ad
ଓଡ଼ିଶା

ଗ୍ରାମରକ୍ଷୀଙ୍କୁ ସରକାରୀ ମାନ୍ୟତା ଦାବିରେ ଏସ୍ପି ଅଫିସ ଘେରାଉ

ପୁରୀ:୨୦/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଗ୍ରାମରକ୍ଷୀମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବିରେ ନିଖିଳ ଆଇନ ଗ୍ରାମରକ୍ଷୀ ସଂଘ ପକ୍ଷରୁ ଏସ୍ପି ଅଫିସ ଘେରାଉ କରାଯିବା ସହ ଦାବି ପତ୍ର ପ୍ରଦାନ କରାଯାଇଛି। ସୋମବାର ଏହି ପରିପ୍ରେକ୍ଷୀରେ ଶତାଧିକ ଗ୍ରାମରକ୍ଷୀ ସଦର ଥାନା ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଏସ୍ପିଙ୍କ କାର୍ଯ୍ୟାଳୟ ନିକଟକୁ ଯିବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଗ୍ରାମରକ୍ଷୀଙ୍କ ମାସିକ ବେତନ ୯୩୦୦ ଟଙ୍କା ସହ ସରକାରୀ ଚାକିରୀର ସମସ୍ତ ସୁବିଧା ପ୍ରଦାନ, ଗ୍ରାମରକ୍ଷୀମାନଙ୍କୁ ସିଭିଲ୍ ପୁଲିସ ମାନ୍ୟତା ଦେବା ଓଡିଶାରେ ଖାଲି ପଡିଥିବା ସମସ୍ତ ଗ୍ରାମରକ୍ଷୀ ପଦବୀଙ୍କୁ ତୁରନ୍ତ ପୂରଣ କରିବା ଗ୍ରାମରକ୍ଷୀଙ୍କୁ ସ୍ୱତନ୍ତ୍ର ଆଲାଉନ୍ସ ଓ ଫେଷ୍ଟିଭାଲ ଆଲାଉନ୍ସ ପ୍ରଦାନ କରିବା ଗ୍ରାମରକ୍ଷୀଙ୍କୁ ଉନ୍ନତମାନର ପୁଲିସ ପ୍ରଶିକ୍ଷଣ ସେବା ଯୋଗାଇ ଦେବା ଗ୍ରାମରକ୍ଷୀ ମୃତ୍ୟୁବରଣ କଲେ ଜଣଙ୍କୁ ଚାକିରୀ ଓ ପରିବାରକୁ ୧୨ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଏହି ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଘର ରାଜ୍ୟ ସଭାପତି ଅମରେଶ୍ୱର ମଲ୍ଲିକ, ପୁରୀ ଜିଲ୍ଲା ସଭାପତି ବ୍ରଜବନ୍ଧୁ ମଲ୍ଲିକ. ସମ୍ପାଦକ ପତିତପାବନ ମଲ୍ଲିକ, ଉପସଭାପତି ବଟକୃଷ୍ଣ ମଲ୍ଲିକ, କୋଷାଧ୍ୟକ୍ଷ ଗୋବିନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ ଗ୍ରାମରକ୍ଷୀ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top