ଓଡ଼ିଶା

ଗ୍ରାମ୍ୟ ନିର୍ମାଣ ବିଭାଜନ ନଂ ୧ ଆଶିର୍ବାଦରୁ ପୋଲସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ବୋହୁଛି ଦୁର୍ନୀତିର ଗଙ୍ଗା

ପୋଲସରା, ୧୪/୦୯ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ଗଂଜାମ ଜିଲ୍ଲାରେ ରାଜ୍ୟର ୧୨୪ ନଂ ପୋଲସରା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଛି। ଏହି ନିର୍ବାଚନ ମଣ୍ଡଳୀରେ ପୋଲସରା ବ୍ଲକ ଏବଂ ଏନ୍.ଏ.ସି ଏଥି ସହ ବୁଗୁଡା ବ୍ଲକ ବୁଗୁଡା ଏନ୍.ଏ.ସି ରହିଛି। ଉକ୍ତ ଦୁଇ ଗୋଟି ବ୍ଲକରେ ମୋଟ ଗ୍ରାମପଞ୍ଚାୟତ ୪୭ ଥିବାବେଳେ ଉକ୍ତ ଦୁଇ ଏନ୍.ଏ.ସିରେ ୨୧ ୱାର୍ଡ ରହିଛି। ଲୋକ ସଂଖ୍ୟା ପ୍ରାୟ ୩ଲକ୍ଷ ପାଖାପାଖି। ବିଧାୟକ ରୂପେ ପୋଲସରା ହାତୀଓଟ ଗ୍ରାମର ଶ୍ରୀକାନ୍ତ ସାହୁ ରହିଛନ୍ତି। ଉକ୍ତ ନିର୍ବାଚନ ମଣ୍ଡଳୀରେ କେତେ ଗୋଟି ରାସ୍ତା ନିର୍ମାଣ ହେଉଅଛି ଉକ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ଗ୍ରାମ୍ୟ ନିର୍ମାଣ ବିଭାଜନ ନଂ ୧ ଗଂଜାମ, ବ୍ରହ୍ମପୁର ଅଧିନରେ ଚାଲୁଅଛି। ଏଥିପାଇଁ ସରକାର ବିଭିନ୍ନ ସ୍ରୋତରୁ ଅଜସ୍ର ଟଙ୍କା ଅନୁମୋଦନ କରୁଛନ୍ତି। ସର୍ବସାଧାରଣଙ୍କ ଗମନାଗମନ ସୁବିଧା ଲକ୍ଷ ନେଇ। କିନ୍ତୁ ଦୁଃଖର ବିଷୟ ଉକ୍ତ ଗ୍ରାମ୍ୟ ନିର୍ମାଣ ବିଭାଜନ ନଂ ୧ ବ୍ରହ୍ମପୁର ଆଶିର୍ବାଦରୁ ଏହି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଦୁର୍ନୀତିର ଗଙ୍ଗା ବୋହୁଛି ବୋଲି ଉଲ୍ଲେଖ କରାଗଲେ କୌଣସି ଅପରାଧ ହେବନାହିଁ।

ସୂଚନା ତଥ୍ୟରୁ ଜଣାପଡିଛି ଗ୍ରାମ୍ୟ ନିର୍ମାଣ ବିଭାଜନ ନଂ ୧, ଗଂଜାମ, ବ୍ରହ୍ମପୁର ଅଧିନରେ ୨୦୧୩-୧୪ ଠାରୁ ୨୦୧୮-୧୯ ଆର୍ଥôକ ବର୍ଷ ମଧ୍ୟରେ ପୋଲସରା ସବ୍ ଡିଭିଜନ୍ ଅଧିନରେ ହୋଇଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ଟେଣ୍ଡର ଫିକ୍ସିଂ ଓ ଫଲ୍ସ ବିଲ୍ରେ ଅର୍ଥ ହରିଲୁଟ୍ ହୋଇଥିଲେ ମଧ୍ୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଶୂନ। ଟେଣ୍ଡର ଫିକ୍ସିଂ ଓ ଫଲ୍ସ ବିଲ୍ ସମ୍ପର୍କରେ ସୂଚନା ତଥ୍ୟ ମାଧ୍ୟମରେ ଜଣାପଡିଥିବା ତଥ୍ୟ ନିମ୍ନରେ ଉପସ୍ଥାପନ କରୁଛୁ।

ସୂଚନା ତଥ୍ୟ ଚିଠିନଂ ୩୧୪ (ଡବ୍ଲୁ.ଇ) ତା ୧୭.୦୧.୨୦୧୭ରିଖରୁ ଜଣାପଡିଛି ଯେ, ଗୋଳାବନ୍ଧ ଠଣାପଲ୍ଲୀ ରାସ୍ତା ନିର୍ମାଣ ପାଇଁ ୨୦୧୪-୧୫ ଆର୍ଥôକ ବର୍ଷରେ ରାସ୍ତା ନିର୍ମାଣ ପାଇଁ ଏଗ୍ରିମେଣ୍ଟ୍ ନଂ ୫୫ପି ୧/୨୦୧୪-୧୫ ଏଗ୍ରୀମେଣ୍ଟ୍ ମୂଲ୍ୟ ୫୨, ୯୧, ୨୮୨ ଟଙ୍କା, ଠୀକାଦାର ଶିବରାମ ନାୟକ, କାର୍ଯ୍ୟ ଆରମ୍ଭ ତା ୨୬.୧୨.୨୦୧୪ ଠାରୁ ଏପ୍ରିଲ୍ ୨୦୧୫ ମଧ୍ୟରେ କାର୍ଯ୍ୟ ସରିବା ପାଇଁ ସମୟ ଧାର୍ଯ୍ୟ ହୋଇଛି। ପୁଣି ଉକ୍ତ ରାସ୍ତାରେ ମରାମତି ପାଇଁ ଜନୈକ ଠୀକାଦାରଙ୍କୁ ଅନୁଗ୍ରହ ଦେଖାଇ ୧୦ଟି ଏଫ୍-୨ ମାଧ୍ୟମରେ ମରାମତି କାର୍ଯ୍ୟ କରିବା ପାଇଁ ଦିଆଯାଇଛି। ସମସ୍ତ କାର୍ଯ୍ୟ ତା ୧୬.୦୨.୨୦୧୫ରିଖ ଠାରୁ ଆରମ୍ଭ ହୋଇ ଦୁଇ ମାସ ତଥା ଏପ୍ରିଲ୍ ୨୦୧୫ ମଧ୍ୟରେ ସାରିବା ପାଇଁ ବ୍ୟବସ୍ଥା କରାଯାଇଛି। ମରାମତି ନାମରେ ୧୦ଟି କାର୍ଯ୍ୟ ଠୀକାଦାର ହର ପ୍ରସାଦ ନାୟକ ନାମରେ କରାଯାଇଛି। ଉକ୍ତ କାର୍ଯ୍ୟଗୁଡିକ ହେଲା ଯଥା – ଏଗ୍ରୀମେଣ୍ଟ୍ ନଂ ୧୭୬୬ ଏଫ୍-୨/୧୪/୧୫ ଏଗ୍ରୀମେଣ୍ଟ୍ ମୂଲ୍ୟ ୪୯, ୮୩୫ ଟଙ୍କା, ଏଗ୍ରୀମେଣ୍ଟ୍ ନଂ ୧୭୬୭ ଏଫ୍ – ୨/୧୪-୧୫ ଏଗ୍ରୀମେଣ୍ଟ୍ ମୂଲ୍ୟ ୪୯, ୮୩୫ଟଙ୍କା, ଏଗ୍ରିମେଣ୍ଟ୍ ନଂ ୧୭୬୮ ଏଫ୍-୨/୧୪-୧୫ ଏଗ୍ରୀମେଣ୍ଟ୍ ମୂଲ୍ୟ ୪୯, ୮୩୫ଟଙ୍କା, ଏଗ୍ରୀମେଣ୍ଟ୍ ନଂ ୧୭୬୯ ଏଫ୍-୨/୧୪-୧୫ ଏଗ୍ରୀମେଣ୍ଟ୍ ମୂଲ୍ୟ ୪୯, ୮୩୫ ଟଙ୍କା, ଏଗ୍ରିମେଣ୍ଟ୍ ନଂ ୧୭୭୦ ଏଫ୍-୨/୧୪-୧୫ ଏଗ୍ରୀମେଣ୍ଟ୍ ମୂଲ୍ୟ ୪୯, ୮୩୫ଟଙ୍କା, ଏଗ୍ରିମେଣ୍ଟ୍ ନଂ ୧୭୭୧ ଏଫ୍-୨/୧୪-୧୫ ଏଗ୍ରୀମେଣ୍ଟ୍ ମୂଲ୍ୟ ୪୯, ୮୩୫ଟଙ୍କା, ଏଗ୍ରିମେଣ୍ଟ୍ ନଂ ୧୭୭୨ ଏଫ୍-୨/୧୪-୧୫ ଏଗ୍ରୀମେଣ୍ଟ୍ ମୂଲ୍ୟ ୪୯, ୮୩୫ଟଙ୍କା, ଏଗ୍ରିମେଣ୍ଟ୍ ନଂ ୧୭୭୩ ଏଫ୍-୨/୧୪-୧୫ ଏଗ୍ରୀମେଣ୍ଟ୍ ମୂଲ୍ୟ ୪୯, ୮୩୫ଟଙ୍କା, ଏଗ୍ରିମେଣ୍ଟ୍ ନଂ ୧୭୭୪ ଏଫ୍-୨/୧୪-୧୫ ଏଗ୍ରୀମେଣ୍ଟ୍ ମୂଲ୍ୟ ୪୯, ୮୩୫ଟଙ୍କା, ଏଗ୍ରିମେଣ୍ଟ୍ ନଂ ୧୭୭୫ ଏଫ୍-୨/୧୪-୧୫ ଏଗ୍ରୀମେଣ୍ଟ୍ ମୂଲ୍ୟ ୪୫, ୭୩୪ଟଙ୍କା, ଏହି ସମସ୍ତ କାର୍ଯ୍ୟ ଟେଣ୍ଡର ଫିକ୍ସିଂ କରାଇ ଫଲ୍ସ ବିଲ୍ ପାଇଁ ଷଡଯନ୍ତ୍ର କରାଯାଇଛି।

