କେନ୍ଦୁଝର

ଗ୍ରାମୀଣ ଡାକ କର୍ମଚାରୀଙ୍କ ଅନିର୍ଦ୍ଧିଷ୍ଟ କାର୍ଯ୍ୟବନ୍ଦ

ଘଟଗାଁ,୨୩.୦୫(ଓଡିଆ ପୁଅ/ ଭବାନୀ ପ୍ରସାଦ)- ସର୍ବଭାରତୀୟ ଗ୍ରାମୀଣ ଡାକ ସେବକ ସଂଘ ସମେତ ୪ଟି ସଂଘର ମିଳିତ ଦେଶବ୍ୟାପି ଆରମ୍ଭ ହୋଇଥିବା ୧୦ ଦଫା ନେଇ କାର୍ଯ୍ୟବନ୍ଦ ଆନେ୍ଦାଳନରେ ଆଜି କେନ୍ଦୁଝର ଜିଲ୍ଲା ଘଟଗାଁ ସବପୋଷ୍ଟ ଅଫିସରେ ଥିବା ସମସ୍ତ ଗ୍ରାମୀଣ ଡାକଘରର କର୍ମଚାରୀ ମାନେ ଆଜି ଠାରୁ ଅନେ୍ଦାଳନରେ ସାମିଲ ହୋଇ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନେ୍ଦାଳନ ଆରମ୍ଭ କରିଛନ୍ତି । ଫଳରେ ଗ୍ରାମଚଂଳରେ ଡାକସେବା ପ୍ରଭାବିିତ ହେବା ସହ ଆର୍ଥିକ କାରବାର ବାଧାପ୍ରାପ୍ତ ହୋଇଛି । ଘଟଗାଁ ଡାକସେବକ ସଭାପତି ଡମ୍ବୁରୁଧର ବାରିକଙ୍କ ନେତୃତ୍ୱରେ ଘଟଗାଁ ସବପୋଷ୍ଟ ଅଫିସ ସମ୍ମୁଖରେ କର୍ମଚାରୀ ମାନେ ଧାରଣା ଦେଇ କେନ୍ଦ୍ର ବିରୋଧି ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏହି ଅନେ୍ଦାଳନରେ ଡମ୍ବୁରୁଧର ବାରିକ, ସେକ ସଲିମ,ଦେବେନ୍ଦ୍ର ପଲେଇ, ସୁଦାମ ସେଠୀ, ଧିରେନ ପଟ୍ଟନାୟକ,ବଳରାମ ସେଠୀ, ଦିବ୍ୟଲୋଚନ ବେହେରା, ମଳୟ କୁମାର ଦଳେଇ, ଘାସିରାମ ମାଝୀ, ବିମ୍ବାଧର ରାଉତ, ସୁରେଶ ଦେହୁରୀ,ପଙ୍କଜ କୁମାର ବେଜ,ରବିନ୍ଦ୍ର ପଲେଇ ,ଅଞଳି ସେଠୀ, ସୁଦିପ୍ତି ମୟୀ ରାଉତ, ଧମେନ୍ଦ୍ର ରାଉତ, ରଜତ ପଇଦା,ପ୍ରଭାଶ ପଣ୍ଡା,ଯଜାତିକେଶରୀ ବେହେରା,ସବିତା ପଲେଇ,କାଳନ୍ଦି ଚରଣ ପଲେଇ ପ୍ରମୁଖ ସାମିଲ ହୋଇଛନ୍ତି । ତେବେ କେନ୍ଦ୍ର ସରକାର ଦାବି ପୂରଣ ନକରିବା ଯାଏ ଏହି କାର୍ଯ୍ୟବନ୍ଦ ଆନେ୍ଦାଳନ ଜାରି ରହିବ ବୋଲି ପ୍ରକାଶ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top