ଗ୍ରାମଦେବତୀଙ୍କ ଜମିକୁ କବ୍ଚା କରି କଂକ୍ରିଟ୍ ରାସ୍ତା ନିର୍ମାଣ: ଗ୍ରାମବାସୀଙ୍କ ତୀବ୍ର ଅସନ୍ତୋଷ

ଯାଜପୁର,୧୪/୧୧(ଓଡିଆପୁଅ/ଏମ୍ ରାଉତ)-ଯାଜପୁର ଜିଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଭବାନୀପୁର ଗ୍ରାମ ପଂଚାୟତର ଚାନ୍ଦପୁର ଗ୍ରାମର ଗ୍ରାମଦେବତୀ ମା ବୁଢ଼ୀ ଜାଗୁଳାଇଙ୍କ ବିଜେସ୍ଥଳୀ ଓ ସଳଗ୍ନ ଗୋଚର ଜମିରେ କେତେକ ସ୍ୱାର୍ଥ ଗୋଷ୍ଠୀ ଓ ମୁନାଫାଖୋର୍ ଲୋକଙ୍କ ଦ୍ୱାରା ବେଆଇନ୍ ଓ ଜବରଦସ୍ତ ଭାବେ କଂକ୍ରିଟ୍ ରାସ୍ତା ନିର୍ମାଣକୁ ଗ୍ରାମବାସୀଙ୍କ ପକ୍ଷରୁ ତିବ୍ର ବିରୋଧ କରାଯାଇଛି । ଏହି ଘଟଣାରେ ଜଣେ ରାଜନୈତିକ ଠିକାଦରଙ୍କ ପ୍ରଚ୍ଛଦ ଭୂମିକା ଲୋକଲୋଚନକୁ ଆସିଛି । ପ୍ରକାଶ ଥାଉକି ଏହି କାର୍ଯ୍ୟ ପାଇଁ ବ୍ଲକ୍ ପକ୍ଷରୁ କୋ÷ଣସି ସରକାରୀ ବିଜ୍ଞପ୍ତି କିମ୍ବା ପଲ୍ଲୀସଭା ହୋଇନଥିବା ସମୟରେ ଏହା କିପରି କାର୍ଯ୍ୟ କରିବା ସମ୍ବଭ ହୋଇପାରିଲା ବୋଲି ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଏ ଘଟଣା ସଂପର୍କରେ ଧର୍ମଶାଳା ବିଡ଼ିଓ, ତହସିଲଦାରଙ୍କୁ ଜଣାଇଲା ପରେ ମଧ୍ୟ କୋ÷ଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଗ୍ରାମବାସୀଙ୍କ ପକ୍ଷରୁ ପୁନର୍ବାର ଯାଜପୁର ଜିଲାପାଳ ଅଭିଯୋଗ ପ୍ରକୋଷ୍ଠରେ ସନ୍ତୋଷ କୁମାର ଜେନା, ଶରତ କୁମାର ଜେନା, ରବିନ୍ଦ୍ର ସାମଲ, ମୁକ୍ତିକାନ୍ତ ମୁଦୁଲି, ରାଜେଶ୍ ସାମଲ ଓ ଜୟଦେବ ନାୟକ ପ୍ରମୁଖ ଏକ ଦରଖାସ୍ତ ଜିଲାପାଳଙ୍କୁ ଦେଇଥିଲେ ମଧ୍ୟ ନିର୍ମାଣାଧିନ ରାସ୍ତା ଉପରେ କୋ÷ଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଗ୍ରାମବାସୀଙ୍କ ସ୍ୱାର୍ଥକୁ ବିରୋଧ କରି ଯେଉଁ ଠିକାଦାର କାର୍ଯ୍ୟ ଜାରୀ ରଖିଛନ୍ତି ଏହାକୁ ଜିଲା ପ୍ରଶାସନ ଯଦି କୋ÷ଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ଏହାକୁ ବିରୋଧ କରି ସ୍ଥାନୀୟ ଶିକ୍ଷାବିତ୍, ବୁଦ୍ଧିଜୀବୀ ଓ ଚାନ୍ଦପୁର ଗ୍ରାମର ଗ୍ରାମବାସୀମାନେ ଜନ ଆନେ୍ଦାଳନ କରିବା ପାଇଁ ନିଷ୍ପତି ନେଇଛନ୍ତି ।

M Rout

i am journalist competed DJMC and work as a Social Worker VicePresident of Society for Heath Education Environment & integrated Development (SHEEID)

Leave a Reply

Your email address will not be published. Required fields are marked *