ଗ୍ରାମର ସମସ୍ୟାକୁ ଅନୁଧ୍ୟାନ କଲେ ବିଧାୟକ

ଯାଜପୁର-୧୦/୩(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ବରୀ ବିଧାୟକ ଦେବାଶିଷ ନାୟକ ବରୀ ପଂଚାୟତର ବାଗଦା ଗ୍ରାମକୁ ଯାଇ ବିଭିନ୍ନ ସମସ୍ୟାର ଅନୁଧ୍ୟାନ କରିବା ସହିତ ସମସ୍ୟାକୁ ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି । ବିଧାୟକ ପ୍ରଥମେ ଗ୍ରାମରେ ପହଂଚି ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନଙ୍କ ସହିତ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଅଅଲୋଚନା ସମୟରେ ମହିଳାମାନେ ସେମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ବିଧାୟକଙ୍କୁ ଜଣାଇଥିଲେ । ଏହି ସବୁ ସମସ୍ୟାକୁ ତୁରନ୍ତ ସମାଧାନ କରାଯିବ ବୋଲି ବିଧାୟକ ସେମାନଙ୍କୁ ପ୍ରତିଶୃତି ଦେଇଥିଲେ । ଏହା ପରେ ବିଧାୟକ ନିକଟସ୍ଥ ଦଳିତ ସାହିକୁ ଯାଇ ସେଠାରେ ଗ୍ରାମବାସୀଙ୍କ ସହିତ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ବିଧାୟକଙ୍କ ସମୟରେ ଏହି ଗ୍ରାମର ରାସ୍ତାଘାଟର ବିକାଶ ହୋଇଥିବାରୁ ଗ୍ରାମବାସୀମାନେ ବିଧାୟକଙ୍କୁ ଧନ୍ୟବାଦ ଦେବା ସହିତ ଗ୍ରାମରେ ଅର୍ଦ୍ଧନିର୍ମିତ କ୍ଲବ ଘର କାର୍ଯ୍ୟ ସାରିବାକୁ ନିବେଦନ କରିଥିଲେ । ଏହା ସହିତ ଗ୍ରାମ ନିକଟରେ ଯାଇଥିବା ଏକ ରାସ୍ତା ବିଷୟରେ ମଧ୍ୟ ବିଧାୟକଙ୍କ ନିକଟରେ ଦାବି କରିଥିଲେ । ଉଭୟ ଅଭିଯୋଗ ପାଇ ବିଧାୟକ ଏହି ଦୁଇ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବାର ପ୍ରତିଶୃତି ଦେଇଥିଲେ । ବିଧାୟକଙ୍କ ଗସ୍ତ ସମୟରେ ବ୍ଲକ ବିଜେଡି ସଭାପତି ସେକ୍ ସଫିକଉଦ୍ଦିନ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ଭାରତୀ ବେହେରା, ଗୋପା ଦେଓ, ରବିନ ଚନ୍ଦ୍ର ଦାସ, ଲଳିତ କୁମାର ଦାସ, ଅଜିତଭାନୁ ଦାସ, ଶ୍ରୀଧର ବେହେରା, ଅକ୍ଷୟ କୁମାର ଜେନା, ବାଙ୍କ ବିହାରୀ ଜେନା, ପଂଚାନନ ଜେନା, ମାନସ ରଞ୍ଜନ ଜେନା, ନିମାଇଁ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *