ad
ଓଡ଼ିଶା

ଗ୍ରାମାଂଚଳ ଯୁବକ ମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ପାଇଁ ଦକ୍ଷତା ବିକାଶ ଓ କୃଷି ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ବୁଝାମଣା ପତ୍ର ସ୍ୱାକ୍ଷର ଦ୍ୱାରା ଗ୍ରାମାଂଚଳର ଯୁବକଙ୍କ ଦକ୍ଷତା ବୃଦ୍ଧି ହେବା ସହ ଅର୍ଥନୀତି ମଜବୂତ ହେବ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ, ଭୁବନେଶ୍ୱର, ୨୦ ମାର୍ଚ୍ଚ (ଓଡ଼ିଆ ପୁଅ) – ଗ୍ରାମୀଣ ଯୁବକ ମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ସହିତ ଓ ସେମାନଙ୍କ ମଧ୍ୟରେ ଉତ୍ପାଦକତା ବୃଦ୍ଧି କରିବା ପାଇଁ ମଙ୍ଗଳବାର ଦିନ ନୂଆ ଦିଲ୍ଲୀ ଠାରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟ ଓ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରା ଯାଇଛି। ଉଭୟ ମନ୍ତ୍ରଣାଳୟର ସଚିବ ମାନେ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ ତଥା କେନ୍ଦ୍ର ଦକ୍ଷତା ରାଷ୍ଟ୍ର ମନ୍ତ୍ରୀ ଅନନ୍ତ କୁମାର ହେଗଡେ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବୁଝାମଣା ପତ୍ର ଅନୁସାରେ ଦକ୍ଷତା ବିକାଶ ମନ୍ତ୍ରଣାଳୟ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସହ ଭାଗିଦାର ହୋଇ ୬୯୦ କୃଷି ବିକାଶ କେନ୍ଦ୍ର ଗୁଡିକୁ ସହଯୋଗ କରିବ ଓ ବଜାର ପାଇଁ ପ୍ରାସଙ୍ଗିକ ହେଉଥିବା ଦକ୍ଷତା ପ୍ରଦାନକୁ ସୁନିଶ୍ଚିତ କରିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଏକ କୃଷି ପ୍ରଧାନ ଦେଶ ଓ ୭୦ ପ୍ରତିଶତ ଜନସଂଖ୍ୟା କୃଷି ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷରେ ନିର୍ଭରଶୀଳ। କୃଷି କ୍ଷେତ୍ର ଦେଶର ୨୬ କୋଟି ଲୋକଙ୍କର ଜୀବନ ଜୀବିକା ପ୍ରଦାନ କରିଥାଏ। ଚଳିତ ବଜେଟରେ ମଧ୍ୟ ଗ୍ରାମୀଣ ଅଂଚଳର ଯୁବକ ମାନଙ୍କର ସଶକ୍ତିକରଣ ଜରିଆରେ କୃଷି କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଦିଆ ଯାଇଛି। ଦକ୍ଷତା ବିକାଶ ବିନା ଏହା ସମ୍ଭବ ନୁହେଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆ ଭେଲ୍ୟୁ ଚେନ, ରିଟେଲ କମ୍ପାନୀ, ସପ୍ଲାଇ ଚେନ ଆଦିରେ ଖୁବ ଅଧିକ ସଂଖ୍ୟାରେ ନିଯୁକ୍ତି ସମ୍ଭାବନା ରହିଛି। ଏଗୁଡିକର ଉପ ବିଭାଗ ଯେପରି ଉଦ୍ୟାନ କୃଷି, କୃଷି ଯାନ୍ତ୍ରିକୀକରଣ, ଡାଏରୀ, ମତ୍ସ୍ୟପାଳନ, କୋଲ୍ଡ ଷ୍ଟୋରେଜ, ଫସଲ ଅମଳ ପରର ଯୋଗାଣ ଚେନ ଆଦି ପାଇଁ ଯୁବ ଶକ୍ତିକୁ ଦକ୍ଷତା ବିକାଶ ଜରିଆରେ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରା ଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ଦକ୍ଷତା ବିକାଶ ଯେ କେବଳ କୃଷିକୁ ଟେକ୍ନୋଲଜି ଓ ଉଦ୍ୟମିତା ଆଧାରରରେ ଯୁବକ ମାନଙ୍କୁ ଆକର୍ଷିତ କରିବ ତା ନୁହେଁ ବରଂ ଆଗାମୀ ଦିନରେ ଆବଶ୍ୟକ ହେବାକୁ ଥିବା କୃଷି, ଉଦ୍ୟାନ କୃଷି, ଡାଏରୀ, ପଲଟ୍ରୀ ଓ ମତ୍ସ୍ୟ ଚାଷ ପାଇଁ ପାରା ପ୍ରଫେସନାଲ ତିଆରି କରା ଯାଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ର କୃଷି ମନ୍ତ୍ରଣାଳୟର ତିନୋଟି ବିଭାଗ ଚାଷୀ ମାନଙ୍କୁ କୃଷି, ଉଦ୍ୟାନ କୃଷି, ଡାଏରୀ, ମତ୍ସ୍ୟପାଳନ ଆଦି କ୍ଷେତ୍ରରେ ଚାଷୀ ମାନଙ୍କର ଦକ୍ଷତା ବିକାଶ ପାଇଁ ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଏହି ବୁଝାମଣା ପତ୍ର ଅନୁସାରେ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଗ୍ରାମାଂଚଳର ଯୁବକ ମାନଙ୍କ ପାଇଁ କୃଷି କ୍ଷେତ୍ରରେ ଆକର୍ଷିତ କରିବା ପାଇଁ କାର୍ଯ୍ୟ ଚିହ୍ନଟ କରିବେ ଯାହା ଦ୍ୱାରା ସେମାନଙ୍କର ଆକାଂକ୍ଷା ପୂରଣ ହୋଇ ପାରିୁବ। କିଛି ଚୟନିତ କୃଷି ବିଜ୍ଞାନ କେନ୍ଦ୍ର ଗୁଡିକରେ ପାଇଲଟ ପ୍ରକଳ୍ପ ଆରମ୍ଭ କରା ଯାଇ ମାଇକ୍ରୋ ଇରିଗେସନ ଟେକ୍ନିସିଆନ, ଗ୍ରୀନ ହାଉସ ଅପରେଟର, ଗ୍ରୀନ ହାଉସ ଫିଟର, ଆକ୍ୱା କଲଚର ଟେକ୍ନିସିଆନ ଆଦିର ତାଲିମ ପ୍ରଦାନ କରାଯିବ। ଏହି ଏମଓୟୁ ପାଂଚ ବର୍ଷ ପାଇଁ କରା ଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top