତ ହୋଇଯାଇଛି। ପାଳିତ ହୋଇଥିବା ଏହି ବିଶ୍ୱ ଶୌଚାଳୟ ଦିବସ ଅବସରରେ ଏକ ସଚେତନତା ସଭାର ଆୟୋଜନ କରାଯାଇ ସ୍ଥାନୀୟ ଲୋକଙ୍କୁ ଶୌଚାଳୟର ଆବଶ୍ୟକତା ଓ ବ୍ୟବହାର ଉପରେ ସଚେତନ କରାଯାଇଥିଲା। ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କାର୍ଯ୍ୟକ୍ରମ ପରିଚାଳକ ପ୍ରଶାନ୍ତ କୁମାର ସାହୁ, ବିଭାଗୀୟ ଯନ୍ତ୍ରୀ, ମେଡିକାଲ ଅଫିସର ଜୟପାଳ ସେନାପତି, ଗ୍ରାମ ବିକାଶର ପ୍ରକଳ୍ପ ସଂଯୋଜକ ଦିନବନ୍ଧୁ ସ୍ୱାଇଁ, ବଟକୃଷ୍ନ ନାୟକ, ଛବିରାଣୀ ମହାନ୍ତି ପ୍ରମୂଖ ଏହି ଆଲୋଚନାରେ ଭାଗ ନେଇ ଯୋଜନାର ଆଭିମୁଖ୍ୟ ସଂପର୍କରେ ଗ୍ରାମବାସୀଙ୍କୁ ବୁଝାଇ ଥିଲେ। ସୂଚନା ଯୋଗ୍ୟ ସ୍ୱେତ୍ସାସେବୀ ଅନୁଷ୍ଠାନ ତରଫରୁ ବର୍ତ୍ତମାନ ସମଗ୍ର ଦେଶରେ ସାମଜିକ ପ୍ରକଳ୍ପମାନ ଜାରୀ ରହିଛି ଏବଂ ସେଥି ମଧ୍ୟରୁ ସ୍ୱଚ୍ଛ ଭାରତ ପାଇଖାନା ନିର୍ମାଣ ଅନ୍ୟତମ। ଏହି ଯୋଜନାର ସଫଳ ରୂପାୟନ ପାଇଁ ଅନୁଷ୍ଠନ ସାରା ଭାରତରେ ୨ୟ ସ୍ଥାନ ଅଧିକାର କରିଛି। ସମସ୍ତଙ୍କୁ ଇଜ୍ଜତର ସହ ବଂଚିବାର ଅଧିକାର ଦେବା ପାଇଁ ସର୍ବଦା କାର୍ଯ୍ୟ କରି ଆସୁଥିବା ଗ୍ରାମ ବିକାଶ ଅନୁଷ୍ଠାନ ପକ୍ଷରୁ ଗତ ୨୪ ବର୍ଷ ହେଲା ସୁସ୍ଥ ପରିବେଶ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଦିଗରେ ଅନେକ ପଦକ୍ଷେପ ନିଆଯାଇଛି। ଗତ ୫ ବର୍ଷ ଧରି କନ୍ଧମାଳ ଜିଲାର ବିଭିନ୍ନ ଗ୍ରାମାଂଚଲରେ ଏହି ଅନୁଷ୍ଠାନ ନିର୍ମଳ ଗ୍ରାମ ଯୋଜନାକୁ ରୂପରେଖ ଦେବାପାଇଁ ସଂଗ୍ରାମ ଜାରୀ ରଖିଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *