ଅନୁଗୁଳ

ଗ୍ରାମବାସୀଙ୍କ ଦ୍ୱାରା ମରାମତି କାର୍ଯ୍ୟରେ ବାଧା ସୃଷ୍ଟି ବନ୍ଦ ହେବ ୩ହଜାର ମେଗାୱାଟ୍ ଏନ୍.ଟି.ପି.ସି କଣିହାଁ ବିଦ୍ୟୁତ କେନ୍ଦ୍ର !

ଅନୁଗୋଳ, ୧୩/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବାରମ୍ବାର କାର୍ଯ୍ୟ ବନ୍ଦ ଫଳରେ ଅନୁଗୋଳ ଜିଲ୍ଲା କଣିହାଁସ୍ଥିତ ୩ହଜାର ମେଗାୱାଟ ବିଶିଷ୍ଟ ଜାତୀୟ ତାପଜ ବିଦ୍ୟୁତ କେନ୍ଦ୍ର (ଏନ୍.ଟି.ପି.ସି)ପ୍ରକଳ୍ପ ବନ୍ଦ ହୋଇଯିବା ଅବସ୍ଥାରେ ପହଂଚିଛି। ଓଡ଼ିଶାର ସର୍ବବୃହତ ତଥା ଏନ୍.ଟି.ପି.ସି.ର ୨ୟ ବୃହତ ତାପଜ ବିଦ୍ୟୁତ କେନ୍ଦ୍ର, କଣିହାଁ ସ୍ଥାନୀୟ ଡେରେଙ୍ଗ ମଝି ସାହି ଗ୍ରାମର ଲୋକମାନଙ୍କ ଦ୍ୱାରା ଷ୍ଟେଜ-୨ ପାଉଁଶ ପୋଖରୀ ନିର୍ମାଣ ଏବଂ କାର୍ଯ୍ୟରେ ବାଧା, ଅବରୋଧ, ନିର୍ମାଣ କାର୍ଯ୍ୟ ଓ ମରାମତି କାର୍ଯ୍ୟ ବନ୍ଦ ଆଦି ଫଳରେ ଏନ୍.ଟି.ପି.ସି.ରୁ ବିଦ୍ୟୁତ ଶକ୍ତି ଉତ୍ପାଦନ ବନ୍ଦ ହେବା ଅବସ୍ଥାରେ ପହଂଚିଛି। ଗ୍ରାମବାସୀମାନେ ପାଉଁଶ ପୋଖରୀ ଭିତରକୁ ଅନଧିକୃତ ଭାବେ ପ୍ରବେଶ କରି ଗୁରୁତ୍ୱପୂର୍ଣ୍ଣ ମରାମତି କାର୍ଯ୍ୟକୁ ବନ୍ଦ କରିଛନ୍ତି। ଏସମା ଆଇନ ଅଧିନରେ ଥିବା ଏହି ଅଂଚଳକୁ ଗ୍ରାମବାସୀମାନେ ସ୍ଥାନୀୟ ପ୍ରଶାସନ କିମ୍ବା ଷ୍ଟେସନ ପରିଚାଳକଙ୍କୁ ଅବଗତ ନକରାଇ ଏହି ଧରଣର ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି ବୋଲି ଏନ୍.ଟି.ପି.ସି ପକ୍ଷରୁ ସୂଚିତ କରାଯାଇଛି। ଗ୍ରାମବାସୀ ମାନେ ଯାନବାହନ ଚଳାଚଳରେ ବାଧା ଦେବାଫଳରେ ମରାମତି ପାଇଁ ଦରକାରୀ ପଦାର୍ଥ ଯେପରିକି ମାଟି, ବୋଲଡର, ବାଲି, ମୋରମ ଆଦି ଦରକାରୀ ସାମଗ୍ରୀ ମରାମତିସ୍ଥଳକୁ ଆସିପାରୁନାହିଁ। ତୁଳନାତ୍ମକ ଭାବେ ସାଧାରଣତଃ ଶୀତକାଳରେ ପବନ କମ୍ ବୋହୁଥିବାରୁ ପାଉଁଶ ପୋଖରୀର ମରାମତି କାର୍ଯ୍ୟ ଉତମଭାବେ ହୋଇ ପାରିଥାଏ। ଗରମ ସମୟରେ ପ୍ରଦୁଷଣ ନିଗର୍ମନକୁ ପ୍ରତିହତ କରିବାପାଇଁ ଠିକ୍ ସମୟରେ ମରାମତି କାର୍ଯ୍ୟ ଜରୁରୀ ଅଟେ। ତେବେ ମରାମତି କାର୍ଯ୍ୟରେ ବାଧା ଦିଆଯିବା ଫଳରେ ପ୍ରଦୁଷଣ ନିଗର୍ମନକୁ ପ୍ରତିହତ ନିମନ୍ତେ ପାଣି, ପୋଖରୀ ତିଆରି, ସିଂଚନ, ମାଟି ଢାଙ୍କିବା, ପଲିଥିନ ଘୋଢ଼େଇବା ଏବଂ ସୁଦୃଢ଼ୀ କରଣ କାର୍ଯ୍ୟର ସୁଯୋଗକୁ ହାତଛଡ଼ା କରିବା ଦ୍ୱାରା ଆଗାମୀ ଗ୍ରୀଷ୍ମ ଋତୁରେ ପାଉଁଶ ଧୂଳିଜନିତ ପ୍ରଦୁଷଣକୁ ସାମନା କରିବାକୁ ପଡ଼ିପାରେ ବୋଲି ପ୍ରକଳ୍ପ ପକ୍ଷରୁ ଆଶଙ୍କା କରାଯାଇଛି। ଗ୍ରାମବାସୀଙ୍କ ଦ୍ୱାରା ଲଗାତାର ବିରୋଧ ଫଳରେ ଷ୍ଟେସନ ପକ୍ଷରୁ ‘ଫି୍ର ବୋର୍ଡ଼’ ର ନିୟନ୍ତ୍ରଣ ନରହିବା ଫଳରେ ପାଉଁଶ ପାଣି ଅନ୍ୟ ବର୍ଜ୍ୟ ବସ୍ତୁ ସହିତ ମିଶି ପ୍ରବାହିତ ହୋଇ ନିକଟବର୍ତ୍ତୀ ଡ୍ରେନରେ ମିଶିବାର ସମ୍ଭାବନା ରହିଛି। ପ୍ରଦୁଷଣକୁ ନିୟନ୍ତ୍ରଣକୁ କରିବାକୁ ଏନ୍.ଟି.ପି.ସି କଣିହାଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି। ଏହି କାର୍ଯ୍ୟ ସବୁକୁ ସମ୍ପାଦନା କରିବା ନିମନ୍ତେ ଦରକାରୀ ଚୁକ୍ତି ସ୍ୱାକ୍ଷର କରାଯାଇଛି କିନ୍ତୁ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଯଦି ପରିସ୍ଥିତିର ପରିବର୍ତ୍ତନ ନହୁଏ ତେବେ ବିଦ୍ୟୁତ ଉତ୍ପାଦନ ପରିମାଣରେ ହ୍ରାସ ଅବା ସମ୍ପୂର୍ଣ୍ଣ ବନ୍ଦ ହେବାଫଳରେ ଦେଶର ଦକ୍ଷିଣ, ଉତର ପୂର୍ବ, ପୂର୍ବ ଏବଂ ବିଶେଷକରି ଓଡ଼ିଶାରେ ବିଦ୍ୟୁତ ସଙ୍କଟ ସୃଷ୍ଟି ହେବ। ଏନ୍.ଟି.ପି.ସି କଣିହାଁ ବର୍ତମାନ ସ୍ଥାନୀୟ ପ୍ରଶାସନ ସହ ମିଶି ପାଉଁଶ ପୋଖରୀକୁ ପାଉଁଶ ପରିବହନ ଦ୍ୱାରା ପରିତ୍ୟକ୍ତ କୋଇଲାଖଣି ଭର୍ତି ଏବଂ ପାର୍ଶ୍ୱବର୍ତ୍ତୀ ଅଂଚଳରେ ନୂତନ ପାଉଁଶ ପୋଖରୀ ନିର୍ମାଣ କରି ବର୍ତମାନର ପାଉଁଶ ପୋଖରୀକୁ କାର୍ଯ୍ୟକ୍ଷମ କରି ରଖିବାକୁ ଚେଷ୍ଟିତ। ପ୍ରକଳ୍ପର ପାଉଁଶକୁ ବ୍ୟବହାର କରାଯାଇ ଇଟା ପ୍ରସ୍ତୁତ କରାଯାଉଛି। ଏହି ଇଟାକୁ ବ୍ୟବହାର କରି ସ୍କୁଲ ନିର୍ମାଣ, କମ୍ୟୁନିଟି ହଲ ନିର୍ମାଣ ପରି ଜନହିତକର କାର୍ଯ୍ୟ କରାଯାଉଛି। ଏହି ଷ୍ଟେସନ ଏବେ ୧କୋଟିରୁ ଉର୍ଦ୍ଧ୍ୱ ଇଟା ତିଆରି କରୁଛି। ପରିବେଶର ସୁରକ୍ଷା ଏବଂ ସବୁଜିମାକୁ ସଂରକ୍ଷଣ କରିବା ନିମନ୍ତେ ଏହି ବିଦ୍ୟୁତ କେନ୍ଦ୍ର ତରଫରୁ ୧୩.୪ଲକ୍ଷ ବୃକ୍ଷରୋପଣ କରାଯାଇଥିବାର ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top