ଗ୍ରାମବାସୀ ୭ଜଣ ଛୁଆ ଚୋର ସହ ୨ଜଣ ଛୁଆଙ୍କୁ ଉଦ୍ଧାର କରି ଜିମା ଦେଲେ ପୋଲିସକୁ

ହରିଚନ୍ଦନପୁର, ତା ୨୪ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଛୁଆ ଚୋର ନାମରେ ବିଭିନ୍ନ ଅଞ୍ଚଳମାନଙ୍କରେ ବିଭିନ୍ନ ପ୍ରକାର ହାୱା ଉଠିଥିବା ବେଳେ ତାହା ବାବଦରେ ହରିଚନ୍ଦନପୁର ଅଞ୍ଚଳରେ ସତ୍ୟାସତ‌୍ୟ ପ୍ରକାଶ ପାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କୁ ସବୁ ଦିନ ସବୁ ସମୟରେ ସୁରକ୍ଷା ଦେବାକୁ ଆଖି ଆଗରେ ରଖି ପୋଲିସ ପ୍ରସାଶନର ବିଭିନ୍ନ ସଂସ୍ଥା ମାଧ୍ୟମରେ ବାର୍ଷିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଲୋକମାନଙ୍କୁ ବିଭିନ୍ନ ପ୍ରକାର ପଦପଦବୀରେ ନିୟୋଜିତ କରିଛନ୍ତି। ହେଲେ ଲୋକମାନଙ୍କୁ ସୁରକ୍ଷା ଦେବାରେ ପୋଲିସ ପ୍ରସାଶନ ଅନେକ ପଛରେ ରହୁଛନ୍ତି, ସେମାନଙ୍କ ଠାରୁ ଅନେକ ପାଖରେ ଜନସାଧାରଣ ରହୁଥିବାର ଦୃଶ୍ୟମାନ ହୋଇଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ହରିଚନ୍ଦନପୁର ଥାନା ଅନ୍ତର୍ଗତ ପିଠାଗୋଳା ଗ୍ରାମ ପଞ୍ଚାୟତ ଅଧିନସ୍ଥ ନନ୍ଦରା ଗ୍ରାମରେ। ଖବର ନେବାରୁ ଜଣାପଡିଛି କି ତୁରୁମୁଙ୍ଗା ଥାନା ଅନ୍ତର୍ଗତ କଣ୍ଟିଆପଡା ଗ୍ରାମ ପଞ୍ଚାୟତ ନିକଟସ୍ଥ ଜାମୁନାଳିଆ ଗ୍ରାମର ଗଣେଶ୍ୱର ମୁଣ୍ଡାଙ୍କ ପୁଅ ଗାଦୁଲ ମୁଣ୍ଡା(୬)ଙ୍କ ସହ ଭୋଳାନାଥ ମୁଣ୍ଡାଙ୍କ ପୁଅ ରାଜୁ ମୁଣ୍ଡା(୬)ଙ୍କୁ ଚୋରୀ କରି ନେଉଥିବାର ଅଭଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଗତ କାଲି ୪ଘଟିକା ସମୟରେ ଜାମୁନାଳିଆ ଗ୍ରାମ ନିକଟସ୍ଥ ଫୁଟବଲ ଖେଳ ପଡିଆରୁ ଖେଳୁଥିବା ସମୟରେ ୨ଜଣ କୁନି ପିଲାକୁ ୭ଜଣ ଲୋକ ଚୋରିକରି ନେବାକୁ ଉଦ୍ୟମ କରିଥିଲେ। ଏବଂ ଉକ୍ତ ସ୍ଥାନରୁ ୨ଜଣ କୁନି ପିଲାଙ୍କୁ ଚୋରିକରି ନେବାରେ ସଫଳ ହୋଇ ନରଣପୁର ଠାରେ ଜଳଖିଆ ଖୁଆଇ ଜଙ୍ଘିରା ନିକଟସ୍ଥ ସୋମଗିରି ଗ୍ରାମ ନିକଟରେ ପରିଶ୍ରା କରିବା ନିମନ୍ତେ ଠିଆ ହୋଇଥିଲେ। ସୋମଗିରି ଗ୍ରାମବାସୀ ଉକ୍ତ ଲୋକମାନଙ୍କ ସାଙ୍ଗରେ ଛୋଟ ଛୁଆ ଦେଖି ଛୁଆ ଚୋର ଭାବି ସନ୍ଦେହ କରିଥିଲେ। ଗ୍ରାମର ଲୋକମାନେ ଛୁଆ ଚୋର ସନ୍ଦେହ କରୁଥିବାର ଦେଖି ଚୋରମାନେ ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ଗ୍ରାମବାସୀଙ୍କ କଥା ଶୁଣି ଗ୍ରାମର ସାହାସୀ ଯୁବକ ଜିତେନ୍ଦ୍ର ରାଉତ(୨୫) ନିଜର ମଟର ସାଇକେଲ ଯୋଗେ ଉକ୍ତ ଚୋରମାନଙ୍କ କବଳରୁ ଛୁଆମାନଙ୍କୁ ବଂଚାଇବାକୁ ଆଶାରଖି