ଗଂଜାମ ବ୍ରହ୍ମପୁର ଅଧିନରେ ଟେଣ୍ଟର ଫିକ୍ସିଂ ଓ ଫଲ୍ସ ବିଲ୍ ଘଟଣା ତଦନ୍ତ ଦାବି

ସେହିଭଳି ଅନ୍ୟ ଏକ ସୂଚନା ତଥ୍ୟ ଚିଠି ନଂ ୩୪୪୭ (ଡବ୍ଲୁ.ଇ) ଆର.ଡବ୍ଲ୍ୟୁ.ଡି-୧/ ବିଏଏମ୍ ଡବ୍ଲ୍ୟୁ/ ତା ୦୭.୦୭.୨୦୧୮ରିଖରୁ ଜଣାପଡିଛି ଯେ, ଗୋଳାବନ୍ଧ-ଠଣାପଲ୍ଲୀ ରାସ୍ତା ସ୍ୱତନ୍ତ୍ର ମରାମତି ୨୦୧୫-୧୬ରେ ଏଗ୍ରୀମେଣ୍ଟ୍ ନଂ ୧୨୪ ଏଫ୍-୨/୧୫/୧୬ ଏଗ୍ରୀମେଣ୍ଟ୍ ମୂଲ୍ୟ ୪.୯୫ ଲକ୍ଷ ଟଙ୍କା, ଠିକାଦାର – ସିମାଞ୍ଚଳ ପଣ୍ଡା, କାର୍ଯ୍ୟଆରମ୍ଭ ତା ୨୩.୧୨.୨୦୧୫, କାର୍ଯ୍ୟ ଶେଷ ତାରିଖ ୨୨.୦୨.୨୦୧୬, ପୁଣି ସମ୍ପୃକ୍ତ ରାସ୍ତାରେ ୨୦୧୭-୧୮ ରେ ସି.ଡବ୍ଲୁ.ଏ, ଏଗ୍ରିମେଣ୍ଟ୍ ନଂ ୧୫୮ ପି-୧/୧୭-୧୮ ଏଗ୍ରିମେଣ୍ଟ୍ ମୂଲ୍ୟ ୪୨.୦୦ ଲକ୍ଷ ଟଙ୍କା, ଠିକାଦାର – ରାମଚନ୍ଦ୍ର ବେହେରା, କାର୍ଯ୍ୟଆରମ୍ଭ ତା ୦୨.୦୨.୨୦୧୮, କାର୍ଯ୍ୟ ଶେଷ ତାରିଖ ୦୧.୦୫.୨୦୧୮, ପୁଣି ସେହି ରାସ୍ତାରେ ସ୍ୱତନ୍ତ୍ର ମରାମତି ୨୦୧୭-୧୮ ଏଗ୍ରିମେଣ୍ଟ୍ ନଂ ୧୮୪ ପି-୧/୧୭-୧୮ ଏଗ୍ରିମେଣ୍ଟ୍ ମୂଲ୍ୟ ୪.୪୫ ଲକ୍ଷ ଟଙ୍କା, ଠିକାଦାର ସବିତା ପଣ୍ଡା, କାର୍ଯ୍ୟଆରମ୍ଭ ତାରିଖ, କାର୍ଯ୍ୟ ଶେଷ ତାରିଖ ୨୧.୦୪.୨୦୧୮। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଅତି ଚମତ୍କାର ଟେଣ୍ଡର ଫିକ୍ସିଂ ଓ ଅର୍ଥ ହରିଲୁଟ୍ ହୋଇଛି। ପୁଣି ସମ୍ପୃକ୍ତ ରାସ୍ତାକୁ ୨୦୧୭-୧୮ ରେ ବିଏମ୍ଜିଏସ୍ୱାଇ-ୟୁଜି-ବି-୧୧୧ ଟେଣ୍ଡର ହୋଇଛି। ପ୍ରଧାନ ଗ୍ରାମ୍ୟ ସଡକ ଯୋଜନା ପାଇଁ ଅନୁମୋଦନ ପଠାଇ ଉକ୍ତ ରାସ୍ତା କାର୍ଯ୍ୟକୁ ଫଲ୍ସ ବିଲ୍ କରିବା ପାଇଁ ସୁଚିନ୍ତିତ ଯୋଜନା ଭଳି ଅନୁମାନ ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top