ଗ୍ରାମୀଣ ଡାକସେବକ କର୍ମଚାରୀ ସଂଘର ଆନ୍ଦୋଳନ ତୃତୀୟ ଦିନରେ

ଖଡିଆଳ/ନୂଆପଡା-୨୪.୦୫.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- କେନ୍ଦ୍ରୀୟ ଗ୍ରାମିଣ ଡାକ ସେବକ ସଂଘ, ବିଭିନ୍ନ ଦାବି ର ସମାଧାନ ପାଇଁ ଗତ ୨୨ ତାରିଖ ଠାରୁ ଆନ୍ଦୋଳନ ଡାକରା ଦେଇଛନ୍ତି। କେନ୍ଦ୍ରୀୟ ଡାକ ସେବା ସଂଘର ଆହ୍ୱାନ କ୍ରମେ ନୁଆପଡା ଜିଲା ଖଡିଆଳ ଡାକସେବକ ସଂଘ ପକ୍ଷରୁ ଗତ ୨୨ ତାରିଖ ଠାରୁ ଆନ୍ଦୋଳନ ତୃତିୟ ଦିନରେ ପହଞ୍ଚିଛି। ଗ୍ରାମିଣ ଡାକ ସେବକ ସଂଘର ଦାବି ହେଲା ସପ୍ତମ ବେତନ କମିଶନ କୁ ତୁରନ୍ତ ଲାଗୁକରିବା ସହିତ କମିଶନ କମଲେଶ ଚନ୍ଦô ରିପୋର୍ଟ କୁ ତୁରନ୍ତ ଲାଗୁ କରିବା ପାଇଁ ଦାବି କରିଛନ୍ତି। କେନ୍ଦ୍ର ସରକାର ସପ୍ତମ ବେତନ ଓ କମଲେଶ ଚନ୍ଦô ରିପୋର୍ଟ ଲାଗୁ ନକଲେ ଆନ୍ଦୋଳନ ସହିତ ଧାରଣ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଳୁରହିବ ବୋଲି ଆନ୍ଦୋଳନ କରୁଥିବା ଗ୍ରାମିଣ ଡାକ ସେବକ ସଂଘର ଖଡିଆଳ ଶାଖା ସମ୍ପାଦକ ବୁଟି ଭୋଇ ପ୍ରକାଶ କରିଛନ୍ତି। ଏହି ଆନ୍ଦୋଳନରେ ଡାକସେବକ କର୍ମଚାରୀ ସଂଘର ବିନୋଦ ମୋହନ ଦଣ୍ଡସେନା, କାର୍ତ୍ତିକ ଭରା ଶଗରିଆ, ଗଜିନ୍ଦ୍ର କୁମାର, ଶୁଶାନ୍ତ ଭୋଇ, ମହାଦେବ ସିଂ ଠାକୁର, ସହଦେବ ମଲ୍ଲିକ ସମେତ ସମସ୍ତ କର୍ମଚାରୀ ସାମିଲ ରହି ଆନ୍ଦୋଳନ କରୁଛନ୍ତି।

Leave a Reply

Your email address will not be published. Required fields are marked *