ଓଡ଼ିଶା

ଗ୍ରାମ୍ୟ ପାନୀୟ ଜଳ ଯୋଗାଣରେ ଦୁର୍ନୀତି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ପୋଲସରା ୨୮-୪ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ବ୍ଲକ ସମେତ ଗଂଜାମ ଜିଲ୍ଲାର ୫ଟି ବ୍ଲକରେ ଗ୍ରାମ୍ୟ ଜଳ ଯୋଗାଣ ବ୍ୟବସ୍ଥାରେ ଦୁର୍ନୀତି ହୋଇଛି।ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏହା ଜଣା ପଡିବା ପରେ ଶୁକ୍ରବାର ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ନଂ.୭୨୪୯)ରୁଜୁ ହୋଇଛି। ଗ୍ରାମାଞ୍ଚଳ ଜଳ ଯୋଗାଣ କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ବ୍ୟୟ ବାରଦ କରୁଥିଲେବି ବିଭାଗୀୟ ଦାୟିତ୍ୱହୀନତା ଓ ଅନିୟମିତତା ଯୋଗୁଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁନାହିଁ।ଯେଉଁଠି ମିଳୁଛି ଅପରିଷ୍କାର ଜଳ ମିଳୁଛି।ଅନେକ ସ୍ଥାନରେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ବହୁ ପ୍ରକଳ୍ପ ଅଚଳ ହୋଇପଡିଛି।ଏସବୁ ଜଣା ପଡିବା ପରେ ଏଭଳି ପଦକ୍ଷେପ ନିଆ ଯାଇଛି ବୋଲି ଗଞ୍ଜାମ ଜିଲ୍ଲା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚର ଆବାହକ ସମରଜିତ ମହାନ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପୋଲସରା, ବୁଗୁଡା, ବେଗୁନିଆପଡା, କବିସୂର୍ଯ୍ୟନଗର, ଓ ପୁରୁଷୋତ୍ତମପୁର ବ୍ଲକରେ ଅନେକ ପ୍ରକଳ୍ପ ନିର୍ମାଣ ହୋଇଛି।କୋଟି କୋଟି ଟଙ୍କା ଏଥିରେ ବ୍ୟୟ ବରାଦ ହୋଇଛି।ଏହି ସମସ୍ତ ପ୍ରକଳ୍ପର ସ୍ଥିତିକୁ ଯାଞ୍ଚ କରାଯିବା ପରେ ଉକ୍ତ ଯୋଜନାରେ ବ୍ୟାପକ ହରିଲୁଟ ଯୋଗୁ ଅନେକ ପ୍ରକଳ୍ପ ଅଚଳ ରହିଛି।ବହୁ ଟଙ୍କା ଚଳୁ କରିଦିଆଯାଇଛି।ଠିକାଦାର ଓ ଭିଭାଗୀୟ ଅଧିକାରୀ ହିଁ ଏଭଳି ଫନ୍ଦୀ ଫିକର କରିଛନ୍ତି। ଯେଉଁ କେତୋଟି ପ୍ରକଳ୍ପ ଚାଲିଛି ସେ ଗୁଡିକରୁ ଅପରିଷ୍କାର ଜଳ ମିଳୁଛି।ସେହି ଜଳ ଲୋକେ ବ୍ୟବହାର ଅନେକ ଲୋକେ ବିଭିନ୍ନ ରୋଗର ଶିକାର ହୋଇଥିବା ଯାଞ୍ଚବେଳେ ଜଣା ପଡିଥିଲା।ଅନେକ ଲୋକଙ୍କ ମତ ଓ ମନ୍ତବ୍ୟକୁ ନେଇ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ତାଙ୍କ ଆବେଦନରେ ୧୩ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି।ପୋଲସରା BDO ସମେତ ଆଉ ୪ଟି ବ୍ଲକର BDO, ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ଭିଜିଲାନ୍ସ ଏସ.ପି ବ୍ରହ୍ମପୁର, ଭିଜିଲାନ୍ସ ନିର୍ଦେଶକ କଟକ, ପଞ୍ଚାୟତିରାଜ ସଚିବ ଓ ସର୍ବୋଚ୍ଚ ଯନ୍ତ୍ରୀ ଭୁବନେଶ୍ୱର ଙ୍କୁ ପକ୍ଷଭୁକ୍ତ କରାଯାଇଛି।ରାୟ ଆସିଲେ ବହୁ ଅଧିକାରୀ ଫସିବେ ଏଥିରେ ସନ୍ଦେହ ନାହିଁ। ବିଶେଷ କରି ପୋଲସରା ବ୍ଲକ ସମେତ ଗତ ୨୦୧୩ ଫାଇଲିନ ସମୟରେ ଲୋକଙ୍କୁ ପାନୀୟଜଳ ଯୋଗାଇବା ପାଇଁ ଯେଉଁ ଟ୍ରେଙ୍କର ସବୁ ବ୍ୟବହାର କରାଯାଇଥିଲା ସେଥିରେ ମଧ୍ୟ ଘୋଟଲା ହୋଇଛି ଏବଂ ଟ୍ରେଙ୍କର ବଦଳରେ ମୋଟର ସାଇକେଲ ନମ୍ବର ରେ ବିଲ ଉଠାଯାଇଛି ଏହି ଘଟଣାରେ ଠିକାଦାର ଏବଂ ଯନ୍ତ୍ରୀ ମଧ୍ୟ ଆଇନ ଦ୍ୱାରା ବନ୍ଧା ହେବାର ସମ୍ଭାବନା ଅଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top