ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟକୁ ନେଇ ସମୀକ୍ଷା

ପାରଳାଖେମୁଣ୍ଡି, ୨୫ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଏକ ସମିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ବିପିନି ବିହାରି ପାଣିଗ୍ରାହୀ ଯୋଗଦେଇ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଅବସ୍ଥା ଏବଂ ସ୍ୱାସ୍ଥ୍ୟସେବା କିପରି ସଠିକ ଭାବେ ପହଞ୍ଚି ପାରିବ ସେବିଷୟରେ ସମିକ୍ଷା କରିଥିଲେ। ଗ୍ରାମ କଲ୍ୟାଣ ସମିତି ସହାୟତାରେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ପାଇଁ ରହିଥିବା ସରକାରଙ୍କ ବିଭିନ୍ନ ଯୋଜନା କିପରି ସଫଳ ରୁପାୟନ ହୋଇପାରିବ ସେବିଷୟରେ ଆଲୋଚନା ହୋଇଥିଲା। ଯୋଜନା ଗୁଡିକ ଗ୍ରାମାଞ୍ଚଳରେ ପହଞ୍ଚିବା ପରେ ସେଠାରୁ ପଞ୍ଚାୟତ ସ୍ତରକୁ ଏବଂ ବ୍ଲକ ସ୍ତରକୁ ସହଜରେ ପହଞ୍ଚିପାରିବ ବୋଲି କୁହାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ(ପରିବାର କଲ୍ୟାଣ) ଡା.ପିକେ ପାଢୀ, ଜିଲା ଗ୍ରାମ କଲ୍ୟାଣ ସମିତି ଉପପରିଚାଳକ ମହମ୍ମଜ ମୁଜାହୁଦିନ, ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *