ପୋଲସରା ୧୯ ମଇ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ଗ୍ରାମ୍ୟ ଉନ୍ନୟନ ବିଭାଗ ପୋଲସରା ସବ ଡିଭିଜନ ଅଧିନରେ ଅନିୟମିତତା ଟେଣ୍ଡର ଫିକ୍ସିଂ ଓ ଫଲସ ବିଲ ହୋଇଥିବା ଅଭିଯୋଗ ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ଆଣିଛି।ବୁଗୁଡା ସେକ୍ସନ ଅନ୍ତର୍ଗତ ଝୁଲାରୀ-ମାଣିତରା ନିର୍ମାଣାଧୀନ ପୋଲ ୨୦୧୭ସେପ୍ଟେମ୍ବର ମାସରେ ଭୁଶୁଡି ପଡିଥିଲା।ଉକ୍ତ ଘଟଣାକୁ ନେଇ ଆଜି ପର୍ଯ୍ୟନ୍ତ ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଓଡ଼ିଶାର ବିଭିନ୍ନ ସ୍ଥାନରେ ପୋଲ ଭୁଶୁଡିବା ନେଇ କାର୍ଯ୍ୟାନୁଷ୍ଠାନ ହେଉଥିବାବେଳେ ପୋଲସରା ନିର୍ବାଚନ ମଣ୍ଡଳୀର ପୋଲ ଭୁଶୁଡିବାର କାର୍ଯ୍ୟାନୁଷ୍ଠାନ ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।୨୦୧୩-୧୪ଆର୍ଥିକ ବର୍ଷଠାରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟରେ ଟେଣ୍ଡର ଫିକ୍ସିଂ ଏବଂ ଫଲସ ବିଲ ହୋଇଛି।ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଏବଂ ନାବାର୍ଡ ସ୍କିମରେ ହୋଇଥିବା ରାସ୍ତା କାର୍ଯ୍ୟରେ ଗାଇଡ଼ ଲାଇନ ଉଲଂଘନ କରାଯାଇଛି।ଟେଣ୍ଡର ପ୍ରକାଶ ପାଇବା ପରେ ଏବଂ ଏଗ୍ରିମେଣ୍ଟ ହେବାପରେ ସମ୍ପୃକ୍ତ ରାସ୍ତା ଉପରେ କୌଣସି ମରାମତି କାର୍ଯ୍ୟ ହୋଇପାରିବନାହିଁ ବୋଲି ଗାଇଡ଼ ଲାଇନରେ ସ୍ପଷ୍ଟ ଉଲ୍ଲେଖ ଅଛି।ରାସ୍ତା କାର୍ଯ୍ୟ ଚାଲୁଥିବା ସମୟରେ ଏବଂ ରାସ୍ତା କାର୍ଯ୍ୟ ହସ୍ତାନ୍ତର ପରେ ମଧ୍ୟ ସମ୍ପୃକ୍ତ ରାସ୍ତା ଗୁଡିକରେ ମରାମତି ନାମରେ ଅର୍ଥ ହଡପ ପାଇଁ ସୁ ଚିନ୍ତିତ ଯୋଜନା କରାଯାଇଥିବା ନେଇ ଗଞ୍ଜାମ ଜିଲ୍ଲା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ପକ୍ଷରୁ ବ୍ରହ୍ମପୁର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇ ଟେଣ୍ଡର ଫିକ୍ସିଂ ରେ ସଂପୃକ୍ତଥିବା ଠିକାଦାର, ଯନ୍ତ୍ରୀ ଓ ନେତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସମସ୍ତ କାର୍ଯ୍ୟରେ ମାନ ଓ ଗୁଣବତ୍ତା ପରୀକ୍ଷା କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି।ତଦନ୍ତର ଅବହେଳା କଲେ ଉଚ୍ଚ ନ୍ୟାୟାଳୟ ର ଆଶ୍ରୟ ନିଆଜିବବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।ଆୟୋଜିତ କାର୍ଯ୍ୟ କ୍ରମରେ ଗଞ୍ଜାମ ଜିଲ୍ଲା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ର ଜିଲ୍ଲା ସଭାପତି ସମରଜିତ ମହାନ୍ତି, ଉପ ସଭାପତି ସୂର୍ଯ୍ୟ ନାରାୟଣ ବଡୁ, କୋଷାଧ୍ୟକ୍ଷ ଟି.ଶରତ ସୁବୁଦ୍ଧି, କଲମ୍ବ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ, ବେଗୁନିଆପୋଡ଼ା ଆବାହକ ସୁଶାନ୍ତ କୁମାର ପଟ୍ଟନାୟକ, ଜିଲ୍ଲା କମିଟି ସଦସ୍ୟ, ସୀମାଞ୍ଚଳ ସାହୁ, ନୃସିଂହ ନାଥ ସ୍ଵାଇଁ, ସୁବ୍ରତ ବେହେରା, ସନ୍ତୋଷ କୁମାର ପଣ୍ଡା, ରବିରଂଜନ ବରାଡ଼ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ।