ସେମାନଙ୍କୁ ଦୈାଡାଇ ଥିଲେ। ଏବଂ ନିଜକୁ ହାର ନମାନି ନନ୍ଦରା ଛକ ନିକଟରେ ଦୈଡାଇ ଚୋରମାନଙ୍କୁ ଧରିବାରେ ସଫଳ ହୋଇଥିଲେ। ଚୋରମାନଙ୍କୁ ଛକ ନିକଟରେ ଅଟକାଇ ସ୍ଥାନୀୟ ଗ୍ରାମର ଲୋକମାନଙ୍କୁ ପାଟି କରି ଡାକିଥିଲେ। ଗ୍ରାମର ଲୋକମାନେ ଯୁବକ ଜଣକ ପାଟି ଶୁଣି ଘଟଣାସ୍ଥଳ ଦୈାଡି ଆସି ଚୋର ମାନଙ୍କୁ ଧରି ଗ୍ରାମର କ୍ଲବ ଘର ଠାରେ ଅଟକ ରଖିଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଉକ୍ତ ୭ଜଣ ଲୋକ କାଳିଆହତା ଥାନା ଅନ୍ତର୍ଗତ ବେଣାମୁଣ୍ଡା ଗ୍ରାମର ମସ ଗୋଇଏ (୪୫), ଚନ୍ଦ୍ର ମୁଣ୍ଡା(୪୦), ଉଦୟନାଥ ପିଙ୍ଗୁଆ(୫୦), ଅର୍ଜ୍ଜୁନ ସାହୁ(୫୦), କର୍ଣ୍ଣ ଗିରି(୪୦), ଭିମସେନ ବେହେରା(୩୫), ଶିଖର ଗିରି(୪୦) ମିଳିତ ଭାବେ ୨ଟି ଛୁଆଙ୍କୁ ଚୋରି କରି ଆଣିଥିଲେ କିନ୍ତୁ ଅଧାରାସ୍ତାରେ ଉକ୍ତ ଚୋରମାନଙ୍କୁ ନନ୍ଦରା ଗ୍ରାମବାସୀ ଧରି ଅଟକ ରଖି ହରିଚନ୍ଦନପୁର ପୋଲିସକୁ ଖବର ଦେଇଥିଲେ। ଗ୍ରାମବାସୀଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ୭ଜଣ ଚୋରଙ୍କୁ ଗିରଫ କରିବା ସହ ୩ଟି ମୋଟର ସାଇକେଲ, ମୋବାଇଲ, ଟଙ୍କା, ଜବତ କରଛି। ଏବଂ ୨ଜଣ ଶିଶୁଙ୍କୁ ଉଦ୍ଧାର କରିବା ସହ ଉକ୍ତ ଚୋରଙ୍କ ସହ ସମସ୍ତ ଜବତ ସାମଗ୍ରୀ ଜବତ କରି ତୁରୁମୁଙ୍ଗା ଥାନାକୁ ହସ୍ତାନ୍ତର କରିଥିବାର ଜଣାପଡିଛି। ଏଘଟଣା ବାବଦରେ ଆମ ପ୍ରତିନିଧି ଖବର ପାଇ ଅଧିକ ତଥ୍ୟ ସଂଗ୍ରହ କରବା ସହ ସତ୍ୟାସତ୍ୟ ଜାଣିବା ପାଇଁ ସ୍ଥାନୀୟ ଥାନାକୁ ଯାଇଥିଲେ। ଥାନାରେ ଥାନା ଅଧିକାରିଣୀ ଉପସ୍ଥିତ ନଥିବାକୁ ନେଇ ଆମ ପ୍ରତିନିଧି କେଶର ଆୟ ତଥା ଥାନାରେ ଉପସ୍ଥିତ ଥିବା ଏଏସଆଇ ଦିବାକର ମହାନ୍ତଙ୍କୁ ଉକ୍ତ ଘଟଣା ବାବଦରେ ପଚାରିବାରୁ ସେ କେଶ ବାବଦରେ କିଛି କହିବାକୁ ମନା କରିଥିଲେ। ତାହାକୁ ନେଇ ଚୋର ଧରି ଜିମା ଦେଇଥିବା ଉପସ୍ଥିତ ଗ୍ରାମବାସୀଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ସୃଷ୍ଟି କରିଛି। ଯାହାକି ଉକ୍ତ କେଶକୁ ସ୍ଥାନୀୟ ପୋଲିସ ରଫାଦଫା କରିବା ପାଇଁ ଉଦ୍ୟମ କରିବାକୁ ନେଇ ସତ୍ୟାସତ୍ୟ ଖବର ପ୍ରକାଶ କରିବାକୁ ପଛଘୁଂଚା ଦେଉଥିବାକୁ ନେଇ ଜନସାଧାରଣଙ୍କ ମହଲରେ ପୋଲିସ ପ୍ରସାଶନକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ଘଟଣା ଦେଖିବାକୁ ମିଳିଛି। ଏଥି ପ୍ରତି ଜିଲ୍ଲା ଆରଖି ଅଧିକ୍ଷକ ଦୃଷ୍ଟି ଦେଇ ଘଟଣା ବାବଦରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *