ଜିଲ୍ଲା ପରିକ୍ରମା

ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣରେ ଅନିୟମିତତା

ଭଦ୍ରକ, ୨୪ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ର ସମସ୍ତ ଗୃହକୁ ପାନୀୟ ଜଳ ଯୋଗାଣ ନିମନ୍ତେ ଜଗନ୍ନାଥ ପ୍ରସାଦ ଗ୍ରାମରେ ପ୍ରାୟ ୬୪ କୋଟି ବ୍ୟୟ ଅଟକଳରେ ନିର୍ମାଣାଧୀନ ମେଗା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ବିଭାଗୀୟ ତଦାରଖର ଅବହେଳା ଏହାର ମୁଖ୍ୟକାରଣ ବୋଲି ସ୍ଥାନୀୟ ଅଂଚଳବାସୀ ଦୁର୍ଯେ୍ୟଧନ ବାରିକ ଅଭିଯୋଗ କରିଛନ୍ତି । ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଏହି ପ୍ରକଳ୍ପର ତଦାରଖ ପାଇଁ ଆସୁନଥିବାବେଳେ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଠିକାଦାରଙ୍କୁ ସୁହାଇଲା ଭଳି ତଦାରଖ କରୁଥିବାରୁ ଏହି ସ୍ଥିତି ସୃଷ୍ଟି ହୋଇଛି ବୋଲି ଶ୍ରୀ ବାରିକ କହିଛନ୍ତି । ଏଭଳି ନିର୍ମାଣ ଦ୍ୱାରା ପ୍ରକଳ୍ପର ସ୍ଥାୟୀତ୍ୱ ପ୍ରତି ଆରମ୍ଭରୁ ବିପଦ ସୃଷ୍ଟି ହେବାକୁ ଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ପ୍ରକଳ୍ପର ଭିତ୍ତିଭୂମି ନିର୍ମାଣରେ ଉପଯୁକ୍ତ ଭାଗ ମାପର ସିମେଣ୍ଟ ଓ ଚିପ୍ସ ବ୍ୟବହାର କରାଯାଉନଥିବାବେଳେ ଭାଇବ୍ରେଟର ବ୍ୟବହାର କରାଯାଉନାହିଁ । ଏହି ବୃହତ୍ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସାଇଟ୍ କାର୍ଯ୍ୟାଳୟ ଖୋଲାଯିବା କଥା । ମାତ୍ର ଏହା ହୋଇନଥିବାର ସୁଯୋଗ ନେଇ ଠିକାଦାର ଏଲ୍ ଆଣ୍ଡ ଟି କଂପାନୀ ନେଇ ଠିକାଦାର ଏଲ୍ ଆଣ୍ଡ ଟି କଂପାନୀ ହାତେଇଥିବା ବେଳେ ବାସ୍ତବରେ କାର୍ଯ୍ୟ ସ୍ଥାନୀୟ ଲୋକଙ୍କ ଦ୍ୱାରା କରାଯାଉଥିବା ଦେଖାଯାଇଛି । ମାତ୍ର ପ୍ରକଳ୍ପର କାର୍ଯ୍ୟ ଉପଯୁକ୍ତ ମାନରେ ହେଉଥିବା ସଂପର୍କରେ ଜନଦୃଷ୍ଟିରେ ରହିବା ପାଇଁ ଆବଶ୍ୟକ ସୂଚନା ଫଳକ ଲଗାଯାଇନଥିବା ଜଣାଯାଇଛି । ତେଣୁ ସ୍ଥାନୀୟ ଅଧିବାସୀ ଓ ସଚେତନ ବ୍ୟକ୍ତିବିଶେଷ କାର୍ଯ୍ୟ ଓ ତାହାର ଉପଯୁକ୍ତ ମାନ ସଂପର୍କରେ ଜନ ତଦାରଖରୁ ବଂଚିତ ହେଉଥିବାବେଳେ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଉଦାସୀନ ରହିଥିବା ବୁଦ୍ଧିଜୀବୀ ମହଲରେ ସମାଲୋଚନା କରାଯାଇଛି । ପ୍ରକଳ୍ପ ନିର୍ମାଣ ପରିସରରେ ଏଲ୍ ଆଣ୍ଡ ଟି କଂପାନୀର କୌଣସି ବୈଷୟିକ କର୍ମଚାରୀ ରହୁନଥିବା ଓ କେତେକ ଅଣଓଡିଆ ଅନଭିଜ୍ଞ ବ୍ୟକ୍ତି ନିଜ ସୁବିଧା ଅନୁଯାୟୀ କାର୍ଯ୍ୟ ଚଳାଉଥିବା ଅଭିଯୋଗ ହୋଇଆସୁଥିବାବେଳେ ବିଭାଗୀୟ ଯନ୍ତ୍ରୀ କଂପାନୀର ଗାଡିରେ କେବଳ ମଧ୍ୟାହ୍ନ ଭୋଜନ ସମୟରେ ଯା ଆସ କରୁଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି । ଏ ସଂପର୍କରେ ଗ୍ରାମ୍ୟ ଜଳପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ତାଭ୍କ ମତାମତ ମିଳିପାରିନଥିବାବେଳେ ବେଳେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ସୂଚନା ଫଳକ ଲଗାଇବାକୁ କଂପାନୀକୁ କହିବେ ବୋଲି ପ୍ରତିଶ୍ରୁତି ଦେଇଥିଳେ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହି କାର୍ଯ୍ୟର ଅନୁଧ୍ୟାନ କରିବାକୁ ଦାବି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top